ଖଇରପାଲି-ନୂଆଁ ଖଇରପାଲି ରାସ୍ତା ଶୋଚନୀୟ

ଅତାବିରା,୩୦ା୭(ଯୁଧିଷ୍ଠିର ମହାପାତ୍ର):ସରକାର ଗମନାଗମନ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଡ଼କ ପଥ ନିର୍ମାଣ କରୁଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ସମ୍ପୃକ୍ତ ରାସ୍ତାଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇଯାଉଛି। ଫଳରେ ଜନ ଅସନ୍ତୋଷ ବଢୁଛି l ବରଗଡ଼ ଜିଲା ଅତାବିରା ବ୍ଲକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲାର ସହର ଓ ଗ୍ରାମାଞ୍ଚଳରେ ୯୦% ରାସ୍ତା ପକ୍କା ହୋଇଗଲାଣି। ଯେଉଁଠି କଚ୍ଚା ରାସ୍ତା ଥିଲା ତାହା ମଧ୍ୟ ପିଚୁ ହୋଇଛି। ଏପରି କି ଗୁରୁତ୍ୱକୁ ଦେଖି ଅଧିକାଂଶ ରାସ୍ତା ୨ଲେନ ବିଶିଷ୍ଟ ହୋଇଛି। ଫଳରେ ଯାନବାହନ ଚଳାଚଳ ସୁଗମ ହୋଇପାରୁଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥାନୀୟ ଲରାସରା ଗ୍ରାମ ପଞ୍ଚାୟତର ଖଇରପାଲିରୁ ଆମ୍ବଝୁପୁଡି ଦେଇ ନୂଆଁ ଖଇରପାଲି କୋଶଳ ସ୍କୁଲ ଆଡ଼କୁ ଯାଇଥିବା ରାସ୍ତା ଅବସ୍ଥା ବେହାଲ ହୋଇ ପଡ଼ିଛି l ରାସ୍ତାର ଆମ୍ବଝୁପୁଡିରୁ କୋଶଳ ସ୍କୁଲ ପର୍ଯ୍ୟନ୍ତ ପ୍ରତିଟି ସ୍ଥାନରେ କଂକ୍ରିଟ୍‌ ଉଠିଯାଇଛି। ଫଳରେ ରାସ୍ତାରେ ଶହ ଶହ ଖାଲଖମା ସୃଷ୍ଟି ହେବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି।
ଏହି ରାସ୍ତା ଉପରେ ପ୍ରତ୍ୟହ ଶହ ଶହ ଛାତ୍ରୀଛାତ୍ର କୋଶଳ ସ୍କୁଲ ସହ ଗୋଡ଼ଭଗା, ଲରମ୍ଭା, ସମ୍ବଲପୁର ସ୍କୁଲ କଲେଜକୁ ଯିବାଆସିବା କରିଥାନ୍ତି l ଏହି ରାସ୍ତାଦେଇ ଯାତାୟାତ କଲେ ଚକୁଳିଫାର୍ମ ଜାତୀୟ ରାଜପଥକୁ ୨ କିଲୋମିଟର ରାସ୍ତା କମ ପଡିଥାଏ l ଚକୁଳିଫାର୍ମ ଦେଇ ଗୋଡ଼ଭଗା- ସୋନପୁର, ଚକୁଳିଫାର୍ମ – ଲରମ୍ଭା, ଗୋଡ଼ଭଗା – ଲହଣ୍ଡା, ସମ୍ବଲପୁର ଆଦି ଅଞ୍ଚଳକୁ ଯାତାୟାତ ପାଇଁ ଲରାସରା, ଜାଂଗେଡ଼, ପାହାଡ଼ଶ୍ରୀଗୀଡା ଗ୍ରାମ ପଞ୍ଚାୟତର ବହୁ ଜନସାଧାରଣ ଯାତାୟାତ ପାଇଁ ବ୍ୟବହାର କରିଥାନ୍ତି l ଅନ୍ୟପଟେ ଚାଷକାର୍ଯ୍ୟ ପାଇଁ ମଧ୍ୟ ଲରାସରା ଗ୍ରାମପଞ୍ଚାୟତର ଅନେକ ଚାଷୀ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଏଣୁ ରାସ୍ତା ଅବସ୍ଥା ବେହାଲ ହେବା ଫଳରେ ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏ ନେଇ ଲରାସରା ସରପଞ୍ଚ କୀର୍ତ୍ତନ ସେଠଙ୍କୁ ପଚାରିବାରୁ ଗତବର୍ଷ ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏହି ଆରଡ଼ି ରାସ୍ତା ଅବସ୍ଥା ସମ୍ପର୍କରେ ସ୍ଥାନୀୟ ଜିଲାପରିଷଦ ସଭ୍ୟଙ୍କ ସହ ଯାଇ ଅଭିଯୋଗ କରିଥିଲୁ l ହେଲେ ବିଭାଗୀୟ ଯନ୍ତ୍ରୀ ଆସି ଦେଖି ଯାଇଥିଲେ ମଧ୍ୟ ରାସ୍ତା ମରାମତି ହୋଇ ପାରୁନାହିଁ। ପଞ୍ଚାୟତ ଫଣ୍ଡରେ ମଧ୍ୟ ସେପରି ପାଣ୍ଠି ନାହିଁ, ଯେଉଁଥିରେ ଏହି କାର୍ଯ୍ୟ କରି ହେବ l ଏହି ରାସ୍ତା ଦୁରବସ୍ଥା ନେଇ ସେ ଅବଗତ ଥିବା ସେଠ ପ୍ରକାଶ କରିଥିଲେ l ତେବେ ଏ ନେଇ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହାଙ୍କୁ ପଚାରିବାରୁ ରାସ୍ତା ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri