Posted inଫୁରସତ

ଇନ୍‌ଷ୍ଟାଗ୍ରାମ କଲ୍‌ ଖୋଲିଦେଲା ପୂରା ହତ୍ୟା ଘଟଣାର ରାଜ୍‌, ଜାଣିଲେ…

ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷର ନାବାଳକ ୧୩ ବର୍ଷର ନାବାଳିକାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟା ବିଷୟରେ କେହି ଜାଣି ନ ଥିଲେ, କିନ୍ତୁ ଏକ ଇନ୍‌ଷ୍ଟାଗ୍ରାମ ଭିଡିଓ କଲ୍‌ ପୂରା ରହସ୍ୟକୁ ଉନ୍ମୋଚନ କରିଥିଲା। ପ୍ରକୃତରେ ଏହି ନାବାଳକ ହତ୍ୟା ପରେ ତାଙ୍କ ବାନ୍ଧବୀଙ୍କ ମୃତଦେହ ଲୁଚାଇବା ପାଇଁ ସାହାଯ୍ୟ ମାଗିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଫିଲାଡେଲ୍‌ଫିଆର ଉତ୍ତର-ପୂର୍ବର ବେନ୍‌ସାଲେମ ପୋଲିସ ଏକ ବିବୃତ୍ତିରେ କହିଛି, ୧୬ ବର୍ଷୀୟ ସନ୍ଦିଗ୍ଧ ନାବାଳକଙ୍କ ମୋବାଇଲରେ ମୃତକଙ୍କ ଗୋଡ଼ ରକ୍ତରେ ଆଚ୍ଛାଦିତ ହୋଇଥିବା ଦର୍ଶାଇଛନ୍ତି। ଏହା ପରେ ତାଙ୍କ ସାଙ୍ଗ ତାଙ୍କ ମା’ଙ୍କୁ ଏହା କହିଥିଲେ। ଯିଏ ଶୁକ୍ରବାର ଅପରାହ୍ନ ୪ଟାରେ ୯୧୧କୁ ଫୋନ୍‌ କରିଥିଲେ। ବେନସେଲାମ ପୋଲିସ ବିଭାଗର ଅଧିକାରୀ କହିଛନ୍ତି, ସେମାନେ ସନ୍ଦିଗ୍ଧ ଜଣକ ଯୋଶୁଆ କୁପର୍‌ ବୋଲି ଚିହ୍ନଟ କରିଛନ୍ତି।

ବେନସାଲେମର ଗିବସନ ରୋଡ୍‌ରେ ୧୪୦୦ ବ୍ଲକ ଅନ୍ତର୍ଗତ ରିଜ ଟ୍ରେଲର ପାର୍କରେ ସେ ସନ୍ଦିଗ୍ଧଙ୍କ ଠିକଣାରେ ପହଞ୍ଚିବା ପରେ ସେ ଟ୍ରେଲର ପଛ ପଟକୁ ଦୌଡ଼ିଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଘରେ ପ୍ରବେଶ କରିବା ପରେ ସେ ୧୩ ବର୍ଷର ନାବାଳିକାଙ୍କୁ ବାଥରୁମ୍‌ ଚଟାଣରେ ଗୁଳି ବାଜିଥିବାର ଦେଖିଥିଲେ। ପୋଲିସ କହିଛି, କିଛି ସମୟ ପରେ ନିଉପୋର୍ଟ ମଓ୍ବେସ ଡ୍ରାଇଭ ଏବଂ ଗ୍ରୋଟନ ଡ୍ରାଇଭର ଏକ ଜଙ୍ଗଲ ଅଞ୍ଚଳରେ ଗିରଫ କରାଯାଇଥିଲା।

ସୂଚନାନୁସାରେ, କୁପର ପୋଲିସକୁ କହିଛନ୍ତି, ସେ ଏକାକୀ ବାଥ୍‌ରୁମ ବ୍ୟବହାର କରିବାକୁ ଯାଇଛନ୍ତି। ଶୁକ୍ରବାର ହାଜର ହେବା ପରେ ତାଙ୍କୁ ଜାମିନ ନାମଞ୍ଜୁର କରାଯାଇ ବାଳ ସୁରକ୍ଷା କେନ୍ଦ୍ରକୁ ପଠାଯାଇଥିବା ପୋଲିସ କହିଛି। ପୀଡ଼ିତାଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

ଭାରତ ବିରୋଧରେ ପାକିସ୍ତାନର ନୂଆ ଚାଲ, ସହଯୋଗ କରୁଛି ଚାଇନା!

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଏସିଆର ସର୍ବପୁରାତନ ଆଞ୍ଚଳିକ ସଂଗଠନ ସାର୍କ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବିଷାକ୍ତ ବିବୃତ୍ତି ଆରମ୍ଭ କରିଛି। ପାକିସ୍ତାନର...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri