ବରଗଡ଼ରେ ନକଲି ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ଗୋଟିଏ ପଟେ ଯାଞ୍ଚ, ଅନ୍ୟ ପଟେ ହାତଗୁଞ୍ଜା

ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ନକଲି ଶିକ୍ଷକ ନିଯୁକ୍ତି ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ଦିନ ଯେଉଁଭଳି ଗଡ଼ି ଚାଲିଛି, ଏହି ପ୍ରସଙ୍ଗକୁ ନେଇ ସେଭଳି ନୂଆକଥା ସାମ୍ନାକୁ ଆସିବାରେ ଲାଗିଛି। ଦୀର୍ଘଦିନର ନୀରବତା ପରେ ଏଭଳି ଏକ ପ୍ରସଙ୍ଗରେ ଜିଲା ଶିକ୍ଷା ବିଭାଗ ପଦକ୍ଷେପ ଆରମ୍ଭ କରିଛି। ଜିଲା ଶିକ୍ଷା ଅଧିକାରୀ(ଡିଇଓ) ରାଧାକାନ୍ତ ଛାତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲାର ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଶନିବାରରୁ ଅମ୍ବାପାଲିସ୍ଥିତ ସମଲେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବରଗଡ଼ ବ୍ଳକରେ କାର୍ଯ୍ୟରତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ନିଯୁକ୍ତିପତ୍ର, ଶିକ୍ଷାଗତ ତଥା ଡିଗ୍ରୀ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର ଆଦି ଯାଞ୍ଚ ଆରମ୍ଭ ହୋଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଉକ୍ତ ବ୍ଲକର ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ପ୍ରମାଣପତ୍ରର ଏଭଳି ଯାଞ୍ଚ କାର୍ଯ୍ୟକ୍ରମ ରହିଛି।

ଯାଞ୍ଚ ପ୍ରକ୍ରିୟାର ପ୍ରଥମ ଦିବସରେ ପୂର୍ବତନ ସମ୍ବଲପୁର ଶିକ୍ଷା ମଣ୍ଡଳାଧୀଶ ସ୍ବର୍ଗତ କୈଳାସ ଗୁରୁଙ୍କ କାର୍ଯ୍ୟକାଳ ସମୟରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ପ୍ରକ୍ରିୟା ନ ସରୁଣୁ କିଛି ଲୋକ ନିଜକୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ପରିଚୟ ଦେବା ସହିତ ବଡ଼ବଡ଼ିଆ ନେତା, ଅଧିକାରୀଙ୍କ ସହିତ ସେମାନଙ୍କ ଭଲ ସମ୍ପର୍କ ରହିଥିବା କହି କେତେକ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନକଲି ବୋଲି କହି ଧମକଚମକ ଦେଇ ଆସୁଥିବା ସାଧାରଣରେ ଆଲୋଚିତ ହେଉଛି। ଏଭଳିସ୍ଥଳେ ସେଭଳି କେହି କୌଣସି ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଫୋନ୍‌ କରୁଛନ୍ତି ତ ଆଉ କେହି ବିଦ୍ୟାଳୟ କିମ୍ବା ସେମାନଙ୍କ ଘରେ ପହଞ୍ଚି ଯାଉଛନ୍ତି। ସେହିପରି କେତେ ଲୋକ ବାଟରେ ମଧ୍ୟ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଅଟକାଉ ଥିବା ଏବଂ ନାନା ଆଳରେ ଭୟଭୀତ କରି ମୋଟାଅଙ୍କର ଟଙ୍କା ଅସୁଲିର ମସୁଧା ଚଳାଉଥିବା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ତେବେ ନକଲି ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଉଠିବାବେଳେ ଗୋଟିଏ ପଟେ ଜିଲା ଶିକ୍ଷା ବିଭାଗ ଏହାକୁ ଗୁରୁତ୍ୱର ସହିତ ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଅନ୍ୟପଟେ ଧମକଚମକ ଦେଇ ଟଙ୍କା ଅସୁଲି ଭଳି ହୀନପ୍ରୟାସ କରୁଥିବା ଲୋକଙ୍କୁ ମଧ୍ୟ ଠାବ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଜିଲାରେ ନକଲି ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ବାରମ୍ବାର ଉଠୁଛି। ଚିରାଚରିତ ଢଙ୍ଗରେ ଯାଞ୍ଚ ପ୍ରକ୍ରିୟା ଚାଲୁଛି। ତଥାପି ନକଲି ଶିକ୍ଷକଙ୍କ ମୁଖା ଖୋଲୁ ନଥିବାରୁ ପୁଣି ଏହି ପ୍ରସଙ୍ଗ ଉଠି ହଇଚଇ ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ନକଲି ଶିକ୍ଷକଙ୍କୁ ଠାବ କରିବା ସହିତ ଏହି ପ୍ରସଙ୍ଗରେ ହାତଗୁଞ୍ଜା ପାଇଁ ଧମକଚମକ ଦେଉଥିବା ତଥାକଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri