ପ୍ରସ୍ତାବରେ ଅଟକିଛି ଯାଜପୁରରୋଡ଼-ଯଶିପୁର ରେଳପଥ

ଯାଜପୁର,୨୩ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ଠାରୁ ଯଶିପୁର ୧୫୧.୫୭୦ କି.ମି. ବିଶିଷ୍ଟ ପ୍ରସ୍ତାବିତ ରେଳପଥ ପ୍ରକଳ୍ପ ଯାଜପୁର ଓ ମୟୂରଭଞ୍ଜ ଜିଲା ପ୍ରଶାସନର ଟ୍ରାଫିକ ତଥ୍ୟ ନ ମିଳିବା ଯୋଗୁ ପ୍ରାୟ ୮ ବର୍ଷ ହେଲା ଝୁଲି ରହିଛି। ପୂର୍ବତଟ ରେଳପଥ ପକ୍ଷରୁ ଚିଫ୍‌ ଅପରେଶନ ମ୍ୟାନେଜର ଡି.ଆର. ପଲ ଦେଇଥିବା ସୂଚନା ଅଧିକାର ଆଇନ(ଆରଟିଆଇ) ତଥ୍ୟରେ ଏହା ସ୍ପଷ୍ଟ ହୋଇଛି। ଏଥିଯୋଗୁ ଏହି ନୂତନ ରେଳ ପ୍ରକଳ୍ପର ପ୍ରସ୍ତାବିତ ୧୫ଟି ରେଳ ଷ୍ଟେଶନର ଅଞ୍ଚଳବାସୀ ରେଳ ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି ବୋଲି ମତପ୍ରକାଶ ପାଇଛି। ଏହି କ୍ରମରେ ଯାଜପୁର ରୋଡ଼ଠାରୁ ପୂର୍ବକୁ ଧାମରା ଏବଂ ପଶ୍ଚିମକୁ ଯଶିପୁର ପର୍ଯ୍ୟନ୍ତ ନୂତନ ରେଳପଥ ପ୍ରସ୍ତାବରେ ସୀମିତ ରହିଛି। ଏହାସହ ଯଶିପୁରକୁ ରେଳପଥ ନିର୍ମାଣ ହେଲେ ଯାଜପୁର ରୋଡ଼ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ଦାବି ଆହୁରି ସହଜ ହୋଇପାରିବ ବୋଲି ଆଶା କରାଯାଇଛି।
ପୂର୍ବରୁ ଓଡ଼ିଶାରେ ୧୭ଟି ରେଳ ପ୍ରକଳ୍ପ ସର୍ଭେ ପ୍ରକ୍ରିୟାରେ ଲଟକିଛି ବୋଲି ଆରଟିଆଇ ତଥ୍ୟରୁ ଜଣାପଡିଥିଲା। ବହୁ ବର୍ଷ ଧରି ସର୍ଭେ ଚାଲିଛି ବୋଲି ସୂଚନା ମିଳିଥିବାବେଳେ ସର୍ଭେ କେବେ ସରିବ, ଚୂଡ଼ାନ୍ତ ରିପୋର୍ଟକୁ ଅନୁମୋଦନ କେବେ ମିଳିବ ଏବଂ ରେଳ କାର୍ଯ୍ୟ ଆରମ୍ଭ ହେବା ନେଇ ସଂପୃକ୍ତ ଅଞ୍ଚଳବାସୀ ଆଶା ଆଶଙ୍କାରେ ରହିଛନ୍ତି। ଏହାବାଦ୍‌ ଯାଜପୁର ରୋଡ଼-ଧାମରା ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳି ସାରିଥିଲେ ହେଁ ଗତ ବଜେଟ୍‌ରେ ସ୍ଥାନ ମିଳିନାହିଁ। ଏହି କ୍ରମରେ ଯାଜପୁର ରୋଡ଼-ଯଶିପୁର ପ୍ରସ୍ତାବିତ ରେଳ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଆରଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ୨୬୫୫ କୋଟି ୯୪ ଲକ୍ଷ ୩୦ ହଜାର ୩୨୯ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି ରେଳଲାଇନ ପ୍ରକଳ୍ପ ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ଦେଇ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ତେବେ ରେଳ ଲାଇନ ପ୍ରକଳ୍ପରେ ଟ୍ରାଫିକ ଡାଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲାପାଳଙ୍କୁ ୬ା୧୦ା୨୦୧୫, ୭ା୧୨ା୨୦୧୫, ୯ା୩ା୨୦୧୬ ଓ ୧ା୬ା୨୦୧୬ରେ ଅନୁରୋଧ କରାଯାଇଥିଲା। ଏହାସହ ୭ା୪ା୨୦୧୬ ଓ ୩୦ା୮ା୨୦୧୬ରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ସଚିବଙ୍କୁ ମଧ୍ୟ ଟ୍ରାଫିକ ଡାଟା ପ୍ରଦାନ କରିବାକୁ ପତ୍ର ଦିଆଯାଇଥିଲା। ହେଲେ ଏଯାଏ କେନ୍ଦୁଝର ଜିଲାପାଳଙ୍କୁ ବାଦ୍‌ ଦେଲେ ଅନ୍ୟ ଦୁଇ ଜିଲାପାଳଙ୍କଠାରୁ ଟ୍ରାଫିକ ଡାଟା ଦାଖଲ ହୋଇ ପାରିନାହିଁ। କେନ୍ଦୁଝର ଜିଲାପାଳଙ୍କ ପକ୍ଷରୁ ଦାଖଲ ହୋଇଥିବା ଟ୍ରାଫିକ୍‌ ଡାଟାରେ ଚାଉଳ, ସାର, କ୍ରୋମାଇଟ ଇତ୍ୟାଦି ବାର୍ଷିିକ ୧୨ ଲକ୍ଷ ୪୫ ହଜାର ଟନ୍‌ ପରିବହନ ହେବ। ତେବେ ସର୍ଭେ ରିପୋର୍ଟ ଅନୁସାରେ ମୟୂରଭଞ୍ଜ ଜିଲାର ଯଶିପୁର ନିକଟ ଗୋରୁମହିଷାଣି, ବାଦାମପାହାଡ଼ ଓ ସୁଲେଇପାଟ ଅଞ୍ଚଳରୁ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟନ୍‌ ଲୁହାପଥର ପରିବହନ ହେବାର ସମ୍ଭାବନା ରହିଛି। କିନ୍ତୁ ମୟୂରଭଞ୍ଜ ଜିଲାପାଳଙ୍କ ନିକଟରୁ ଟ୍ରାଫିକ ଡାଟା ଏଯାଏ ମିଳି ପାରିନାହିଁ। ଏହି ନୂତନ ପ୍ରସ୍ତାବିତ ରେଳ ପ୍ରକଳ୍ପରେ ଯାଜପୁର ରୋଡ଼, ରଗଡ଼ି ରୋଡ, ଲୁଣାହାର, ଆନନ୍ଦପୁର, କଣ୍ଟିପାଳ, ବଲତନା, ସୋଲକୋସରା, ବଣିଆଯୋଡି, ଭୋଦବାଡିି, ବାଙ୍ଗିରୀପୋଷି, କେନ୍ଦୁଝର, ଝରାସାହି, ନାକୁର, ଅଙ୍ଗରପଦା, ଯଶିପୁର ଷ୍ଟେଶନ ରହିଛି। ଖଣି ପରିବହନ ସମ୍ଭାବନା ଥିବା ଏହି ରେଳ ପ୍ରକଳ୍ପକୁ କାହିଁକି ରାଜ୍ୟ ସରକାରଙ୍କ ପ୍ରଶାସନିକ ଅବହେଳା କରାଯାଇଛି ତାହା ସାଧାରଣରେ ପ୍ରଶ୍ନ ଉଠିଛି। ଏହାବାଦ୍‌ ଯାଜପୁରରୋଡ ଷ୍ଟେଶନଠାରୁ ଧାମରା ଭାୟା ଯାଜପୁର ଓ ଆରଡି ୯୬ କି.ମି.ରେଳପଥର ଫାଇନାଲ ଲୋକେଶନ ସର୍ଭେ (ଏଫଏଲ୍‌ଏସ୍‌)କୁ ମଞ୍ଜୁରୀ ମିଳି ସାରିଛି। ଡିଟେଲ ପ୍ରୋଗ୍ରେସ ରିପୋର୍ଟ(ଡିପିଆର) ପ୍ରସ୍ତୁତ ହୋଇ ସାରିଛି। ହେଲେ ରେଲଓ୍ବେ ବୋର୍ଡର ଏଯାଏ ଡିପିଆର ଉପରେ କୌଣସି ଅନୁମୋଦନ ମିଳି ନ ଥିବା ସୂଚନା ମିଳିଛି। ପ୍ରସ୍ତାବିତ ଏହି ଦୁଇ ରେଳପଥ ନିର୍ମାଣ ଉପରେ ରେଲଓ୍ବେ ବୋର୍ଡ ତପତ୍ରତା ପ୍ରକାଶ ନ କଲେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri