ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ କଳାହାଣ୍ଡିର ନୃତ୍ୟ ଦଳ

ଭବାନୀପାଟଣା,୧।୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଭାନୀପାଟଣା ପ୍ରତିଭା ଅନୁଷ୍ଠାନର ବଜାଶାଲ ନୃତ୍ୟ ଦଳ ଜାତୀୟ ପରେଡ୍‌ରେ ଯୋଗଦେବା ପାଇ ମନୋନୀତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଧ୍ୟାନାନନ୍ଦ ପଣ୍ଡା ଏହି ସୂଚନା ଦେଇଛନ୍ତି। ଆସନ୍ତା ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପରେଡରେ କାଳାକାରମାନେ ବଜାଶାଲ ନୃତ୍ୟ ପରିବେଷଣ କରବେ। ଆସନ୍ତା ୩ ତାରିଖରେ ଅନୁଷ୍ଠାନର ମୁଖ୍ୟ ପଣ୍ଡା, ଚିଣ୍ଟୁ ପ୍ରସାଦ ନାଏକ ଓ ଦେବେଶ ସିଂହଙ୍କ ନେତୃତ୍ୱରେ ଜିଲାର ୮୦ଜଣ ନୃତ୍ୟ କଳାକାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସେଠାରେ ରହି ରିହରସେଲ୍‌ କରିବା ସହିତ ସାଧାରଣତନ୍ତ୍ର ଦିବସରେ ନୃତ୍ୟ ପରିବେଷଣ କରିବେ। ପୂର୍ବ ଭାରତର ଗୋଟିଏ ମାତ୍ର ଲୋକନୃତ୍ୟ ଦଳ ଭାବେ ମନୋନୀତ ହୋଇଥିବାରୁ ଓଡ଼ିଶା ପାଇଁ ଏହା ଗର୍ବର ବିଷୟ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମତ ପ୍ରକାଶ କରିଛନ୍ତି।