ଦ୍ୱନ୍ଦ୍ୱ ଦୂର କରିପାରୁନି ତଦନ୍ତ

ବଲାଙ୍ଗୀର ଅଫିସ, ୯।୧୧: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାକୁ ମାସେ ପୂରିଛି। ଏହି ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ଏବେବି ସରଗରମ ରହିଥିଲେ ମଧ୍ୟ ତଦନ୍ତ ଦିଗରେ ବିଶେଷ କିଛି ନୂଆ ଦେଖିବାକୁ ମିଳିନାହିଁ। ଏହି ବହୁଚର୍ଚ୍ଚିତ ଯୋଜନାବଦ୍ଧ ହତ୍ୟା ଘଟଣାରେ ମହାଲିଙ୍ଗ ଘରୋଇ ସ୍କୁଲ ପରିଚାଳନା କମିଟି ସଭାପତି ତଥା ମାଲିକ ଗୋବିନ୍ଦ ସାହୁ ଏବଂ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଓରଫ୍‌ ରାଧେଙ୍କୁ ହିଁ ପୋଲିସ ଅଭିଯୁକ୍ତ ଦର୍ଶାଇଛି। ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏଭଳିକି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ବିରୋଧୀ ଦଳ ଅନେକ ପ୍ରଶ୍ନ ଉଠାଉଥିଲେ ମଧ୍ୟ ପୋଲିସ ସେ ଦିଗରେ କୌଣସି ତଦନ୍ତ କରୁ ନ ଥିବା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଯଥାସମ୍ଭବ ଏହି ହତ୍ୟାକାଣ୍ଡ ଘଟଣାରେ ରାଧେ, ଗୋବିନ୍ଦଙ୍କୁ ହିଁ ଅଭିଯୁକ୍ତ ଦର୍ଶାଇ ତଦନ୍ତକୁ ଏ ପର୍ଯ୍ୟନ୍ତ ସୀମିତ ରଖିଛି।
ପୋଲିସକୁ ହତ୍ୟାକାଣ୍ଡରେ ଏଯାବତ୍‌ ୭୦ଟି ପ୍ରମାଣ ମିଳିଥିବା କୁହାଯାଉଛି। ତେବେ ଏହି ହତ୍ୟାକାଣ୍ଡ ପଛର ଗୁମର ଖୋଲିବାରେ ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। କେଉଁ ନିର୍ଦ୍ଦିଷ୍ଟ କାରଣକୁ ନେଇ ଗୋବିନ୍ଦ ମମିତାଙ୍କୁ ଅପହରଣ କରି ହତ୍ୟା କଲେ ସେ ସମ୍ପର୍କରେ ପୋଲିସ ବିଶେଷ କିଛି କହୁନାହିଁ। ଗୋବିନ୍ଦଙ୍କ ପରକୀୟା ପ୍ରୀତି ପ୍ରଘଟ ହେବା ଭୟରୁ ଏଭଳି ହତ୍ୟାକାଣ୍ଡ କରାଯାଇଥିବା ପୋଲିସ କହୁଥିଲେ ମଧ୍ୟ ସେ ପରକୀୟା ପ୍ରୀତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଉନାହିଁ। ଗୋବିନ୍ଦଙ୍କ ପରକୀୟା ପ୍ରୀତିର କେଉଁ ତଥ୍ୟ ମମିତା ଜାଣିଥିଲେ ଏବଂ ତାହା ପ୍ରଘଟ ହେଲେ ତାଙ୍କର କ’ଣ ଅସୁବିଧା ହୋଇଥାନ୍ତା ତାହାକୁ ନେଇ ପୋଲିସ ଅଧିକ କିଛି କହୁନାହିଁ। ଉକ୍ତ ପରକୀୟା ପ୍ରୀତି ସହ ଅନ୍ୟ କୌଣସି ବ୍ୟକ୍ତିଙ୍କର ସମ୍ପର୍କ ରହିଥିଲା କି ନାହିଁ ତାହା ରହସ୍ୟ ଘେରରେ। ଇତିମଧ୍ୟରେ ଏକମାସ ବିତିଯାଇଥିଲେ ମଧ୍ୟ ମମିତା ହତ୍ୟାକାଣ୍ଡ ଉପରୁ ସମ୍ପୂର୍ଣ୍ଣ ପର୍ଦ୍ଦା ହଟାଇବାରେ ପୋଲିସ ସଫଳ ହୋଇ ନାହିଁ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିରୋଧୀ ଦଳମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଏବଂ ବହିଷ୍କାର ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି। ବିରୋଧୀ ଦଳଗୁଡିକ ଘଟଣାର ସିବିଆଇ ଏବଂ ହାଇକୋର୍ଟ ମନିଟରିଂରେ ଏସ୍‌ଆଇଟି ତଦନ୍ତ ଦାବି କରୁଥିଲେ ମଧ୍ୟ ରାଜ୍ୟ ସରକାର ଏଦିଗରେ ବିଶେଷ ଆଗ୍ରହ ଦେଖାଇ ନାହାନ୍ତି। ଅନ୍ୟପକ୍ଷେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଏବଂ ବଡବାପା କୌଶିକ ମେହେର ଏକ ଭିଡିଓ ବର୍ତ୍ତାରେ ପୋଲିସ ତଦନ୍ତରେ ସେମାନେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି ବୋଲି କହିବା ସହ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳୁ ବୋଲି ଦାବି କରିଛନ୍ତି। ଏଭଳିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସେମାନଙ୍କ ଭରସା ଥିବା କହିଛନ୍ତି।
ଦ୍ୱନ୍ଦ୍ୱ ଦୂର…
ଅଭିଯୁକ୍ତ ଗୋବିନ୍ଦଙ୍କ ସହ ମମିତା କେବେ ରାୟପୁର ଯାଇନାହାନ୍ତି। ଏଣୁ ତାଙ୍କ ଝିଅର ଚରିତ୍ର ସଂହାର କରା ନ ଯାଉ କି ଏହି ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ଭିଡିଓ ବାର୍ତ୍ତାରେ ସୁଚନ୍ଦ୍ର କହିଛନ୍ତି। ଅନ୍ୟପକ୍ଷରେ ମମିତାଙ୍କ ପରିବାର ଉପରେ ସରକାରଙ୍କ ତରଫରୁ ଚାପ ରହିଥିବା ସୁନ୍ଦରଗଡ ଏମ୍‌ପି ତଥା ବରିଷ୍ଠ ଭାଜପା ନେତା ଜୁଏଲ ଓରାମ ଅଭିଯୋଗ କରିଛନ୍ତି।
ଏକ ମାସ ପରେ ମଧ୍ୟ ମମିତା ହତ୍ୟା ଘଟଣାକୁ ନେଇ ସ୍ପଷ୍ଟ ଚିତ୍ର ମିଳୁନାହିଁ। ଅଭିଯୁକ୍ତ ଗୋବିନ୍ଦ ଟିଟିଲାଗଡ ବାରାକ୍‌ରୁ ଫେରାର ହେବା, ୪୦ ଘଣ୍ଟା ପରେ ଧରାପଡିବା, ୫ ଦିନିଆ ରିମାଣ୍ଡରେ ଗୋବିନ୍ଦ ସବୁ ସତ ଓଗାଳିବା, ରାଧେଶ୍ୟାମଙ୍କ ଘରୁ ଏକ ବ୍ୟାଗ, ଲୁଗା ଓ ମୋବାଇଲ ମିଳିବା, ମମିତାଙ୍କ ପେନ୍‌ ଡ୍ରାଇଭ, ମୋବାଇଲ ଫୋନ୍‌ ନ ମିଳିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପ୍ରଶ୍ନ ଗୁଡିକର ଉତ୍ତରରେ ପୋଲିସ ଯାହା ସବୁ କହୁଛି ତାହା ଜନସାଧାରଣଙ୍କ ଦ୍ୱନ୍ଦ୍ୱ ଦୂର କରିବାରେ ଯଥେଷ୍ଟ ହେଉନାହିଁ। ଏକ ମାସ ପରେ ମଧ୍ୟ ଅନେକ ଅସମାହିତ ପ୍ରଶ୍ନ ରହିଛି ଓ ଏହା ପୋଲିସର ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନ ସହ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri