ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି ସୁପ୍ରିମକୋର୍ଟ। ଏହା ପରେ ରାଜ୍ୟସ୍ତରରେ ଉଚ୍ଚ ନ୍ୟାୟାଳୟ ଏବଂ ଜିଲା ସ୍ତରରେ ଜିଲା କୋର୍ଟଗୁଡ଼ିକ ଅଛି। ଗଣତନ୍ତ୍ରର ଅନ୍ୟ ଦୁଇ ସ୍ତମ୍ଭ ବ୍ୟବସ୍ଥାପକ ଓ କାର୍ଯ୍ୟପାଳିକା ତୁଳନାରେ ଭାରତରେ ନ୍ୟାୟପାଳିକା ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାରେ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ କରିବା କଥା। ଭାରତରେ ବ୍ୟବସ୍ଥାପକ ଓ କାର୍ଯ୍ୟପାଳିକା ମଧ୍ୟ ସମ୍ବିଧାନ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ସ୍ପଷ୍ଟ କରିବାକୁ ନ୍ୟାୟପାଳିକାର ସହାୟତା ଲୋଡ଼ିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନ୍ୟାୟପାଳିକା ନାଗରିକମାନଙ୍କର ମୌଳିକ ଅଧିକାରର ସୁରକ୍ଷାକାରୀ। କିନ୍ତୁ ଦେଖାଯାଉଛି ଭାରତରେ ନ୍ୟାୟପାଳିକାର କାର୍ଯ୍ୟ ଉପରେ ପ୍ରଶ୍ନ ଉଠୁଛି। ନିକଟରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ୨୧ ଜଣ ଅବସରପ୍ରାପ୍ତ ବିଚାରପତି ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଯୋଜନାବଦ୍ଧ ଚାପ, ଭୁଲ୍‌ ତଥ୍ୟ ଓ ସାର୍ବଜନୀନ ନିନ୍ଦା ଜରିଆରେ ବିଚାର ବ୍ୟବସ୍ଥାକୁ ଦୁର୍ବଳ କରିଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚେଷ୍ଟାକରୁଛନ୍ତି। ଏହି ଗୋଷ୍ଠୀ ରାଜନୈତିକ ସ୍ବାର୍ଥ ଦ୍ୱାରା ପ୍ରଭାବିତ ହୋଇ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିବାକୁ ନ୍ୟାୟିକ ବ୍ୟବସ୍ଥା ଉପରେ ଥିବା ଲୋକଙ୍କ ଆସ୍ଥାରେ ଆଞ୍ଚ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ଏହା ଗଣତନ୍ତ୍ର ପାଇଁ ଅଶୁଭ ସଙ୍କେତ। ଏହି ପରିପ୍ରେକ୍ଷୀରେ ନ୍ୟାୟପାଳିକାକୁ ସୁରକ୍ଷା ଦେବା ଜରୁରୀ ବୋଲି ଅବସରପ୍ରାପ୍ତ ବିଚାରପତିମାନେ ସିଜେଆଇଙ୍କୁ ଜଣାଇଛନ୍ତି। ଏଠାରେ ସ୍ମରଣଯୋଗ୍ୟ, କିଛିଦିନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୬୦୦ ଆଇନଜୀବୀ ଅନୁରୂପ ପତ୍ର ଲେଖିଥିଲେ। ସେମାନେ ଦର୍ଶାଇଥିଲେ ଯେ, ଏକ ଗୋଷ୍ଠୀର ରାଜନେତା ସଂକୀର୍ଣ୍ଣ ସ୍ବାର୍ଥ ପାଇଁ ବିଚାର ବ୍ୟବସ୍ଥାକୁ କଳୁଷିତ କରୁଛନ୍ତି। କୌତୂହଳର ବିଷୟ ହେଉଛି ଯେ, ଉଭୟ ଗୋଷ୍ଠୀ କୌଣସି ରାଜନୈତିକ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିନାହାନ୍ତି। ଏହିଭଳି ଅସ୍ପଷ୍ଟ ମତ ସାଧାରଣତଃ ଅଶାନ୍ତ ସାମାଜିକ ପରିସ୍ଥିତିରେ ସହାୟକ ହୁଏ ନାହିଁ।
ଦେଖିବାକୁ ଗଲେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ୍ୟାୟପାଳିକା ଉପରେ ଲୋକଙ୍କର ଭରସା ରହିଛି। ହେଲେ ବିଚାରପତିମାନଙ୍କର ପତ୍ର ସ୍ପଷ୍ଟ କରୁଛିି ଯେ, କିଛି ନେତା ନ୍ୟାୟପାଳିକାକୁ ଦୁର୍ବଳ ହୋଇଯିବା ଚାହାନ୍ତି, ଯାହାଦ୍ୱାରା ସେମାନେ ନାଗରିକଙ୍କ ସ୍ବାର୍ଥକୁ ଅଣଦେଖା କରି ଯାହା ଚାହଁିବେ ତାହା ଅନାୟାସରେ କରିପାରିବେ। ଅତୀତରେ ବିଲ୍‌କିସ୍‌ ବାନୋଙ୍କ ମାମଲାରେ ଦୋଷୀମାନେ ଦଣ୍ଡମୁକ୍ତ ହେବା ଓ ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ସେମାନଙ୍କୁ ଜେଲ ପଠାଯିବା ତଥା ମହାରାଷ୍ଟ୍ରର ଭୀମା କୋରେଗାଁଓ ଘଟଣାରେ ସରକାରଙ୍କ ଆଭିମୁଖ୍ୟ ଓ ବିଚାରରେ ମନ୍ଥରତାକୁ ଲକ୍ଷ୍ୟକଲେ ବିଚାରପତିମାନଙ୍କର ସାମ୍ପ୍ରତିକ ଚିଠିର ଗୁରୁତ୍ୱ ଅନୁଭବ କରିହୁଏ। ଗୋଟିଏ ପଟେ ଅବସରପ୍ରାପ୍ତ ବିଚାରପତିମାନେ ନ୍ୟାୟପାଳିକା ପ୍ରତି ଉପୁଜୁଥିବା ବିପଦ ସମ୍ପର୍କରେ ସୂଚାଇଛନ୍ତି। ଅନ୍ୟପଟେ ଶାସକ ଦଳ ତରଫରୁ କୁହାଯାଇଛି, ୨୦୨୪ ନିର୍ବାଚନରେ ଅଧିକ ସଂଖ୍ୟା ଜିତିଲେ ଦେଶର ସମ୍ବିଧାନକୁ ବଦଳାଇ ଦିଆଯିବ। ଉଲ୍ଲେଖନୀୟ ଯେ, କୌଣସି ଦେଶରେ ନ୍ୟାୟପାଳିକାକୁ ଦୁର୍ବଳ କରିଦିଆଗଲେ ସେଠାରେ ଏକଚ୍ଛତ୍ରବାଦ ମୁଣ୍ଡ ଟେକେ, ଯାହା ପାକିସ୍ତାନ, ତୁର୍କୀ ଓ ଇରାନରେ ଦେଖାଯାଇଛି। ଭାରତରେ ସେଭଳି ସ୍ଥିତି ଉପୁଜିବାକୁ ଯାଉଥିବା ମନେହୁଏ। ଭାଜପା ଆଗକୁ ୧୦୦୦ ବର୍ଷ ଶାସନ କରିବାକୁ ସକ୍ଷମ ହେବା ଦରକାର ବୋଲି ଦଳ ପକ୍ଷରୁ ଯେଉଁ ମତବ୍ୟକ୍ତ କରାଯାଉଛି ତାହା ଏକଚ୍ଛତ୍ରବାଦ ମନୋଭାବକୁ ସ୍ପଷ୍ଟ କରୁଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଅବସରପ୍ରାପ୍ତ ବିଚାରପତିମାନେ ଆଜି ଯେଉଁ ପରିସ୍ଥିତିକୁ ସମାଲୋଚନା କରୁଛନ୍ତି ତାହାର ମୂଳଦୁଆ ସେମାନେ ନିଜେ ପକାଇଛନ୍ତି। ଆସନରେ ବସିଥିବାବେଳେ ଅଧସ୍ତନ ନ୍ୟାୟାଳୟରେ ପରିବର୍ତ୍ତନ ଓ ସଚେତନତା ଆଣିବାରେ ସେମାନେ କୌଣସି ଚେଷ୍ଟା କରି ନ ଥିବାରୁ ଆଜି ରାଜନୈତିକ ବ୍ୟକ୍ତିମାନେ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ଚାପ ପକାଇବାକୁ ଆସ୍ପର୍ଦ୍ଧା କରିପାରୁଛନ୍ତି।

ଅବସରପ୍ରାପ୍ତ ବିଚାରପତିମାନେ ଆଜି ଯେଉଁ ପରିସ୍ଥିତିକୁ ସମାଲୋଚନା କରୁଛନ୍ତି ତାହାର ମୂଳଦୁଆ ସେମାନେ ନିଜେ ପକାଇଛନ୍ତି। ଆସନରେ ବସିଥିବାବେଳେ ଅଧସ୍ତନ ନ୍ୟାୟାଳୟରେ ପରିବର୍ତ୍ତନ ଓ ସଚେତନତା ଆଣିବାରେ ସେମାନେ କୌଣସି ଚେଷ୍ଟା କରି ନ ଥିବାରୁ ଆଜି ରାଜନୈତିକ ବ୍ୟକ୍ତିମାନେ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ଚାପ ପକାଇବାକୁ ଆସ୍ପର୍ଦ୍ଧା କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri