Posted inଜାତୀୟ

ସାମ୍ବିଧାନିକ ପୀଠଙ୍କ ରାୟ ଅନ୍ୟ ଖଣ୍ଡପୀଠ ପାଇଁ ମାନ୍ୟ

ନୂଆଦିଲ୍ଲୀ,୧୮ା୫ (ପି.ଟି.): ସାମ୍ବିଧାନିକ ପୀଠଙ୍କ ରାୟକୁ କମ୍‌ କ୍ଷମତା ବିଶିଷ୍ଟ ଖଣ୍ଡପୀଠଗୁଡ଼ିକ ଅନୁସରଣ କରିବା ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଏହାର ୨୦୨୨ ଏପ୍ରିଲର ଏକ ରାୟକୁ ମନେପକାଇଦେଇ କହିଛନ୍ତି। ହରିୟାଣାର ଏକ ଗାଁର ବାସିନ୍ଦା ମିଳିତ ଭାବେ ବ୍ୟବହାର କରୁଥିବା ଜମି ଉପରେ ଏହି ରାୟ ଦିଆଯାଇଥିଲା। ହରିୟାଣାର ଭୂମି ଆଇନ ଅନୁଯାୟୀ ପ୍ରକୃତ ମାଲିକମାନଙ୍କଠାରୁ ସେମାନଙ୍କ ଅନୁମୋଦିତ ସିଲିଂ ସୀମାରୁ ନିଆଯାଇଥିବା ଜମି ଉପରେ ପଞ୍ଚାୟତ ମାଲିକାନା ଜାହିର କରିପାରିବ ନାହିଁ ବୋଲି ୨୦୨୨ ଏପ୍ରିଲ ୭ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ପଞ୍ଚାୟତ କେବଳ ଉକ୍ତ ଜମିର ପରିଚାଳନା ଓ ନିୟନ୍ତ୍ରଣ କରିପାରିବ ବୋଲି ଅଦାଲତ କହିଥିଲେ। ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ଣ୍ଣ ଖଣ୍ଡପୀଠ ହରିୟାଣା ଗ୍ରାମ ସାଧାରଣ ଜମି (ନିୟାମକ) ଆଇନ, ୧୯୬୧ର ଧାରା ୨(ଜି)ର ଉପଧାରା ୬ର ବୈଧତାକୁ ଅନୁଧ୍ୟାନ କରି ଦେଇଥିବା ରାୟ ବିରୋଧରେ ଏକାଧିକ ଅପିଲ୍‌ ଉପରେ ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେଇଥିଲେ। ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ସନ୍ଦିପ୍‌ ମେହେଟ୍ଟାଙ୍କ ଖଣ୍ଡପୀଠ ଗୁରୁବାର କହିଛନ୍ତି, ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ୧୯୬୬ରେ ଦେଇଥିବା ରାୟ ଆଧାରରେ ହାଇକୋର୍ଟ ତାଙ୍କ ରାୟ ଶୁଣାଇଥିଲେ। ୧୯୬୬ର ରାୟକୁ ହାଇକୋର୍ଟ ଭରସା କରିବା କାହିଁକି ଭୁଲ୍‌ ଥିଲା ସେ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଥିଲା। ସାମ୍ବିଧାନିକ ପୀଠଙ୍କ ଏକ ରାୟକୁ କମ୍‌ କ୍ଷମତାସମ୍ପନ୍ନ ଖଣ୍ଡପୀଠ ମାନିବା ବାଧ୍ୟତାମୂଳକ ଏହା ଦର୍ଶାଇବା ପାଇଁ କୌଣସି ଆଇନର ଆବଶ୍ୟକତା ନାହିଁ। ୧୯୬୬ର ଭଗତ ରାମ ମାମଲାର ରାୟ ୫ ଜଣିଆ ପୀଠ ଦେଇଥିଲେ। ଏହି ରାୟର ପାରାଗ୍ରାଫ୍‌ ୫ ଅନୁଯାୟୀ ସାମ୍ବିଧାନିକ ପୀଠର ରାୟକୁ ୨ ଜଣିଆ ଖଣ୍ଡପୀଠ ଅଣଦେଖା କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଦିନ ଜୀବନ ହାରିଲେ ୨ ଭଉଣୀ

ଯୋଧପୁର,୨୨ା୨: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ମନାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିବାର ୨ ଝିଅଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ…

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri