ସାଧୁସନ୍ଥଙ୍କ ମେଳରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ

ଭୁବନେଶ୍ୱର, ୮।୨ (ବ୍ୟୁରୋ): ସୋମବାର ମାଘ ସପ୍ତମୀରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା। ସାଧୁସନ୍ଥଙ୍କ ସମାଗମ ସହ ପ୍ରଭୁ ଅନନ୍ତକେଶରୀ ଦେବଙ୍କ ଆଗମନରେ ଚଳଚଞ୍ଚଳ ହୋଇପଡ଼ିଛି ପୂରା ଅଞ୍ଚଳ। ଶଙ୍ଖ ଧ୍ୱନି ସହ ଘଣ୍ଟଘଣ୍ଟା ଶବ୍ଦରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ତେବେ କରୋନା କଟକଣା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଳାରେ ସେପରି କୋଳାହଳ ଓ ଉତ୍ସାହ ଦେଖିବାକୁ ମିଳିନାହିଁ। ଯାତ୍ରା ପରିବେଷଣକୁ ବାରଣ ରହିଛି। କେବଳ ସାଧୁସନ୍ଥଙ୍କ ପୂଜାର୍ଚ୍ଚନା ଓ ହୋମ ଯଜ୍ଞରେ ମେଳା ଆୟୋଜନ କରାଯାଉଛି।
ମାଘ ସପ୍ତମୀରୁ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ଦିନ ବ୍ୟାପୀ ଖଣ୍ଡଗିରି ମେଳା ଆୟୋଜିତ ହୁଏ। ମାତ୍ର ଏବର୍ଷ ଏହି ମେଳା ୧୦ଦିନ ଧରି ଚାଲିବ। ତେବେ ମେଳାର ପ୍ରଥମ ଦିନ ସୋମବାର ଅଙ୍କୁରା ରୋପଣ କରାଯାଇଛି। ସନ୍ଧ୍ୟା ୬ଟାରେ ଅନନ୍ତକେଶରୀ ଦେବ ଜାଗମରା ଗ୍ରାମରୁ ବାହାରି ରାତି ୧୦ଟା ମଧ୍ୟରେ ଖଣ୍ଡଗିରି ପାହାଡ଼ ଶୀର୍ଷରେ ଥିବା ରାଣୀ ହଂସପୁରରେ ପହଞ୍ଚତ୍ ରତ୍ନବେଦୀରେ ଅବସ୍ଥାନ କରିଛନ୍ତି। ପ୍ରତିବର୍ଷ ଜାକଜମକରେ ବିଭିନ୍ନ ବାଦ୍ୟ ଶୋଭାଯାତ୍ରାରେ ଠାକୁର ରାଣୀହଂସପୁରକୁ ଯାତ୍ରା କରୁଥିବାବେଳେ ଏଥର କେବଳ ଶଙ୍ଖ ଓ ଘଣ୍ଟଘଣ୍ଟାରେ ଶୋଭାଯାତ୍ରା ବାହାରିଥିଲା। ମଙ୍ଗଳବାର ଅଷ୍ଟମୀରେ ଘଟ ଆବାହନ କରାଯାଇ ଯଜ୍ଞ ଆରମ୍ଭ ହେବ। ସେହିପରି ୧୫ ତାରିଖରେ ସାଧୁସନ୍ଥଙ୍କ ଧର୍ମ ସମ୍ମିଳନୀ ଓ ପୂର୍ଣ୍ଣମୀ ଦିନ ରାତିରେ ପୂର୍ଣ୍ଣାହୁତି ଦିଆଯିବ ବୋଲି ସୂଚନା ଦିଆଯାଇଛି। ମେଳାରେ ଓଡ଼ିଶା ବାହାରୁ ହରିଦ୍ୱାର, କାଶୀ, ବନାରସ, ଗୁଜରାଟ, ନାସିକ ଆଦି ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁ ଆସି ଯୋଗ ଦେଇଛନ୍ତି। ଓଡ଼ିଶାର ବିଭିନ୍ନ ଆଶ୍ରମ ସମେତ ଜୁନା ଆଖଡ଼ା, ନାଗା ଆଖଡ଼ା, ଭାରତୀ ଆଖଡ଼ା, ଉତ୍କଳ ପଞ୍ଚସଖା ଭଗବତୀ ଆଖଡ଼ାରୁ ସାଧୁସନ୍ଥ ଏଠାକୁ ଆସୁଛନ୍ତି। ୨ଶହ ସାଧୁସନ୍ଥଙ୍କ ସମାଗମ ନିମନ୍ତେ ଅନୁମତି ମିଳିଥିବାବେଳେ ସୋମବାର ସନ୍ଧ୍ୟାସୁଦ୍ଧା ପ୍ରାୟ ୧୦୦ଜଣ ସାଧୁସନ୍ଥଙ୍କ ଆଗମନ ହୋଇଛି। ସେମାନେ ଖଣ୍ଡଗିରି ଏବଂ ଉଦୟଗିରିରେ ଥିବା ୫ଟି କୁଣ୍ଡରେ ସ୍ନାନ କରିବା ପରେ ପାହାଡ଼ର ବିଭିନ୍ନ ସ୍ଥାନରେ ନିଜ ନିଜର ଘଟ ସ୍ଥାପନ କରି ହରିନାମ ଜପ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri