ଆଜିଠାରୁ କଳିଙ୍ଗରେ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର, ୨୪।୧୧(କ୍ରୀଡ଼ା ପ୍ରତିନିଧି): ଏଫ୍‌ଆଇଏଚ୍‌ ଜୁନିୟର ହକି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ବୁଧବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏହା ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ସନ୍ଧ୍ୟାରେ ଆୟୋଜନ ହେବା କାର୍ଯ୍ୟକ୍ରମ ରହିଛି। ଚାମ୍ପିୟନ୍ସଟ୍ରଫିଠାରୁ ଆରମ୍ଭ କରି ହକି ବିଶ୍ୱକପ୍‌ ପର୍ଯ୍ୟନ୍ତ ଅଧଡଜନେରୁ ଊର୍ଦ୍ଧ୍ୱ ସିନିୟର ସ୍ତରର ବଡ଼ ଟୁର୍ନାମେଣ୍ଟକୁ ସଫଳତାର ସହ ଆୟୋଜନ କରି ପ୍ରଶଂସା ସାଉଁଟିଥିବା ଓଡ଼ିଶା ଏବେ ବିଶ୍ୱର ରାଇଜିଂ ଷ୍ଟାରଙ୍କୁ ନେଇ ହେବାକୁ ଯାଉଥିବା ଏହି ମେଗା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ବିନା ଦର୍ଶକରେ ପ୍ରତିଯୋଗିତା ହେବାପାଇଁ ନିଷ୍ପତ୍ତି ହୋଇଛି। ଖେଳାଳିମାନଙ୍କଠାରୁ ଆରମ୍ଭ କରି କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କୋଭିଡ୍‌ ଟେଷ୍ଟକୁ ଗୁରୁତ୍ୱ ଦିଆଯାଇଛି। ମୋଟାମୋଟି ପ୍ରତିଯୋଗିତାକୁ ସୁରକ୍ଷିତ ଏବଂ ସଫଳ ଆୟୋଜନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଭୁବନେଶ୍ୱରରେ ପହଞ୍ଚତ୍ ଅଭ୍ୟାସକୁ ଜୋରଦାର କରିଛନ୍ତି। ପୁଲ୍‌ ‘ଏ’ରେ ବେଲ୍‌ଜିୟମ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଚିଲି ରହିଥିବାବେଳେ ଘରୋଇ ଭାରତ ପୁଲ୍‌ ‘ବି’ରେ କାନାଡ଼ା, ଫ୍ରାନ୍ସ ଓ ପୋଲାଣ୍ଡ ସହିତ ସ୍ଥାନ ପାଇଛି। ପୁଲ୍‌ ‘ସି’ରେ ନେଦରଲାଣ୍ଡ୍ସ, ସ୍ପେନ, କୋରିଆ, ଆମେରିକା ଏବଂ ପୁଲ୍‌ ‘ଡି’ରେ ଜର୍ମାନୀ, ଆର୍ଜେଣ୍ଟିନା, ପାକିସ୍ତାନ ଓ ଇଜିପ୍ଟ ସ୍ଥାନ ପାଇଛନ୍ତି। ଗତଥରର ଚାମ୍ପିୟନ ଭାରତ ବୁଧବାର ଫ୍ରାନ୍ସ ବିପକ୍ଷରେ ମ୍ୟାଚ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ ରାତି ୮ଟାରେ ଖେଳାଯିବ। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ସିନିୟର ଦଳର ଅନ୍ୟତମ ସଦସ୍ୟ ବିବେକ ସାଗର ପ୍ରସାଦଙ୍କ ନେତୃତ୍ୱରେ ଜୁନିୟର ଦଳ ଏଠାରେ ଟୁର୍ନାମେଣ୍ଟ ଖେଳିବ।
ଭାରତୀୟ ଦଳରେ ଓଡ଼ିଶାର ୩ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଭିଷେକ ଲାକ୍ରା, ସୁଦୀପ ଚିରମୋକୋ ଓ ସୁନୀଲ ଜୋଜୋ। ଅଭିଷେକ, ସୁଦୀପ ଓ ସୁନୀଲ ଘରୋଇ ପରିବେଶରେ ପ୍ରଥମଥର ପାଇଁ ଏପରି ଏକ ବଡ଼ ଓ ସମ୍ମାନଜନକ ଟୁର୍ନାମେଣ୍ଟ ଖେଳିବାକୁ ଯାଉଛନ୍ତି। ତେଣୁ ଏହା ସେମାନଙ୍କ ପାଇଁ ସ୍ମରଣୀୟ ରହିବ ନିଶ୍ଚିତ।
ବିଶ୍ୱକପ୍‌ ଆରମ୍ଭର ୨ ମାସ ପୂର୍ବରୁ ସେପ୍ଟେମ୍ବର ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫ୍‌ଆଇଏଚ୍‌ ଅଧ୍ୟକ୍ଷ ନରିନ୍ଦର ଧ୍ରୁବ ବାତ୍ରାଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଯୋଗିତାର ଟ୍ରଫି ଓ ଲୋଗୋ ଉନ୍ମୋଚିତ ହୋଇଥିଲା। ପୂର୍ବରୁ ଏହି ଟୁର୍ନାମେଣ୍ଟ ଗୁଆହାଟୀରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ପରେ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ। ୨ ମାସ ସମୟ ମିଳିଥିଲେ ହେଁ ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ପ୍ରକାଶଯୋଗ୍ୟ ଯେ ୨୦୧୮ରୁ ଓଡ଼ିଶା ସରକାର ଭାରତୀୟ ମହିଳା ଓ ପୁରୁଷ ହକି ଦଳର ପ୍ରାୟୋଜକ ରହି ଆସିଛନ୍ତି। ପୂର୍ବରୁ ୫ ବର୍ଷ ପାଇଁ ଓଡ଼ିଶା ପ୍ରାୟୋଜକ ଥିବାବେଳେ ପରେ ଏହାକୁ ଆଉ ୧୦ ବର୍ଷ ଅର୍ଥାତ୍‌ ୨୦୩୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୨୩ ସିନିୟର ପୁରୁଷ ହକି ବିଶ୍ୱକପ୍‌ ମଧ୍ୟ ଓଡ଼ିଶାରେ ଅନୁଷ୍ଠିତ ହେବ। ଏହା ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ହେବ। ଜୁନିୟର ହକି ବିଶ୍ୱକପ୍‌ର ଗତ ସଂସ୍କରଣ ୨୦୧୬ରେ ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ଓ ଏଥିରେ ଭାରତ ଟାଇଟଲ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri