ହିଜାବ ପ୍ରସଙ୍ଗ

ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀଙ୍କୁ କର୍ନାଟକର ଉଡୁପି ଓ କୁନ୍ଦପୁରର ସରକାରୀ କଲେଜରେ ପ୍ରବେଶ ଅନୁମତି ନ ମିଳିବାରୁ ତାହାକୁ ନେଇ ବିବାଦ ଲାଗିରହିଛି। ଏପରି କି ଶିକ୍ଷାନୁଷ୍ଠାନ ନିୟମକୁ ବିରୋଧ କରି ୫ ଛାତ୍ରୀ କର୍ନାଟକ ହାଇକୋର୍ଟରେ ଆବେଦନ କରିଛନ୍ତି, ଯାହାର ଶୁଣାଣି ୮ ଫେବୃୟାରୀରେ ହେବାର ଅଛି। ଉଲ୍ଲେଖଯୋଗ୍ୟ ଯେ, ବୁର୍କାରେ ମୁସଲମାନ ଯୁବତୀ ଓ ମହିଳା ସମ୍ପୂର୍ଣ୍ଣ ଶରୀର ଆବୃତ କରୁଥିବା ବେଳେ ମୁଣ୍ଡ ଘୋଡ଼ାଇବା ସକାଶେ ବ୍ୟବହାର କରୁଥିବା ବସ୍ତ୍ର (ହିଜାବ)କୁ ନେଇ ବିଭିନ୍ନ ରାଷ୍ଟ୍ରରେ ଦୀର୍ଘବର୍ଷ ହେବ ବିତର୍କ ଲାଗିରହିଛି। ତେବେ ଫ୍ରାନ୍ସରେ ପ୍ରଥମେ ଏହି ଧର୍ମୀୟ ପୋଷାକ ବନ୍ଦ ହୋଇଥିବା ବେଳେ ଶେଷ ୟୁରୋପୀୟ ଦେଶ ଭାବେ ସୁଇଜରଲାଣ୍ଡ ଏହାକୁ ନିଷେଧ କରିଥିବାରୁ ଭାରତରେ ମଧ୍ୟ ତାହାର ପ୍ରତିଫଳନ ଆରମ୍ଭ ହୋଇଯାଇଛି। ତେବେ ହିଜାବ ବିବାଦ ପରେ ସଂହତି, ସଦ୍‌ଭାବନା ଓ ସାଧାରଣ ଶୃଙ୍ଖଳା ବ୍ୟାହତ କରୁଥିବା ପୋଷାକକୁ କର୍ନାଟକ ସରକାର ୫ ଫେବୃୟାରୀରେ ନିଷେଧ କରିଛନ୍ତି। ଏଥିସହିତ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ୟୁନିଫର୍ମ ବା ଗଣବେଶ ପରିଧାନ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏପରି କି ଘରୋଇ ଶିକ୍ଷାନୁଷ୍ଠାନରେ ଏହାର ପରିଚାଳନା କର୍ତ୍ତୃପକ୍ଷ ଧାର୍ଯ୍ୟ କରିଥିବା ଡ୍ରେସ୍‌ କୋଡ୍‌ ମାନିବାକୁ ପଡ଼ିବ ବୋଲି କୁହାଯାଇଛି। କିନ୍ତୁ ହିଜାବ ପ୍ରସଙ୍ଗକୁ ଏବେ ରାଜନୀତୀକରଣ କରାଯାଇଛି। ଭାଜପା ଶାସିତ ରାଜ୍ୟ କର୍ନାଟକରେ ବିରୋଧୀ କଂଗ୍ରେସ ଏହି ନିଷ୍ପତ୍ତିକୁ ବିରୋଧ କରି ମୁସଲମାନ ଛାତ୍ରୀମାନଙ୍କ ସପକ୍ଷରେ ଛିଡ଼ା ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚିରାଚରିତ ଭାବେ ମୁସଲ୍‌ମାନ ଝିଅଙ୍କର ହିଜାବ ପିନ୍ଧିବାର ଅଧିକାର ଅଛି ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।
ଏଠାରେ କୁହାଯାଇପାରେ ଯେ, ହିନ୍ଦୁ ମହିଳାମାନେ ମଧ୍ୟ ନିଜ ମୁଣ୍ଡକୁ ଶାଢ଼ିର ଓଢ଼ଣିରେ ଘୋଡ଼ାଇ ଥାଆନ୍ତି। ଅର୍ଥାତ୍‌ ମୁଣ୍ଡ ଘୋଡ଼ାଇବା ଭାରତୀୟ ଉପ-ମହାଦେଶରେ ଏକ ପ୍ରଥା, ଯାହାକୁ ସବୁ ଧର୍ମରେ ସ୍ବୀକାର କରାଯାଏ। ତେବେ ଓଡ଼ିଆରେ କଥା ଅଛି- ‘ଖା ଭୁଞ୍ଜ୍‌ ଗିଳ୍‌’। କର୍ନାଟକରେ ହିଜାବ ପିନ୍ଧିବାକୁ ନେଇ ଉପୁଜିଥିବା ବିବାଦକୁ ଦେଖିଲେ ମନେହେଉଛି ଯେପରି ଜୋର୍‌ଜବରଦସ୍ତ ଗିଳେଇବାର ଉଦ୍ୟମ ଆରମ୍ଭ ହୋଇଛି। କଲେଜରେ ପଢ଼ୁଥିବା ଛାତ୍ରୀମାନଙ୍କୁ ବ୍ୟବହାର କରି ମୁସଲ୍‌ମାନ ସମ୍ପ୍ରଦାୟର ପୁରୁଖା ବ୍ୟକ୍ତିମାନେ ଭାବିଛନ୍ତି ଯେ ଏହାଦ୍ୱାରା ଏକ ସାମାଜିକ ଯୁଦ୍ଧ ଆରମ୍ଭ କରିଦେବେ, ଯାହାର ପ୍ରଭାବ ରାଜନୈତିକ ଲୋକଙ୍କ ଉପରେ ପଡ଼ିବ। କିନ୍ତୁ ବାସ୍ତବତା ଦେଖିଲେ ତାଲିବାନ୍‌ ନିୟନ୍ତ୍ରଣାଧୀନ ଆଫଗାନିସ୍ତାନରେ ସେଠାକାର ସ୍ଥାନୀୟ ମହିଳାମାନେ ବୁର୍କା ଓ ହିଜାବ ବିରୋଧରେ ଆନ୍ଦୋଳନ କରି ସେସବୁ ପିନ୍ଧିବାକୁ ମନା କରୁଛନ୍ତି। ତୁର୍କୀ, ଟ୍ୟୁନିସିଆ ଓ ଇଜିପ୍ଟ ଭଳି ମୁସଲମାନ ରାଷ୍ଟ୍ରରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ କିମ୍ବା ସରକାରୀ କାର୍ଯ୍ୟାଳୟରେ ବୁର୍କାକୁ ନିଷେଧ କରାଯାଇଛି।
କର୍ନାଟକର ମୁସଲମାନ ଛାତ୍ରୀମାନେ ହିଜାବ ପିନ୍ଧି ଆସିବାରୁ ତାହାକୁ ବିରୋଧ କରି ହିନ୍ଦୁ ଛାତ୍ରମାନେ ବେକରେ ଗୈରିକ ଶାଲ୍‌ ବା ଉତ୍ତରୀୟ ପକାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିରୁ ବୁଝିବାକୁ ହେବ ଯେ, ଘୃଣାକୁ ଘୃଣା ମାଧ୍ୟମରେ ଲଢ଼ି ହେବନାହିଁ। ଯଦି ମୁସଲ୍‌ମାନ ସମ୍ପ୍ରଦାୟର ନେତାମାନେ ଭାବିଛନ୍ତି ଯେ, ହିନ୍ଦୁତ୍ୱବାଦୀ ଚିନ୍ତାଧାରାକୁ ପ୍ରତିରୋଧ କରିବାକୁ ଯାଇ କଠୋର ଇସ୍‌ଲାମୀୟ ପନ୍ଥା ଗ୍ରହଣ କରିବା ଉଚିତ, ତେବେ ସେମାନେ ସେମାନଙ୍କ ଯୁବପିଢ଼ିକୁ ଭୁଲ୍‌ ମାର୍ଗ ଦେଖାଉଛନ୍ତି। ଯେଉଁ ଚିନ୍ତାଧାରା ରାଜନୀତି ଭିତରେ ସୀମିତ ରହିଯିବା କଥା ତାହାକୁ ହିନ୍ଦୁ ଯୁବପିଢ଼ି ଭିତରେ ବୁଣିବା ଏକ ତ୍ରୁଟିପୂର୍ଣ୍ଣ ବିଚାର। ସବୁବେଳେ ଯେ ସଂଖ୍ୟାଗରିଷ୍ଠର ପ୍ରତ୍ୟେକ କାର୍ଯ୍ୟକୁ ବିରୋଧ କରାଯିବା ଉଚିତ ବୋଲି ଯଦି କେହି ଭାବୁଥାଆନ୍ତି, ତେବେ ତାହା ମଧ୍ୟ ବିପଦ ସୃଷ୍ଟି କରିବ। ସମାଜରେ ଭାରସାମ୍ୟ ରଖିବା ସକାଶେ ସଂଖ୍ୟାଲଘୁଙ୍କର ସେହି ପ୍ରକାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି, ଯାହାକି ସଂଖ୍ୟାଗରିଷ୍ଠଙ୍କର ମଧ୍ୟ ରହିଛି। ଏହି ସ୍ତମ୍ଭରେ ପୂର୍ବରୁ ଅନେକ ଥର ଲେଖିଥିବା ବିଷୟକୁ ଏବେ ହିଜାବ ଘଟଣାକୁ ନେଇ ସ୍ମରଣ କରାଇ ଦିଆଯାଇପାରେ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତରେ ଯେତେବେଳେ ବିଭିନ୍ନ ମାରାତ୍ମକ ଆତଙ୍କବାଦୀ ଆକ୍ରମଣ ଘଟୁଥିଲା ସେତେବେଳେ ମୁସଲମାନ ସମ୍ପ୍ରଦାୟର କୌଣସି ବିରୋଧ ଶୁଣିବାକୁ ମିଳୁ ନ ଥିଲା। ଉଦାହରଣ ସ୍ବରୂପ ୧୯୯୩ ବମ୍ବେ ବିସ୍ଫୋରଣଠାରୁ ଆରମ୍ଭକରି ୨୦୦୮ ବମ୍ବେ ଆକ୍ରମଣ, ପଠାନକୋଟ୍‌, ପୁଲଓ୍ବାମା ଯାଏ ଅନେକ ଶହ ଆତଙ୍କବାଦୀ ଆକ୍ରମଣ ଏ ଦେଶରେ ଘଟିଯାଇଛି। ଏଥିରେ ପୋଲିସ, ସେନା ସମେତ ଅନେକ ସାଧାରଣ ଲୋକଙ୍କ ଜୀବନହାନି ସହ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। ସେତେବେଳେ ମୁସଲମାନ ସମ୍ପ୍ରଦାୟରେ କେହି ପଦେ ସ୍ବର ଉତ୍ତୋଳନ କରିବାକୁ ଉଚିତ ମନେ କରି ନ ଥିଲେ। ଆଜି ଯେଉଁମାନେ ସେମାନଙ୍କ କନ୍ୟାମାନଙ୍କୁ ହିଜାବ ପିନ୍ଧି ଲଢ଼ିବା ଲାଗି ଆଗକୁ ଠେଲି ଦେଉଛନ୍ତି, ସେମାନେ ପୂର୍ବରୁ ଭାବି ନ ଥିଲେ ଯେ ସମୟ ଆସିପାରେ ଯେତେବେଳେ ଅତିଷ୍ଠ ହୋଇ ହିନ୍ଦୁମାନଙ୍କ ଏକତା ସେମାନଙ୍କ ପାଇଁ କାଳ ସାଜିପାରେ।
ଏହି ପରିପ୍ରେକ୍ଷୀରେ ତାଲିବାନ ଶାସନକୁ ଦେଖାଯାଇପାରେ। ସେଠାକାର ଦୁର୍ଦ୍ଦିନ ପାଇଁ ହିନ୍ଦୁ, ଖ୍ରୀଷ୍ଟିଆନ କିମ୍ବା ଅନ୍ୟ ଧର୍ମର ଲୋକଙ୍କ ହାତ ନାହିଁ। ସାମରିକ ଅସ୍ତ୍ରଶସ୍ତ୍ରରେ ବଳୀୟାନ ଗୋଟେ ମୁସଲମାନ ଗୋଷ୍ଠୀ ନିଜ ଧର୍ମର ଅନ୍ୟମାନଙ୍କ ଉପରେ ଅତ୍ୟାଚାର ଜାରିରଖିଛି। ୧୫ ଅଗଷ୍ଟ ୨୦୨୧ ପୂର୍ବରୁ ସେଠାରେ ଯୁବତୀ ଓ ମହିଳାମାନେ ସ୍ବାଧୀନ ଭାବେ ଆତଯାତ କରି ଯେଝା ବୃତ୍ତିରେ ସନ୍ତୁଷ୍ଟ ଥିଲେ। ତାଲିବାନ ଶାସନ ଆସିବା ପରେ ପ୍ରଗତିଶୀଳ ଚିନ୍ତାଧାରାକୁ ବଳି ପକାଯାଇ ମଧ୍ୟଯୁଗୀୟ ନିୟମକାନୁନ୍‌ ଲାଗୁ କରାଯିବା ପରେ ସେଠାରେ ଘୋର ସାମାଜିକ ବିଶୃଙ୍ଖଳା ସୃଷ୍ଟି ହୋଇଯାଇଛି। ବୁର୍କା ବାଧ୍ୟତାମୂଳକ ଓ ନାରୀ ଶିକ୍ଷାକୁ ସଙ୍କୁଚିତ କରିଦିଆଯାଇଥିବା ବିଷୟ ବିଶ୍ୱ ଜାଣିଛି। ଏଭଳି ସ୍ଥଳେ ଭାରତରେ ମୁସଲମାନମାନେ ହିଜାବ ପ୍ରସଙ୍ଗକୁ ବୁଝିବା ଦରକାର। ବାସ୍ତବରେ ଯେଉଁ ବିଷୟ ଓ ପ୍ରସଙ୍ଗ ସର୍ବଜନ ମଙ୍ଗଳରେ ଆସୁଛି, ତାହାକୁ ସର୍ବାନ୍ତକରଣରେ ସହଯୋଗ କରାଯିବା ଦରକାର। ପ୍ରତିବାଦ କରିବା ଉଦ୍ଦେଶ୍ୟ ରଖାଯାଇ କେବଳ ବିରୋଧ କରାଗଲେ ତାହାର ପରିଣତି କଦାପି ସକାରାତ୍ମକ ଫଳ ଦେଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri