ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର

ବିଶ୍ୱ ହେଉଛି ଅନନ୍ତ ଓ ଅସୀମ। କୋଟି କୋଟି ନକ୍ଷତ୍ର ଓ ଗାଲାକ୍ସିକୁ ନେଇ ଏହା ଗଠିତ। ଆମେ କେବଳ ଏହାର କିୟଦଂଶକୁ ଦେଖିପାରିଛେ। ବିଶ୍ୱର ବିଭିନ୍ନ ବସ୍ତୁପିଣ୍ଡର ଅଧ୍ୟୟନ ପାଇଁ ମହାକାଶକୁ କେତେଗୁଡ଼ିଏ କୃତି୍ରିମ ଉପଗ୍ରହ ଓ ମହାକାଶଯାନ ପଠାଯାଇ ତଥ୍ୟ ଆହରଣ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ସଂସ୍ଥା ‘ନାସା’ ଓ ୟୁରୋପୀୟ ମହାକାଶ ସଂଘ ମିଳିତ ଭାବରେ ୧୯୯୦ ମସିହାରେ ଭୂକକ୍ଷରେ ‘ହଭଲ’ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରି ଅନେକ ନୂତନ ଜ୍ୟୋତିର୍ବିଦୀୟ ପିଣ୍ଡ ଆବିଷ୍କାର କରିଥିଲେ। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ପରେ ଏହା ଗତବର୍ଷ ସେପ୍ଟେମ୍ବର ମାସରେ ଅକାମି ହୋଇଯାଇଥିଲା। ଏହାର ଉତ୍ତରାଧିକାରୀ ଭାବରେ ନାସା କୋଡ଼ିଏ ବର୍ଷ ପୂର୍ବରୁ ଅନ୍ୟ ଏକ ଉନ୍ନତ ଓ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରର ଡିଜାଇନ୍‌ କରି ଗତବର୍ଷ ଏହାକୁ ମହାକାଶକୁ ପଠାଇଛି। ଏହାର ନାମ ହେଉଛି ‘ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର’।
ନାସା ଗତବର୍ଷ ଡିସେମ୍ବର ୨୪ରେ ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ରକୁ ଦକ୍ଷିଣ ଆମେରିକାର ଫ୍ରେଞ୍ଚ ଗୁଏନାଠାରୁ ୟୁରୋପୀୟ ମହାକାଶ ସଂଘର ‘ଏରିଏନ୍‌-୫’ ରକେଟ୍‌ ସାହାଯ୍ୟରେ ଅନ୍ତରୀକ୍ଷକୁ ଉତ୍‌କ୍ଷେପଣ କରିଛି। ଉତ୍‌କ୍ଷେପଣର ୨୬ ମିନିଟ୍‌ ପରେ ୬୨୦୦ କିଗ୍ରା ଓଜନର ଦୂରବୀକ୍ଷଣ ଯନ୍ତ୍ର ରକେଟ୍‌ଠାରୁ ପୃଥ୍‌କ ହୋଇ ଏହାର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି। ୧୯୬୦ ଦଶକରେ ନାସା ସଂସ୍ଥାର ମୁଖ୍ୟ ଥିବା ବିଶିଷ୍ଟ ଜ୍ୟୋତିର୍ବିଦ୍‌ ଜେମ୍‌ସ ଏଡ୍‌ଉଇନ୍‌ ଓ୍ବେବ୍‌ଙ୍କ ନାମାନୁସାରେ ଏହାକୁ ନାମିତ କରାଯାଇଛି। ଏହାର ବ୍ୟାସ ହେଉଛି ୨୧ ମିଟର। ରକେଟ୍‌ରେ ଏହାକୁ ଭାଙ୍ଗ କରି ରଖାଯାଇଥିଲା ଏବଂ ରକେଟ୍‌ରୁ ପୃଥ୍‌କ ହେବା ପରେ ଏହା ଖୋଲି ଯାଇ ଗୋଟିଏ ଟେନିସ କୋର୍ଟ ଆକାରର ହୋଇଯାଇଥିଲା। ଏହାର ମୁଖ୍ୟ ଦର୍ପଣ ବେରିଲିୟମ ଧାତୁରୁ ୧୮ଟି ଷଢ଼କୋଣୀୟ କେନ୍ଦ୍ରରେ ନିର୍ମିତ ହୋଇଛି। ଏହାକୁ ଥଣ୍ଡା ରଖିବା ପାଇଁ ତଥା ଅବଲୋକିତ ରଶ୍ମିରୁ ରକ୍ଷା କରିବା ପାଇଁ ଏଥିରେ ସୁନାର ପତଳା ସ୍ତରର ଆଚ୍ଛାଦନ କରାଯାଇଛି। ଦର୍ପଣର ବ୍ୟାସ ହେଉଛି ୬.୫ ମିଟର। ହବ୍‌ର ଦୂରବୀକ୍ଷଣ ଯନ୍ତ୍ରଠାରୁ ଏହା ହେଉଛି ଶହେ ଗୁଣ ଅଧିକ ସମ୍ବେଦନଶୀଳ ଓ ଶକ୍ତିଶାଳୀ। ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ଓ କାନାଡ଼ାର ମହାକାଶ ସଂସ୍ଥାରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନେ ଏହାର ନିର୍ମାଣ କରିଛନ୍ତି।

ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ର ପୃଥିବୀଠାରୁ ୧୫ ଲକ୍ଷ କି.ମି. ଦୂରରେ ଲାଗ୍ରାଞ୍ଜେ ବିନ୍ଦୁ-୨ (ଏଲ୍‌-୨)ରେ ରହି ସୂର୍ଯ୍ୟଙ୍କୁ ପରିକ୍ରମଣ କରିବ। ଏଲ୍‌-୨ ବିନ୍ଦୁ ସୂର୍ଯ୍ୟ ଓ ପୃଥିବୀ ସହ ଗୋଟିଏ ସରଳରେଖାରେ ଏପରି ସ୍ଥାନରେ ରହିଛି ଯେ, ଏଠାରେ ଅବସ୍ଥିତ ଥିବା କୌଣସି ବସ୍ତୁପିଣ୍ଡ ଉପରେ ସୂର୍ଯ୍ୟ ଓ ପୃଥିବୀ ସମାନ ଆକର୍ଷଣ ବଳ ବିପରୀତ ଦିଗରେ ଅନୁଭୂତ ହେବ। ଏଣୁ ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ର ସେଠାରେ ରହି ପୃଥିବୀ ବେଗରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିବ; ସତେ ଯେପରି ଗୋଟିଏ ଦଉଡ଼ିରେ ଦୁଇଟିଯାକ ବନ୍ଧା ହୋଇଛି।
ବିଶ୍ୱ ସୃଷ୍ଟିର ପ୍ରାରମ୍ଭିକ ଅବସ୍ଥାକୁ ଅଧ୍ୟୟନ କରିବା ହେଉଛି ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ରର ମୁଖ୍ୟ ଲକ୍ଷ୍ୟ। ଅବଲୋହିତ ବର୍ଣ୍ଣାଳିରେ ବିଭିନ୍ନ ଜ୍ୟୋତିର୍ବିଦୀୟ ପିଣ୍ଡକୁ ଦେଖିବା ପାଇଁ ଡିଜାଇନ୍‌ କରାଯାଇଥିବାରୁ ମହାକାଶର ଗ୍ୟାସ୍‌ ଓ ଧୂଳି ବାଦଲ ଦେଇ ଏହା ଦୂର ନକ୍ଷତ୍ର ଓ ଗାଲାକ୍ସିଗୁଡ଼ିକୁ ଦେଖିପାରିବ। ବିଶ୍ୱ ଆଜକୁ ୧୩.୮ ବିଲିୟନ ବର୍ଷ ପୂର୍ବେ ସୃଷ୍ଟି ହୋଇଛି ଏବଂ ଏହାର ୧୦୦ ନିୟୁତ ବର୍ଷ ପରେ ବ୍ରହ୍ମାଣ୍ଡକୁ ଅଧ୍ୟୟନ କରିବା ହେଉଛି ଏହାର ଲକ୍ଷ୍ୟ।
ସୌରଜଗତ ବାହାରେ ଚାରି ହଜାରରୁ ଅଧିକ ଗ୍ରହ ଆବିଷ୍କୃତ ହେଲାଣି। ଜ୍ୟୋତିର୍ବିଦ୍‌ମାନେ ବିଶ୍ୱାସ କରୁଛନ୍ତି ଯେ, ବିଶ୍ୱର ଅନ୍ୟ କେତେକ ଗ୍ରହରେ ପୃଥିବୀ ଭଳି ଜୀବଜଗତ ଗଢ଼ି ଉଠିବା ସଦୃଶ ଅବସ୍ଥା ଥାଇପାରେ। ଏଣୁ ଏହି ଦୂରବୀକ୍ଷଣ ଯନ୍ତ୍ର ସୌରଜଗତର ଗ୍ରହଗୁଡ଼ିକର ବାୟୁମଣ୍ଡଳ ଓ ପୃଷ୍ଠଦେଶ ଅଧ୍ୟୟନ କରିବା ସହିତ ସେଠାରେ ଜୀବଜଗତର ସମ୍ଭାବନା ଅନୁସନ୍ଧାନ କରିବ। ଏହା ପୃଥିବୀଠାରୁ ୬୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡ଼ିକୁ ମଧ୍ୟ ଅଧ୍ୟୟନ କରିପାରିବ। ପ୍ରତ୍ୟେକ ଗାଲାକ୍ସିର କେନ୍ଦ୍ରରେ ଗୋଟିଏ ଗୋଟିଏ ବୃହଦାକାୟ କୃଷ୍ଣଗର୍ତ୍ତ ବା ବ୍ଲାକ୍‌ ହୋଲ୍‌ ରହିଥିବାର ଜ୍ୟୋତିିର୍ବିଦ୍‌ମାନେ ଜାଣିପାରିଛନ୍ତି। ଏହି ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ସେଗୁଡ଼ିକୁ ଅଧ୍ୟୟନ କରିବ।
ଏଲ୍‌-୨ ବିନ୍ଦୁରେ ଅବସ୍ଥାପିତ ହେଉଥିବାରୁ ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ର କମ୍‌ ଇନ୍ଧନ ଆବଶ୍ୟକ କରିବ। ଏହା ଅତି କ୍ଷୀଣ ଅବଲୋକିତ ରଶ୍ମିକୁ ଠାବ କରୁଥିବାରୁ ଅନ୍ୟ କୌଣସି ଆଲୋକ କିମ୍ବା ତାପ ଉତ୍ସ ଏହାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବ। ସୂର୍ଯ୍ୟ ଆଡ଼କୁ ଥିବା ଦୂରବୀକ୍ଷଣ ଅଂଶର ତାପମାତ୍ରା ୨୦୦ ଡିଗ୍ରି ଫାରେନାଇଟ୍‌ ଥିବାବେଳେ ଏହାର ବିପରୀତ ପାର୍ଶ୍ୱର ତାପମାତ୍ରା ହେଉଛି ବିଯୁକ୍ତ ୪୦୦ ଡିଗ୍ରି ଫାରେନାଇଟ୍‌। ଏଣୁ ସୂର୍ଯ୍ୟ ଆଡ଼କୁ ରହୁଥିବା ପାର୍ଶ୍ୱକୁ ଉତ୍ତାପରୁ ରକ୍ଷା କରିବା ପାଇଁ ଗୋଟିଏ ତାପୀୟ ଘୋଡ଼ଣୀ ଦିଆଯାଇଛି। ଦୂରବୀକ୍ଷଣ ଯନ୍ତ୍ରର ଦର୍ପଣ ଓ ଏଥିରେ ଯନ୍ତ୍ରପାତି ସର୍ବଦା ବିଯୁକ୍ତ ୪୦୦ ଡିଗ୍ରୀ ତାପମାତ୍ରାରେ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା ହୋଇଛି।
ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ର ଦଶ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଡିଜାଇନ୍‌ କରାଯାଇଛି। ଏହାର ନିର୍ମାଣ ପାଇଁ ୧୦ ବିଲିୟନ ଡଲାର (ପ୍ରାୟ ୭୫ ହଜାର କୋଟି) ଖର୍ଚ୍ଚ ହୋଇଛି। ଏହା ହେଉଛି ମହାକାଶ ଗବେଷଣା କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରକଳ୍ପ। ଏହା ବ୍ରହ୍ମାଣ୍ଡର ଅନେକ ରହସ୍ୟ ଉନ୍ମୋଚନ କରି ଆମର ଜ୍ଞାନବୃଦ୍ଧି କରିବ। ଏହାକୁ ନେଇ ଜ୍ୟୋତିର୍ବିଦ୍‌ ଏବଂ ଏପରିକି ସାଧାରଣ ଲୋକଙ୍କ ମନରେ ଅନେକ ଉତ୍କଣ୍ଠା ଲାଗି ରହିଛି।

ଇଂ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri