ଆଳୁଚପ୍‌ରୁ ବାହାରିଲା ଲୁହା କଣ୍ଟା, ଭାଇରାଲ ହେଉଛି ଫଟୋ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): ଆଳୁଚପ୍‌ରୁ ଲୁହା କଣ୍ଟା ବାହାରିବା କଥା ଶୁଣିଲେ ମନରେ ଭୟ ଜାତ ହେଉଛି। ମାତ୍ର ଏହା ସତ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିର ଏକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାର୍କେଟରୁ ନିଆଯାଇଥିବା ଜଳଖିଆ ଦିଆଯାଇଥିଲା। ସେଥିରୁ ଆଳୁଚପ୍‌ରେ ଏକ ଲୁହା କଣ୍ଟା ବାହାରିଥିଲା। ପିଲାଟି ତାଙ୍କ ବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ଜଣାଇଥିଲେ ତୁରନ୍ତ ଉକ୍ତ ଜଳଖିଆ ଦୋକାନରୁ ଅଣାଯାଇଥିବା ସମସ୍ତ ଜଳଖିଆକୁ ଫିଙ୍ଗା ଯାଇଥିଲା ଓ ହୋଟେଲ ମାଲିକଙ୍କୁ ଅବଗତ କରାଯାଇଥିବା ଘଟଣା ଏବେ ପ୍ରଘଟ ହେବାରେ ଲାଗିଛି। କଣ୍ଟା ଥିବା ଆଳୁଚପ୍‌ର ଫଟୋ ଭାଇରାଲ ହେବାରେ ଲାଗିଛି। ଯଦି ପିଲାଟି ଖାଇଦେଇଥାନ୍ତା ତେବେ ବଡ଼ ଅଘଟଣ ଘଟିଥାନ୍ତା। ଅଳ୍ପକେ ଶିଶୁଟି ବଡ଼ ଏକ ବିପଦରୁ ବର୍ତ୍ତି ଯାଇଥିବା କୁହାଯାଇଛି। ଏହାକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାହାଠାରୁ ଅଧିକ ଲୋକଙ୍କ ମନରେ ଭୟ ଓ ଆଶଙ୍କା ବୃଦ୍ଧି ପାଇଛି। ତେବେ ଘଟଣା ସମ୍ପର୍କରେ ହୋଟେଲ ମାଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଳୁଚପ୍‌କୁ ହାତରେ ଚାପି ବେସନରେ ଗୋଳେଇ ଛଣାଯାଉଛି କଣ୍ଟା ଯଦି ଥିଲା ତେବେ ହାତରେ ବାଜି ଜଣାପଡ଼ିଥାନ୍ତା।

ପ୍ରକାଶ ଯେ, କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଦୈନିକ ଶହଶହ ପର୍ଯ୍ୟଟକଙ୍କ ସମେତ ଦୁର୍ଗମ ଅଞ୍ଚଳରୁ ଲୋକ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟରେ ବଜାରକୁ ଆସିଥାନ୍ତି। ତେବେ ଖାଦ୍ୟ ସୁରକ୍ଷା ଦିଗରେ ଜଳଖିଆ, ମିଲ୍ସ ହୋଟେଲ ମାଲିକମାନେ ଧ୍ୟାନ ଦେଉ ନ ଥିବା ବେଳେ ଖାଦ୍ୟରୁ କେବେ ମୂଷା ଲାଞ୍ଜ ତ କେବେ ପୋକ କେବେ କଣ୍ଟା ଆଦି ବାହାରୁଛି। ହୋଟେଲଗୁଡିକରେ ସ୍ବଚ୍ଛତା ମଧ୍ୟ ରହୁ ନାହିଁ। ଫଳରେ ଖାଉଟିଙ୍କ ଚିନ୍ତା ବଢିଛି। ସେପଟେ ଜିଲାରେ ଥିବା ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀ କେବଳ ଫୁଡ ଲାଇସେନ୍ସ ବ୍ୟବସାୟୀଙ୍କୁ ଧରାଇ ଦେଇ କାମ ସାରିଦେଉଛନ୍ତି। କୌଣସି ଯାଞ୍ଚ କରାଯାଉ ନ ଥିବାରୁ ଖାଦ୍ୟ ନିରାପତ୍ତା ନେଇ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri