Posted inଜାତୀୟ

କେଚ୍‌ଅପ୍‌କୁ ରକ୍ତ କହି ଫଟୋ ପଠାଇଲେ କିଲର

ବେଙ୍ଗାଲୁରୁ, ୨୩ା୮: କର୍ନାଟକରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବାକୁ ସୁପାରି ଦେଲେ। ସୁପାରିକିଲର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପହରଣ ମଧ୍ୟ କଲେ। ହେଲେ ହତ୍ୟା କରିବାକୁ ସେମାନଙ୍କ ସାହସ ହେଲାନି। ପରେ ଯୁବକଙ୍କ ଦେହସାରା କେଚ୍‌ଅପ୍‌(ଟମାଟୋ ସସ୍‌) ଢାଳି ତାହାକୁ ରକ୍ତ ବୋଲି କହି ମହିଳାଙ୍କ ନିକଟକୁ ସୁପାରି କିଲର ଫଟୋ ପଠାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ୨୬ ବର୍ଷୀୟା ଅନୁପଲ୍ଲବୀ ନବୀନ କୁମାରଙ୍କୁ ବିବାହ କରି ତାଙ୍କ ସହ ଦୋଡାବିଦାରକଲୁରେ ରହୁଥିଲେ। ହିମବନ୍ତ କୁମାର ନାମକ ଆଉ ଜଣେ ଯୁବକଙ୍କ ସହ ଅନୁପଲ୍ଲବୀଙ୍କ ପ୍ରେମ ସମ୍ପର୍କ ରହିଥିଲା। ସେମାନେ ନବୀନଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ନବୀନଙ୍କୁ ହତ୍ୟା କରିବାକୁ ହରିଶ, ନାଗାରାଜୁ ଏବଂ ମୁଗିଲାନ୍‌ଙ୍କୁ ସୁପାରି ଦେଇଥିଲେ। ୨ ଲକ୍ଷ ଟଙ୍କାରେ ଏହି ଡିଲ୍‌ ହୋଇଥିଲା। ସୁପାରି କିଲର ଅଗ୍ରିମ ୯୦ ହଜାର ଟଙ୍କା ନେଇଥିଲେ। ଜୁଲାଇ ୨୩ରେ ଅଭିଯୁକ୍ତମାନେ ନବୀନଙ୍କୁ ଅପହରଣ କରି ତାମିଲନାଡ଼ୁ ନେଇଯାଇଥିଲେ, କିନ୍ତୁ ହତ୍ୟା କରିବା ପାଇଁ ସେମାନେ ଡରିଥିଲେ। ପରେ ୩ ସୁପାରିକିଲର ନବୀନଙ୍କ ସହ ବନ୍ଧୁତା କରି ସେଠାରେ ପାର୍ଟି କରିଥିଲେ। ଅନୁପଲ୍ଲବୀଙ୍କ ଫୋନ୍‌ ଆସିବାରୁ ସେମାନେ ନବୀନଙ୍କ ଦେହସାରା କେଚ୍‌ଅପ୍‌ ଢାଳି ଦେଇଥିଲେ। ଏହାକୁ ରକ୍ତ ବୋଲି କହିବା ସହ ସେମାନେ ନବୀନଙ୍କୁ ମୃତ ଦର୍ଶାଇ ଅନୁପଲ୍ଲବୀଙ୍କ ନିକଟକୁ ଫଟୋ ପଠାଇଥିଲେ। ଏହି ଫଟୋକୁ ହିମବନ୍ତ ସତ ଭାବିଥିଲେ। ତେଣୁ ଧରାପଡ଼ିବା ଭୟରେ ହିମବନ୍ତ ଆତ୍ମହତ୍ୟା କରିଦେଇଥିଲେ। ସେପଟେ ନବୀନଙ୍କ ପରିବାର ପକ୍ଷରୁ ଅଗଷ୍ଟ ୨ରେ ନିଖୋଜ ଏତଲା ଦିଆଯାଇଥିଲା। ହେଲେ ନବୀନ ଅଗଷ୍ଟ ୬ରେ ଘରକୁ ଫେରି ସବୁ ଘଟଣା ବଖାଣିଥିଲେ। ଏଥିରେ ଅନୁପଲ୍ଲବୀଙ୍କ ମା’ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ଉଭୟ ମା’ ଝିଅଙ୍କ ସମେତ ୩ ସୁପାରି କିଲରଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri