Posted inଖେଳ

ଓଡ଼ିଶାର ଦୀପ୍‌ ଗ୍ରେସ୍‌, ଅମିତ ସାମିଲ

ବେଙ୍ଗାଲୁରୁ, ୧।୯ (ପି.ଟି.):ଚାଇନାର ହାଙ୍ଗଝୋଠାରେ ହେବାକୁଥିବା ଏସିଆନ ଗେମ୍ସ ପାଇଁ ଗୁରୁବାର ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଘୋଷଣା ହୋଇଛି। ଓଡ଼ିଶାର ଦୀପ୍‌ ଗ୍ରେସ୍‌ ଏକ୍କା ମହିଳା ଦଳର ଉପ-ଅଧିନାୟିକା ନିଯୁକ୍ତ ହୋଇଥିବାବେଳେ ପୁରୁଷ ଦଳରେ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି। ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଭାରତୀୟ ପୁରୁଷ ଦଳରୁ ଭେଟେରାନ ଷ୍ଟ୍ରାଇକର ଆକାଶଦୀପ ସିଂ, ଯୁଗରାଜ ସିଂ ଓ ସେଲଭାମ୍‌ କାର୍ଥୀଙ୍କୁ ବାଦ୍‌ ଦିଆଯାଇଛି। ଅଭିଜ୍ଞ ଲଳିତ ଉପାଧ୍ୟାୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସଞ୍ଜୟ ଓ ଅଭିଷେକଙ୍କୁ ମଧ୍ୟ ସାମିଲ କରାଯାଇଛି। ଡ୍ରାଗ୍‌ ଫ୍ଲିକର ହରମନପ୍ରୀତ ସିଂ ଓ ମିଡ୍‌ଫିଲ୍ଡର ହାର୍ଦ୍ଦିକ ସିଂ ଯଥାକ୍ରମେ ଅଧିନାୟକ ଓ ଉପ-ଅଧିନାୟକ ଦାୟିତ୍ୱରେ ଅପରିବର୍ତ୍ତିତ ରହିଛନ୍ତି। ସେହିପରି ମହିଳା ଦଳର ଅଧିନାୟକଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି ସବିତା ପୁନିଆ। ଦୀପ୍‌ ଗ୍ରେସ୍‌ ତାଙ୍କ ଡେପୁଟି ଦାୟିତ୍ୱରେ ରହିଛନ୍ତି। ଗତ ମାସରେ ଜର୍ମାନୀ ଓ ସ୍ପେନ୍‌ ଟୁର୍‌ରେ ଯାଇଥିବା ଅଭିଜ୍ଞ ସୁଶିଳା ଚାନୁ ପୁଖରାମବାମ, ବଲଜିତ କୌର ଓ ଓଡ଼ିଶାର ଜ୍ୟୋତି ଛତ୍ରୀ ଦଳରୁ ବାଦ୍‌ ପଡ଼ିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ଏଠାରେ ଆୟୋଜିତ ବିଦାୟ କାଳୀନ ଉତ୍ସବ ଅବସରରେ ଆନୁଷ୍ଠାନିକଭାବେ ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷଣା କରାଯାଇଥିଲା।
ଏସିଆନ ଗେମ୍ସପାଇଁ ଭାରତୀୟ ପୁରୁଷ ଦଳ ପୁଲ୍‌ ‘ଏ’ରେ ଡିଫେଣ୍ଡିଂ ଚାମ୍ପିୟନ ଜାପାନ, ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜ୍‌ବେକିସ୍ତାନ ସହ ସ୍ଥାନ ପାଇଛି। କୋରିଆ, ମାଲେସିଆ, ଚାଇନା, ଓମାନ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ ପୁଲ୍‌ ‘ବି’ରେ ରହିଛନ୍ତି। ସେପ୍ଟେମ୍ବର ୨୪ରେ ଭାରତୀୟ ପୁରୁଷ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ମହିଳା ଦଳ ସିଙ୍ଗାପୁର ବିପକ୍ଷରେ ସେପ୍ଟେମ୍ବର ୨୭ରେ ଏହାର ପ୍ରଥମ ମ୍ୟାଚ ଖେଳିବ।
ଭାରତୀୟ ପୁରୁଷ ଦଳ: ପି.ଆର. ଶ୍ରୀଜେଶ, କ୍ରିଶନ ପାଠକ, ବରୁଣ କୁମାର, ଅମିତ ରୋହିଦାସ, ଜରମନପ୍ରୀତ ସିଂ, ହରମନପ୍ରୀତ ସିଂ (ଅଧିନାୟକ), ସଞ୍ଜୟ, ସୁମିତ, ନିଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂ (ଉପ-ଅଧିନାୟକ), ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ଶମଶେର ସିଂ, ଅଭିଷେକ, ଗୁରଜାନ୍ତ ସିଂ, ମନଦୀପ ସିଂ, ସୁଖଜିତ ସିଂ, ଲଳିତ କୁମାର ଉପାଧ୍ୟାୟ।
ଭାରତୀୟ ମହିଳା ଦଳ: ସବିତା ୯ଅଧିନାୟିକା), ବିଚୁ ଦେବୀ ଖାରିବାମ, ଦୀପିକା, ଲାଲରେମସିଆମି, ମୋନିକା, ନବନୀତ କୌର, ନେହା, ନିଶା, ସୋନିକା, ଉଦିତା, ଇଶିକା ଚୌଧାରୀ, ଦୀପ୍‌ ଗ୍ରେସ୍‌ ଏକ୍କା (ଉପ-ଅଧିନାୟିକା), ବନ୍ଦନା କାଟରିୟା, ସଙ୍ଗିତା କୁମାରୀ, ବୈଷ୍ଣବୀ ଭିଟ୍ଟାଲ ଫାଲ୍‌କେ, ନିକ୍କି ପ୍ରଧାନ, ସୁଶୀଳା ଚାନୁ, ସାଲିମା ଟେଟେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୌତମ ଗମ୍ଭୀରଙ୍କ ଚାକିରି ବିପଦରେ! ବିଗୁଡୁଛି ଡ୍ରେସିଂ ରୁମର ମାହୋଲ

ନୂଆଦିଲ୍ଲୀ,୪।୮: ଗୌତମ ଗମ୍ଭୀର ହେଡ କୋଚ୍‌ ହେବା ପରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ ମଧ୍ୟ, ସତ୍ୟ ଏହା ଯେ…

ଗମ୍ଭୀର-କୋହଲି ବିବାଦ ଉପରେ ପୂର୍ବତନ ଅମ୍ପାୟାରଙ୍କ ବଡ଼ ବୟାନ, ‘ଏହା ଜରୁରୀ, ନଚେତ୍…’

ନୂଆଦିଲ୍ଲୀ,୪।୮: ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ଅନିଲ ଚୌଧୁରୀ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିକେଟ୍‌ର ଆକର୍ଷଣ ଓ ରୋମାଞ୍ଚ…

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

ମ୍ୟାଚ୍‌ ଫିକ୍ସଂ କରି ୮ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ଦୁବାଇ,୩ା୮: ୟୁଏସ୍‌ଏ ଖେଳାଳି ବୋଦୁଗମ ଅଖିଳେଶ ରେଡ୍ଡୀ ଏକ ମ୍ୟାଚ୍‌ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୮ ବର୍ଷ ଲାଗି ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ…

ଟିମ ଇଣ୍ଡିଆର ବଦଳିଲେ କୋଚ୍‌, ଭାବୁକ ହୋଇ ଏମିତି କହିଦେଲେ ରୋହିତ, ପଢନ୍ତୁ…

ନୂଆଦିଲ୍ଲୀ,୩।୮: ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଫିଲ୍ଡିଂ କୋଚ ଟି. ଦିଲୀପଙ୍କ ଚୁକ୍ତି ଶେଷ ହୋଇଯାଇଛି। ଏଥର ବିସିସିଆଇ ତାଙ୍କ ଚୁକ୍ତିକୁ ନବୀକରଣ…

କ୍ରିକେଟ ଜଗତରୁ ଆସିଲା ବଡ଼ ଖବର: ୮ ବର୍ଷ ପାଇଁ ଏହି କ୍ରିକେଟରଙ୍କୁ ବ୍ୟାନ୍‌ କଲା ICC

ନୂଆଦିଲ୍ଲୀ,୩।୮: କ୍ରିକେଟ ଜଗତରୁ ଏକ ଚମକାଇଦେଲା ଭଳି ଖବର ସାମ୍ନାକୁ ଆସିଛି। ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର କ୍ରିକେଟର ଅଖିଲେଶ ରେଡ୍ଡିଙ୍କୁ…

ଛାଡ଼ପତ୍ର ହେଲେ କାଙ୍ଗାଳ ହେବେ ରୋନାଲ୍ଡୋ! ବିବାହ ପୂର୍ବରୁ ରୋନାଲ୍ଡୋ-ଜର୍ଜିନା କରିଥିଲେ ଏହି ଏଗ୍ରିମେଣ୍ଟ

ଲିସବନ,୩।୮: ପର୍ତ୍ତୁଗାଲର ଦିଗ୍ଗଜ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ବିବାହ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଉଭୟଙ୍କର ବିବାହ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri