ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡ଼ିଲା

ପଟ୍ଟାମୁଣ୍ଡାଇ,୨ା୨(କଳ୍ପତରୁ ନାୟକ): କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଚାଷୀ ସବୁବେଳେ ବିଭାଗୀୟ ଅଧିକାରୀଙ୍କ ରୋଷର ଶିକାର ହେଉଛନ୍ତି। ପଟ୍ଟାମୁଣ୍ଡାଇ କେନାଲ ଦ୍ୱାରା ଉତିକଣ ଅଞ୍ଚଳ ଚାଷଜମିକୁ ଜଳସେଚନ କରାଯାଇ ଚାଷ କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯାଇଛି। ମାତ୍ର ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଅପାରଗତା ଯୋଗୁ ପୂର୍ତ୍ତ ବିଭାଗ ବାଇପାସ୍‌ ରାସ୍ତା ନିର୍ମାଣ କରୁଥିବା ଠିକାଦାର କେନାଲ ଖୋଳାପୋତା କରିବାରୁ ଅନେକ ସ୍ଥାନରେ ଅତଡ଼ା ଖସି କେନାଲ ପୋତି ହୋଇ ଶତାଧିକ ଏକର ଚାଷଜମିକୁ ପାଣି ଯିବାରେ ବ୍ୟାହତ ସୃଷ୍ଟି ହେଉଥିବା ବେଳେ ଏବେ ଆଉ ଏକ ବିପଦ ଘନେଇଛି। ବିଦ୍ୟୁତ୍‌ ବିଭାଗ କେନାଲର ପାର୍ଶ୍ୱ ପାଣିକୁ ଲଗାଇ ୩୩ କେଭି ବିଦ୍ୟୁତ୍‌ଖୁଣ୍ଟ ପକାଉଛନ୍ତି। ଯାହା କେନାଲ ପାଣିକୁ ନିତ୍ୟ ବ୍ୟବହାର କରୁଥିବା ଗ୍ରାମବାସୀ ଓ କୃଷକଙ୍କ ମନରେ ପାଣି ଚାର୍ଜ ହୋଇଯିବା ଭୟ ଖେଳିଯାଇଛି। ଜଳ ସମ୍ପଦ ବିଭାଗ ଅପାରଗତା ପାଇଁ ପୂର୍ତ୍ତ ବିଭାଗ ଶତାଧିକ ଚାଷୀଙ୍କ ପେଟକୁ ନାତ ମାରୁଥିବା ବେଳେ ବିଦ୍ୟୁତ୍‌ ବିଭାଗ ଜୀବନ ନେବାକୁ ବସିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
କୃଷକ ନେତା ବିଜୟ ଦାସ, ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକର ୨୧ ପଞ୍ଚାୟତ ଚାଷୀଙ୍କର ଏକମାତ୍ର ଭରସା ହେଉଛି ପଟ୍ଟାମୁଣ୍ଡାଇ କେନାଲ। ଏହି କେନାଲ ପାଣିରେ ଧାନ, ମୁଗ, ବିରି, ପନିପରିବା ଚାଷ ହେଉଥିବା ବେଳେ କେନାଲ ପାଖ ଗ୍ରାମର ଅଧିବାସୀ ଗାଧୁଆଗାଧି କରିବା ସହିତ ଗୃହପାଳିତ ପ୍ରାଣୀ ପାଣି ପିଇ ଥାନ୍ତି। ମାତ୍ର ଗତବର୍ଷ ଖରିଫ ଧାନଚାଷ ବେଳେ କେନାଲ ପାଣି କ୍ଷେତକୁ ପହଞ୍ଚତ୍ ପାରୁ ନ ଥିଲା। ଏବେ ରବି ଫସଲ ଚାଷ ପାଇଁ କେନାଲରେ ପାଣି ଛଡ଼ାଯାଇଥିବା ବେଳେ ପାଣି କ୍ଷେତକୁ ପହଞ୍ଚତ୍ ପାରୁନାହଁି। ଶୁଣିବାକୁ ମିଳୁଛି, ନୂତନ ବାଇପାସ ରାସ୍ତା ନିର୍ମାଣ କାମ ଚାଲିଛି। ଠିକାଦାର ରାସ୍ତା କାମରେ ମାଟି ପକାଇବା ପାଇଁ କେନାଲ ମାଟି ବ୍ୟବହାର କରି ବନ୍ଧ କରୁଥିବାରୁ ଦୋହରା ଖସି ଇଚ୍ଛାପୁର-କଖାରୁଣୀ ପୋଲ ପର୍ଯ୍ୟନ୍ତ କେନାଲ ଶଯ୍ୟା ପୋତି ହୋଇଯାଇଛି। ଫଳରେ ଗୋବରୀ ସମ୍ପ୍ରସାରିତ କେନାଲକୁ ଆବଶ୍ୟକ ଜଳ ପ୍ରବେଶ କରୁନାହଁି। ଏଥିରେ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ଜଳ ପରିଚାଳନା ଠିକ୍‌ ଭାବେ ହେଉନାହିଁ। ଏଥିଯୋଗୁ ଖରିଫ ଧାନ ଚାଷ ପ୍ରଭାବିତ ହୋଇଥିବା ବେଳେ ଏବେ ରବି ଫସଲର ଉତ୍ପାଦନ ହ୍ରାସ ହେବାର ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରାଙ୍କୁ ପଚାରିବାରେ ଏପରିକାର୍ଯ୍ୟ ନ କରିବାକୁ ଠିକାଦାରଙ୍କ କୁହାଯାଇଛି। ବୁଦ୍ଧିଜୀବୀ ପ୍ରମୋଦ ସାହୁ କହିଛନ୍ତି, ବାଇପାସ ରାସ୍ତା କାମରେ ନିୟୋଜିତ ଠିକାଦାର କେନାଲ ବନ୍ଧକୁ ହାଣି ମାଟି ଉଠାଇ ପକାଉଥିଲେ। ରବି ଫସଲ ପାଇଁ କେନାଲ ପାଣି ଛଡ଼ା ଯିବାରୁ ବାଇପାସ ପୋଲ ପାଖରୁ ଅନତି ଦୂରରେ କେନାଲ ବନ୍ଧରୁ ୧୫ ଫୁଟର ଅତଡ଼ା ଖସି ପୌରପରିଷଦ ନୂତନ ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିସହ ବେଲତଳ ଗଁା ବଜାର ପ୍ରତି ବିପଦ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଗିରି କହିଛନ୍ତି, ଜଳସମ୍ପଦ ବିଭାଗକୁ ଅବଗତ କରାଇ ମରାମତି କରାଯିବ। ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା କେନାଲ ଉପରେ ପଟ୍ଟାମୁଣ୍ଡାଇ ୧୭ଟି ପଞ୍ଚାୟତ ଓ ପୌରାଞ୍ଚଳର ୮ ଗ୍ରାମ ସମେତ ମହାକାଳପଡ଼ା ଅଞ୍ଚଳର ୫ଟି ପଞ୍ଚାୟତର ଚାଷଜମି ଜଳସେଚିତ ହୋଇ ଲକ୍ଷାଧିକ ଜନସାଧାରଣ ଏହି ପାଣି କାରବାର କରନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ୩୩ କେଭି ତାର, ଖୁଣ୍ଟ କେନାଲ ଶଯ୍ୟାକଡ଼ରେ ପକାଯାଇଛି। ଯଦି କୌଣସି କାରଣ ବଶତଃ ଚାର୍ଜ ହୁଏ ତେବେ ପାଣି ବ୍ୟବହାର କରୁଥିବା ଲୋକଙ୍କ ଜୀବନ ଅକାଳରେ ହାନି ହେବ ବୋଲି ସାଧାରଣରେ ଆଲୋଚନା ହେଉଛି। ଜଳସମ୍ପଦ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ପୂର୍ତ୍ତ ବିଭାଗ ଆମକଥା ଶୁଣୁ ନ ଥିବା ବେଳେ ବିଦ୍ୟୁତ୍‌ ବିଭାଗ ଆମକୁ ଅବଗତ କରିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri