ବିଳମ୍ବରେ ମହାଦୀପ ଉଠିବା ପ୍ରସଙ୍ଗ: ପକ୍ଷ ରଖିଲେ ସେବାୟତ

ପୁରୁଣା ଭୁବନେଶ୍ୱର,୨୮ା୨(ଡି.ଏନ୍‌.ଏ.):ଚଳିତବର୍ଷ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାରେ ରାତି ୧୦ଟାରେ ମହାଦୀପ ଉଠିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ୩ଘଣ୍ଟା ୮ମିନିଟ ବିଳମ୍ବରେ ଅର୍ଥାତ୍‌ ରାତି ୧ଟା ୮ରେ ମନ୍ଦିର ଉପରକୁ ମହାଦୀପ ଉଠିଥିଲା। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମନ୍ଦିର ପ୍ରଶାସନ ଏହାକୁ ଗୁରୁତର ନେବା ସହ ଉକ୍ତ ଦିନର ପାଳିଆ ପୂଜା ପଣ୍ଡା, ଚର୍ଚ୍ଚେୟିତ, ମହାସୁଆର ସେବାୟତଙ୍କୁ ପୃଥକ ଭାବେ ବିଳମ୍ବର କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ଏନେଇ ସୋମବାର ସେବାୟତ ସେମାନଙ୍କର ପକ୍ଷ ରଖିଛନ୍ତି।
ବରିଷ୍ଠ ଚର୍ଚ୍ଚେୟିତ ସେବାୟତ ଅଶୋକ ପଣ୍ଡା ଉକ୍ତଦିନର ବିଳମ୍ବକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଅଚ୍ୟୁତ ପିଣ୍ଡିଠାରୁ ଭୋଗ ମଣ୍ଡପ ପାଳିଆ ସେବାୟତ ଭୋଗ ନେବା ଆଣିବା ସହଜ ନ ଥିଲା। ଭିଭିଆଇପି ପାସ୍‌ଧାରୀଙ୍କୁ ଦକ୍ଷିଣ ଦ୍ୱାର ଦେଇ ମନ୍ଦିରକୁ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ତେବେ ଅନେକ ପାସ୍‌ଧାରି ଉତ୍ତର ଦ୍ୱାର ଏବଂ ସିଂହଦ୍ୱାର ଦେଇ ଯାଇଥିଲେ। ସେହିପରି କେତେଜଣ ପୋଲିସ ସମ୍ପର୍କୀୟଙ୍କୁ ଆଣିଥିଲେ। ଜାଗର ଯାତ୍ରାରେ ଆଡ଼କାଠ ନିକଟରେ ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ଦର୍ଶନ କରାଇ କର୍ମଚାରୀଙ୍କୁ ଛାଡ଼ିବାର ଦାୟିତ୍ୱ ଥିଲା। ତେବେ ସେଠାରେ ଥିବା ଜଣେ କର୍ମଚାରୀ ଦାୟିତ୍ୱ ତୁଲାଇପାରି ନ ଥିଲେ ବୋଲି ପଣ୍ଡା କହିଛନ୍ତି। ସୂର୍ଯ୍ୟ ପୂଜାଠାରୁ ପ୍ରଶାସନ ପକ୍ଷରୁ ଦେଢଘଣ୍ଟା ନୀତି ବିଳମ୍ବ ହୋଇଥିଲା। ବୀରକିଶୋରୀ ବଲ୍ଲଭଠାରୁ ନୀତି ୧ଘଣ୍ଟା ଡେରି ହୋଇଥିଲ। ଅବଶିଷ୍ଟ ୨୩ ମନିଟ୍‌ ଭୋଗ ନେବା ଆଣିବା, ପୂଜାର୍ଚ୍ଚନାରେ ବିଳମ୍ବ ହୋଇଥିବା ନେଇ ମଣ୍ଟୁ ପୂଜାପଣ୍ଡା ସଫେଇ ଦେଇଛନ୍ତି। ସେହିପରି ଅନୁରୂପଭାବେ ଘଟଣାବଳୀକୁ ବିରଞ୍ଚି ନାରାୟଣ ପତି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri