ବଳାତ୍କାର ଉଦ୍ୟମ ପରେ ନାବାଳିକାଙ୍କ ତଣ୍ଟି କାଟିଲେ

ଗୋପାଳପୁର,୨୮ା୧: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଗୁରୁବାର ପୁଣି ଏକ ବର୍ବରକାଣ୍ଡ ଘଟିଛି। ଜଣେ ୭ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ବେଳେ ପାଟି କରିବାରୁ ଦୁର୍ବୃତ୍ତ ତାଙ୍କ ତଣ୍ଟି କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ପୋଲିସ ଏକ ମାମଲା(ନଂ.୨୭/୨୧) ରୁଜୁକରି ୨ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ନାବାଳିକାଙ୍କ ମା’ ବାପା କୌଣସି କାମରେ ଗୁରୁବାର ସକାଳୁ ବାହାରକୁ ଯାଇଥିବା ବେଳେ ନାବାଳିକା ଓ ତାଙ୍କ ସାନ ଭାଇ ଘରେ ଥିଲେ। ପୂର୍ବାହ୍ନରେ ଭାଇ ଭଉଣୀ କଲୋନୀ ଶେଷମୁଣ୍ଡକୁ ଶୌଚ ପାଇଁ ଯାଇଥିବାବେଳେ ଦୁର୍ବୃତ୍ତ ଦ୍ୱୟ ନାବାଳିକାଙ୍କୁ ଉଠାଇ ନେଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ବଳାତ୍କାର ଉଦ୍ୟମ କରିଥିଲେ। ଚିତ୍କାର କରିବାରୁ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟିବା ସହ ମୁହଁକୁ ଆକ୍ରମଣ କରିଥିଲେ। ସାନଭାଇ ଦୌଡିଆସି କଲୋନୀ ବାସିନ୍ଦାଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକେ ପହଞ୍ଚତ୍ବା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ର ମେଡିକାଲରେ ପହଞ୍ଚତ୍ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ ସ୍ଥାନୀୟ ଲୋକେ ଦୁର୍ବୁତ୍ତ ଦ୍ୱୟଙ୍କୁ ଖୋଜି କାବୁ କରିବା ପରେ ନିସ୍ତୁକ ମାଡ ମାରିଥିଲେ। ଗୋଳନ୍ଥରା ପୋଲିସ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରି ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଅନ୍ୟ ଜଣଙ୍କୁ ଗିରିସୋଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ବ୍ରହ୍ମପୁର ସଦର ଏସ୍‌ଡ଼ିପିଓ ଜୟନ୍ତ ମହାପାତ୍ର ଓ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ୨ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।