Posted inଫୁରସତ

ସୁସ୍ବାସ୍ଥ୍ୟର ଚାବିକାଠି : ଯୋଗ

ରବର୍ଟ ବେନ୍‌ସନ୍‌ ଥିଲେ ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର। ନିଜର କେତେଜଣ ସହକର୍ମୀଙ୍କୁ ନେଇ ୧୯୮୫ ମସିହାରେ ସେ ପରିଦର୍ଶନ କରିଥିଲେ ଉତ୍ତର ଭାରତରେ ଥିବା ଏକ ତିବ୍ବତୀୟ ସନ୍ନ୍ୟାସୀ ଆଶ୍ରମ। ଆଶ୍ରମଟି ଅବସ୍ଥିତ ଥିଲା ହିମାଳୟର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ। ସେଠାରେ କ’ଣ ଦେଖିଲେ ପ୍ରଫେସର ବେନ୍‌ସନ୍‌ ଓ ତାଙ୍କର ସହଗବେଷକମାନେ ? ସେମାନେ ଦେଖିଲେ ଯେ ଆଶ୍ରମର ସନ୍ନ୍ୟାସୀଗଣ ଗଭୀର ଭାବରେ ଧ୍ୟାନମଗ୍ନ। ବାହାରର ତାପମାତ୍ରା ଥିଲା ମାଇନସ ୨୦ ଡିଗ୍ରୀ ସେଲସିୟସ। ଅଥଚ ସନ୍ନ୍ୟାସୀମାନେ ନିଜ ଶରୀରକୁ ଆବୃତ୍ତ କରି ରଖିଥିଲେ ଓଦା ବସ୍ତ୍ରରେ। ୧୫,୦୦୦ ଫୁଟ ଉଚ୍ଚତାରେ ମଧ୍ୟ ସେମାନେ ବେଶ୍‌ ଶାନ୍ତି ଓ ଆରାମରେ ନିଦ୍ରା ଯାଉଥିଲେ। ପୁଣି ନିଦ୍ରା ଯାଉଥିଲେ ପଥର ଚଟାଣ ଉପରେ। ସେମାନଙ୍କର ଦେହରେ ଥିଲା କେବଳ ପତଳା ଶାଲ୍‌।
ସନ୍ନ୍ୟାସୀମାନଙ୍କର ଏପରି ଅସାଧାରଣ ସାମର୍ଥ୍ୟ ବିସ୍ମିତ କରିପକେଇଥିଲା ବେନ୍‌ସନ୍‌ଙ୍କ ଗୋଷ୍ଠୀକୁ। ବେନ୍‌ସନ୍‌ ଉଲ୍ଲେଖ କରିଛନ୍ତି ଯେ ସନ୍ନ୍ୟାସୀମାନଙ୍କଠାରେ ଏଭଳି ଅନୁକୂଳ ଶାରୀରିକ ଓ ମାନସିକ ସାମର୍ଥ୍ୟ ସମ୍ଭବ ହୋଇଥିଲା ଯୋଗର ପ୍ରଭାବ ଯୋଗୁ। ପରବର୍ତ୍ତୀ ସମୟରେ ବେନ୍‌ସନ୍‌ ଯୋଗ ଓ ଧ୍ୟାନ ପଦ୍ଧତିକୁ ନିଜର ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଉତ୍କଣ୍ଠା ଓ ଉଦ୍‌ବେଗରେ ତଥା ନିଦ୍ରାହୀନତାରେ ପୀଡ଼ିତ ରୋଗୀଙ୍କଠାରେ ପ୍ରୟୋଗ କରି ବେଶ୍‌ ସୁଫଳ ପାଇଥିଲେ। ମାନସିକ ପ୍ରଶାନ୍ତି ଓ ଧ୍ୟାନ ଆଧାରିତ ଯୋଗ ଚିକିତ୍ସା ପଦ୍ଧତିର ଅନୁଧ୍ୟାନ ପ୍ରଫେସର ବେନ୍‌ସନ୍‌ କରିଥିଲେ ବୋଷ୍ଟନସ୍ଥିତ ମାଇଣ୍ଡ/ବଡି ଇନ୍‌ଷ୍ଟିଚ୍ୟୁଟ ବା ମନ/ଶରୀର ପ୍ରତିଷ୍ଠାନରେ। ତାଙ୍କ ଅନୁଧ୍ୟାନର ଫଳାଫଳ ଗବେଷଣା ପତ୍ରିକାଗୁଡିକରେ ପ୍ରକାଶ ପାଇବା ପରେ ପରେ ରୋଗ ଚିକିତ୍ସାରେ ଭାରତୀୟ ଯୋଗ ପଦ୍ଧତିର ପ୍ରୟୋଗ ବିଷୟରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକରେ ବିଶେଷଭାବରେ ଆଗ୍ରହ ପ୍ରକାଶ ପାଇଲା।
ପ୍ରଶ୍ନ ଉଠେ, ଧ୍ୟାନ, ପ୍ରାଣାୟାମ, ଆସନ ଆଦି ଯୋଗ ପଦ୍ଧତିମାନ ରୋଗ ଆରୋଗ୍ୟ କରିବାରେ ସହାୟକ ହୋଇପାରୁଛି କିପରି ? ଆଚ୍ଛା କୁହନ୍ତୁ ତ, ‘ଆପଣଙ୍କର ପରମ ଶତ୍ରୁ କିଏ ? ପୁଣି କିଏ ଆପଣଙ୍କର ପରମ ମିତ୍ର ? କୁହାଯାଉଛି ଯେ, ଆମ ମନ ହିଁ ଆମର ପରମ ଶତ୍ରୁ ଆଉ ସେହି ମନ ହିଁ ଆମର ପରମ ମିତ୍ର ମଧ୍ୟ। ମନଟା କଁା ଭଁା ସିନା ସ୍ଥିର, ଶାନ୍ତ ଓ ଏକାଗ୍ର, ମାତ୍ର ଅଧିକାଂଶ ସମୟରେ ଅସ୍ଥିର, ଅଶାନ୍ତ, ବିକ୍ଷିପ୍ତ, ବିଭ୍ରାନ୍ତ ତଥା ଅନ୍ୟମନସ୍କ। ସେଥିପାଇଁ ମନ ଉପରେ ଲଗାମ ଦେବା ମହାକଷ୍ଟ। କିନ୍ତୁ ମନକୁ ଶୃଙ୍ଖଳିତ ତଥା ନିୟନ୍ତ୍ରିତ କରି ନ ପାରିଲେ ଜୀବନରେ ଆଖିଦୃଶିଆ ଅଗ୍ରଗତି କରିବା ସମ୍ଭବ ନୁହେଁ।
ବର୍ଷ ତଳେ ଟାଇମ୍‌ ମାଗାଜିନ୍‌ ଉଲ୍ଲେଖ କରିଥିଲା ଯେ ଏକବିଂଶ ଶତାବ୍ଦୀରେ ଜନସାଧାରଣଙ୍କର ସବୁଠାରୁ ମାରାତ୍ମକ ଶତ୍ରୁ ହେଉଛି ମାନସିକ ଚାପ ବା ‘ଷ୍ଟ୍ରେସ୍‌’। ଏହି ଅତ୍ୟଧିକ ମାନସିକ ଚାପ ଯୋଗୁ ସମାଜରେ ବଢ଼ି ବଢ଼ି ଚାଲିଛି ଉଚ୍ଚ ରକ୍ତଚାପ ହାର। ଉଚ୍ଚ ରକ୍ତଚାପକୁ କୁହାଯାଉଛି ‘ସାଇଲେଣ୍ଟ କିଲର’ ବା ନୀରବ ହତ୍ୟାକାରୀ। ଭାରତରେ ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କର ସଂଖ୍ୟା ପ୍ରାୟ ୧୦ କୋଟିରୁ ଅଧିକ। ହେଲେ ଏହାର ରହିଛି ଏକ ଅତି ସହଜ ତଥା ସରଳ ଆରୋଗ୍ୟ ପଦ୍ଧତି। ତାହା ହେଉଛି ପରମାନନ୍ଦ ବା ପରମ ସୁଖଦ ଅନୁଭବ।
ଓ ମନ ଏତେ ଅଙ୍ଗାଅଙ୍ଗୀ ଭାବରେ ଯୁକ୍ତ ଯେ ଗୋଟିଏ ଉପରେ କୌଣସି ଏକ ପ୍ରଭାବ ସ୍ବତଃ ଅନ୍ୟଟିକୁ ପ୍ରଭାବିତ କରିପକାଏ। ତେଣୁ ଯୋଗ କଲେ ମନ ଏକ ଉନ୍ନତ ପର୍ଯ୍ୟାୟକୁ ଉନ୍ନୀତ ହୋଇଯାଏ। ଫଳରେ ମନ ହୋଇଯାଏ ସମ୍ପୂର୍ଣ୍ଣ ପ୍ରଶାନ୍ତ। ମନ ପ୍ରଶାନ୍ତ ହେବା ସଙ୍ଗେ ସଙ୍ଗେ ଶରୀରର କୋଷଗୁଡିକରେ ମେଟାବୋଲିଜମ୍‌ ବା ୟୋପଚୟ ପ୍ରକ୍ରିୟା ହୋଇପଡେ ସମ୍ପୂର୍ଣ୍ଣ ମନ୍ଥର। ମନ୍ଥର ହୋଇଯାଏ ଶ୍ୱାସକ୍ରିୟାର ହାର। ନିସ୍ତବ୍ଧ ହୋଇଯାଏ ସ୍ନାୟୁତନ୍ତ୍ର।
କରିବା ସମୟରେ ଚିନ୍ତା ପ୍ରକ୍ରିୟାର ଉତ୍ତେଜିତ ଅବସ୍ଥା ପ୍ରଶମିତ ହୋଇ ଜାତ ହୋଇପଡେ ଜୀବକୋଷୀୟ ସନ୍ତୁଳନ ଅବସ୍ଥା ବା ସମାବସ୍ଥା। ସ୍ବାସ୍ଥ୍ୟ ଉପରେ ଏହି ଅବସ୍ଥାର ପ୍ରଭାବ ଅତ୍ୟନ୍ତ ଅନୁକୂଳ। ସୁତରାଂ ଯୋଗ କଲେ ରକ୍ତଚାପ କମିଯାଏ। ହୃଦ୍‌ରୋଗ ଓ ଡାଇବେଟିସ୍‌ର ହାର ହ୍ରାସ ପାଏ। ଊଣା ହୋଇଯାଏ କ୍ରୋଧ ଓ ମାନସିକ ଚାପ।
ଥିଲା, ଯେତେବେଳେ ଶରୀର ଉପରେ ମନର ପ୍ରଭାବ ବିଷୟରେ ଚିକିତ୍ସକମାନଙ୍କୁ ବିଶେଷ କିଛି ଜଣା ନ ଥିଲା। ଏବେ କିନ୍ତୁ ଧାରଣା ଦୃଢ଼ୀଭୂତ ହେବାରେ ଲାଗିଛି ଯେ, ଶାରୀରିକ କ୍ରିୟାଗୁଡ଼ିକ ବହୁଳାଂଶରେ ପ୍ରଭାବିତ କରିଥାଏ ବ୍ୟକ୍ତିର ମନସ୍ତତ୍ତ୍ୱ। ମନ ଅସୁସ୍ଥ ହୋଇ ଉତ୍କଣ୍ଠିତ ତଥା ଉଦ୍‌ବିଘ୍ନ ରହିଲେ ତାହା ଅନେକ ରୋଗର କାରଣ ହୋଇପଡେ। ସେହି ସବୁ ରୋଗଗୋଷ୍ଠୀକୁ କୁହାଯାଏ ଶାରୀରିକ ବ୍ୟାଧି ବା ‘ସାଇକୋ ସୋମାଟିକ୍‌ ଡିଜିଜେସ୍‌’। ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ପେପ୍‌ଟିକ୍‌, ଅଲସର,ଏକ୍‌ଜିମା, ସୋରିଆସିସ୍‌ ଇତ୍ୟାଦି ଜାତ ହେବା ମୂଳରେ ରହିଛି ମୁଖ୍ୟ ଭୂମିକା।
ସମୟରେ ମଣିଷର ଜୀବନଶୈଳୀ ଶାରୀରିକ ଓ ମନସ୍ତାତ୍ତ୍ୱିକ ସ୍ବାସ୍ଥ୍ୟ ପାଇଁ ଆଦୌ ଅନୁକୂଳ ହୋଇପାରୁନାହିଁ। ଫଳରେ ବଢ଼ି ବଢ଼ି ଚାଲିଛି ମାନସିକ ଚାପ, ଉତ୍କଣ୍ଠା, ଉଦ୍‌ବେଗ ତଥା ଦୀର୍ଘକାଳୀନ ଅଣସଂକ୍ରାମକ ଜୀବନଶୈଳୀ ରୋଗମାନ। ଏଭଳି ଦୁଃସ୍ଥିତିରୁ ସୁରକ୍ଷିତ ରହିବା ନିମନ୍ତେ ଯୋଗ ହିଁ ପ୍ରଧାନ ଅବଲମ୍ବନ। ବ୍ୟକ୍ତିଟିଠାରେ ରହିଥାଇପାରେ ଅସାଧାରଣ ଶାରୀରିକ ସାମର୍ଥ୍ୟ, ମାତ୍ର ଏହା ସହିତ ମାନସିକ ସ୍ତରରେ ତା’ପରେ ସନ୍ତୁଳନ ଅବସ୍ଥା ନ ଥିଲେ ତା’ର ଜୀବନ ହୋଇପାରେ ଅତ୍ୟନ୍ତ ଦୁର୍ବିଷହ।
ମନେରଖିବା ଉଚିତ ଯେ, ଶରୀର, ମନ ଓ ଆତ୍ମାର ପୂର୍ଣ୍ଣାଙ୍ଗ ତଥା ସୁସଙ୍ଗତ ବିକାଶରେ ଯୋଗ ସାଧନା ଖୁବ୍‌ ସହାୟକ ହୋଇଥାଏ। ସୁତରାଂ ଯୋଗର ରହିଛି ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଆଧ୍ୟାତ୍ମିକ ପ୍ରଭାବ। ଯୋଗ ଏକ ବ୍ୟାୟାମ ନୁହେଁ, ଏହା ଏକ କଳା। ଏହା ଆବଶ୍ୟକ କରିଥାଏ ନିୟମିତ ଅଭ୍ୟାସ, ଧୈର୍ଯ୍ୟ ଏବଂ ସମୟ। ନିୟମିତ ଯୋଗ କରିଚାଲିଲେ ଧୀରେ ଧୀରେ ବିକାଶ ଲାଭ କରେ ମାନସିକ ସ୍ଥିରତା, ସନ୍ତୁଳନ, ଶ୍ୱାସକ୍ରିୟା ନିୟନ୍ତ୍ରଣ, ମନସ୍ତାତ୍ତ୍ୱିକ ସାମର୍ଥ୍ୟ, ଏକାଗ୍ରତା, ଶାରୀରିକ ଦକ୍ଷତା ଏବଂ ନମନୀୟତା ଇତ୍ୟାଦି।
ଯୋଗ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ହିଁ ଯୋଗର ଜନ୍ମଭୂମି। ପ୍ରତିବର୍ଷ ଜୁନ୍‌ ୨୧କୁ ‘ବିଶ୍ୱ ଯୋଗ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଏହି ଦିବସ ପାଳନର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଯୋଗର ବିଭିନ୍ନ ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ସମ୍ପୂର୍ଣ୍ଣ ସୁସ୍ଥ ରହିବା ନିମନ୍ତେ ନିୟମିତ ଯୋଗ କରିବା ପାଇଁ ସେମାନଙ୍କୁ ପ୍ରେରଣା ପ୍ରଦାନ କରିବା।
-ଡା. ନିତ୍ୟାନନ୍ଦ ସ୍ବାଇଁ
‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ,
ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri