ପିପିଲି,୯।୭(ପ୍ରଭାତ ମହାପାତ୍ର)ପିପିଲି ଥାନା ଅଞ୍ଚଳରେ ଚାଲିଛି କଙ୍ଗାରୁ କୋର୍ଟ। ବାହିଲିପଡା ଗ୍ରାମର ଦିଲୀପ ପାଟ୍ଟସାହାଣୀ ଦୀର୍ଘ ୧୩ବର୍ଷ ହେଲା ଗାଁରୁ ନିଆଁପାଣି ବାସନ୍ଦର ଶିକାର ହୋଇ ଅନେକ ନିର୍ଯାତନା ଭୋଗୁଛୁ। ଏପରିକି ତାଙ୍କ ବଡ଼ଭାଇ ସ୍ନେହକର ପାଟ୍ଟସାହାଣୀ ଓ କିଛି ସମ୍ପର୍କୀୟ ଦିଲୀପଙ୍କ ଝିଅ ବିବାହ ଗତ ମାର୍ଚ୍ଚ ୧୦ରେ ଯୋଗଦେଇଥିଲେ ବୋଲି ଗ୍ରାମର କିଛି ମୁଷ୍ଟିମେୟ ଲୋକେ ଗ୍ରାମସଭା କରି ସେମାନଙ୍କୁ ଗ୍ରାମରୁ ବାସନ୍ଦ ଓ ୫ହଜାର ଟଙ୍କା ଜାରିମାନା କରି ସର୍ବସମ୍ମୁଖରେ ଭୁଲ ମଗାଇଛନ୍ତି। ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ ଆହୁରି ନିର୍ଯାତନା ଦିଆଯିବ ବୋଲି ସଭାର ନେତୃବୃନ୍ଦମାନେ ଧମକ ଦେଇଛନ୍ତି। ଏ ନେଇ ସ୍ନେହକର ଉକ୍ତ ଗ୍ରାମର କେତେଜଣଙ୍କ ନାମରେ ଗତ ଏପ୍ରିଲ୨୬ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାସହ ପୁରୀ ଜିଲାପାଳ ଓ ମାନବ ଅଧିକାର କମିଶନଙ୍କୁ ମଧ୍ୟ ଅଭିଯୋଗ କରିଥିବା ସ୍ନେହକର ପାଟ୍ଟସାହାଣୀ କହିଛନ୍ତି। ହେଲେ ଅଭିଯୋଗକୁ ଏତେ ଦିନ ବିତିଯାଇଥିଲେ ବି ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ସେହ୍ନକର କହିଛନ୍ତି। ଖବରପାଇ ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଶନିବାର ଉକ୍ତ ବାହିଲିପଡା ଗ୍ରାମକୁ ଯାଇ କଙ୍ଗାରୁ କୋର୍ଟର ଶିକାର ହୋଇଥିବା ପରିବାରଙ୍କୁ ଭେଟିଥିଲେ। ଘଟଣା ସମ୍ପର୍କରେ ପଚାରି ବୁଝି ସମାଧାନ ପାଇଁ ପିପିଲି ପୋଲିସ ଓ ପୁରୀ ଉପଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଯଦି ପ୍ରଶାସନ ଏଦିଗରେ ପଦକ୍ଷେପ ନ ନେଇ ପୀଡ଼ିତମାନଙ୍କୁ ନ୍ୟାୟ ନ ଦିଏ, ତେବେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ମାନବ ଅଧିକାର କମିଶନ ନିକଟରେ ଅଭିଯୋଗ କରିବେ ବୋଲି ମିଶ୍ର କହିଥିଲେ।
ସୂଚନା ଥାଉକି, ବାହିଲିପଡା ଗ୍ରାମର ଦିଲୀପ ପାଟ୍ଟସାହାଣୀ ୧୩ବର୍ଷ ତଳେ ଗ୍ରାମସଭାରେ ଯୋଗ ଦେଇ ନଥିଲେ ବୋଲି ଗ୍ରାମରେ ସଭା କରାଯାଇ (କଙ୍ଗାରୁ କୋର୍ଟ) ତାଙ୍କୁ ଗ୍ରାମରୁ ବାସନ୍ଦ କରିଥିଲେ ଗ୍ରାମବାସୀ। ସେହିଦିନଠାରୁ ଏପର୍ଯ୍ୟନ୍ତ ନିର୍ଯାତନା ପାଇ ଆସୁଥିବା ବେଳେ ପିପିଲି ପୋଲିସରେ ୨ଥର ଅଭିଯୋଗ କରିବା ସତ୍ତ୍ୱେ ନ୍ୟାୟ ମିଳି ନାହିଁ। ଏହାରି ଭିତରେ ଗତ ଜାନୁୟାରୀ ୭ରେ ଦିଲୀପଙ୍କ ଝିଅ ନିର୍ବନ୍ଧ କାର୍ଯ୍ୟରେ ଉକ୍ତ ଗ୍ରାମର ୭ଟି ପରିବାର ଯୋଗଦେଇଥିଲେ ବୋଲି ସେମାନଙ୍କୁ ଗ୍ରାମରେ ଲୋକ ସଭା କରି ଭୁଲ ମଗାଇଥିଲେ। ପରେ ସେହି ଝିଅର ବିବାହ ଉତ୍ସବରେ ଉକ୍ତ ୭ଟି ପରିବାର ଯୋଗଦେଇଥିଲେ ବୋଲି ଗ୍ରାମସଭା କରାଯାଇ ସେମାନଙ୍କ ମଧ୍ୟରୁ ତାଙ୍କ ବଡଭାଇ ସ୍ନେହକର ଓ ସାମଲଙ୍କୁ ମଧ୍ୟ ଗ୍ରାମରୁ ବାସନ୍ଦ କରାଯାଇଛି। ଅନ୍ୟ ୫ଟି ପରିବାରଙ୍କୁ ଭୁଲ ମଗାଇବା ସହ ୫ହଜାର ଟଙ୍କା ଜରିମାନା ଦେବା ପାଇଁ ବାଧ୍ୟ କରାଯାଇଛି ବୋଲି ଦିଲୀପ ପାଟ୍ଟସାହାଣୀ କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ପୁରୀ View All
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…
ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ
ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…
ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…
ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…
ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
Archives

