୬ ସପ୍ତାହ ସମୟ ମାଗିଲେ ତଦନ୍ତକାରୀ ନିର୍ଦ୍ଦେଶକ

ଯାଜପୁର ଅଫିସ,୨୪।୮:  ଲୋକାୟୁକ୍ତରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ସୋମବାର ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ମାମଲାର ଚୂଡାନ୍ତ ଶୁଣାଣି ହୋଇପାରିନାହିଁ। ଦୁର୍ନୀତିର ଗଭୀରତାକୁ ଦର୍ଶାଇ ଲୋକାୟୁକ୍ତଙ୍କ ତଦନ୍ତକାରୀ ନିର୍ଦ୍ଦେଶକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଆହୁରି ୬ ସପ୍ତାହ ସମୟ ମାଗିଛନ୍ତି। ତାହାକୁ ଲୋକାୟୁକ୍ତ ମଞ୍ଜୁର କରିଥିବାରୁ ସମ୍ପୃକ୍ତ ପଥର ମାଫିଆ ଓ ପ୍ରଶାସନିକ ଅଧିକାରୀ ଆତଙ୍କିତ ହୋଇଥିବା ଚର୍ଚ୍ଚା ହେଉଛି।
ଲୋକାୟୁକ୍ତରେ ହୋଇଥିବା ଅଭିଯୋଗ ଅନୁସାରେ ୧ା୯ା୨୦୧୭ରେ ଆରୁହା କଳାପଥର ଖାଦାନ-୧ ଲିଜ୍‌ ପାଇଁ ଧର୍ମଶାଳା ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ତ୍ରିନାଥ ଜେନାଙ୍କୁ ୫ ବର୍ଷ (୨୦୧୭-୧୮ ରୁ ୨୦୨୧-୨୨) ପାଇଁ ଲିଜ୍‌ ଦିଆଯାଇଥିଲା। ଜମି ରେକର୍ଡ ଅନୁସାରେ ଆରୁହା ପାହାଡ଼ରେ ୧୫୩.୬୩୦ ଏକର କଳାପଥର ଖାଦାନ ରହିଛି। ସେଥିରୁ ଜେନାଙ୍କୁ ମାତ୍ର ୩ ଏକର ଖାଦାନ ଲିଜ୍‌ ଦିଆଯାଇଥିବାବେଳେ ଧର୍ମଶାଳା ତହସିଲଦାର ଓ ସ୍ଥାନୀୟ ପୋଲିସର ସହଯୋଗରେ ୧୦୦ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରୁ କଳାପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଛି। ତେଣୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରି ହୋଇଥିବା ରାଜସ୍ବ କ୍ଷତିର ଭରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନକାରୀ ସର୍ବେଶ୍ୱର ବେହୁରା ୧୦ା୧୨ା୨୦୨୦ରେ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଲୋକାୟୁକ୍ତ ଯାଜପୁର ଜିଲା ପ୍ରଶାସନକୁ ଜବାବ ତଲବ କରିଥିଲେ। ଅଭିଯୋଗକାରୀ ବେହୁରାଙ୍କ କହିବା ଅନୁସାର ଇତିମଧ୍ୟରେ ଲିଜ୍‌ଧାରୀ ଲିଜ୍‌ ଏରିଆରୁ କଳାପଥର ଉତ୍ତୋଳନ ନ କରି ଅନ୍ୟ ଅଞ୍ଚଳରୁ ବ୍ୟାପକ ମାତ୍ରାରେ ଉତ୍ତୋଳନ କରିଥିଲେ। ତେବେ ତହସିଲ ପ୍ରଶାସନ ଆଦୌ ନିରୀକ୍ଷଣ ନ କରି ହଜାର ହଜାର ୱାଇ ଫର୍ମ ବହି ଲିଜଧାରୀଙ୍କୁ ପ୍ରଦାନ କରିଥିଲେ। ଏହାର ସୁଯୋଗରେ ଲିଜ୍‌ଧାରୀ ନିର୍ଦ୍ଧାରିତ ପରିମାଣଠାରୁ ବହୁ ଗୁଣରେ ଅଧିକ କଳାପଥର ଲୁଟ୍‌ କରି ବିଭାଗୀୟ ସମ୍ପୃକ୍ତ ଅଧିକାରୀଙ୍କୁ ନିଜ ହାତରେ ରଖି ମାଲାମାଲ ହୋଇଛନ୍ତି। ଏପରି କି ସ୍ଥାନୀୟ ରାଜସ୍ବ ନିରୀକ୍ଷକ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଏକାଧିକ ଥର ଆରୁହାରୁ କଳାପଥର ଚୋରି ହେଉଛି ବୋଲି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ତହସିଲଦାର କିମ୍ବା ଅତିରିକ୍ତ ଜିଲାପାଳ(ରାଜସ୍ବ) ଆଦୌ କର୍ଣ୍ଣପାତ କରି ନ ଥିଲେ। ଇତିମଧ୍ୟରେ ଏନେଇ ଜିଲାପାଳଙ୍କ ନିର୍ଦ୍ଦେଶରେ ଏକ ଯୁଗ୍ମ କମିଟି ତଦନ୍ତ କରୁଥିବା ଜଣାପଡିଛି। ମଙ୍ଗଳବାର ଏହି କମିଟି ଆରୁହା ପରିଦର୍ଶନ କରି ତଦନ୍ତ କରିବ। ଆବେଦନକାରୀ ବେହୁରାଙ୍କୁ ଏନେଇ ଜିଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri