Posted inଖେଳ

ବିରାଟ କୋହଲିଙ୍କୁ ନେଇ ଚିନ୍ତାରେ ଭାରତୀୟ ଦଳ

ବିରାଟ କୋହଲି ଏବେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି। ଏକଦିବସୀୟ ଏବଂ ଟି -୨୦ ବ୍ୟତୀତ କୋହଲି ଟେଷ୍ଟ କ୍ରିକେଟର ଶ୍ରେଷ୍ଠ -୩ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଛନ୍ତି। ଘରୋଇ ପଡିଆରେ ତାଙ୍କର ସର୍ବାଧିକ ଆଭରେଜ୍‌ ରହିଛି। ତେବେ ବିରାଟ କୋହଲିଙ୍କ ଫର୍ମ ଏବେ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। କୋହଲି ଗତ ୧୪ ମାସ ଧରି ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ସେ ୬୯ ମିନିଟରେ କ୍ରିଜରେ ରହିବା ପରେ ମଧ୍ୟ ଫର୍ମରେ ଥିବାଭଳି ଜଣାପଡୁ ନ ଥିଲେ। ସେ ୪୮ଟି ବଲରୁ ମାତ୍ର ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଗତ ତିନିବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜଣେ ସ୍ପିନର ଭାରତୀୟ ମାଟିରେ କୋହଲିଙ୍କ ଉଇକେଟ୍‌ ନେଇଛନ୍ତି। ଇଂଲଣ୍ଡର ୨୩ ବର୍ଷୀୟ ଯୁବ ସ୍ପିନର ଡୋମ ବେସ ମଧ୍ୟ କୋହଲିଙ୍କୁ ଅସୁବିଧାରେ ପକାଇଥିଲେ। ବେସ ବଲରେ କୋହଲି ସର୍ଟ ଲେଗରେ ଏକ ସହଜ କ୍ୟାଚ ଦେଇଥିଲେ। କୋହଲି ଗତ ୭ଟି ଟେଷ୍ଟ ଇନିଂସରେ ହାରାହାରି ୧୮.୧୪ ଏବଂ ଗୋଟିଏ ଅର୍ଦ୍ଧଶତକ ହାସଲ କରି ମାତ୍ର ୧୨୭ ରନ ସ୍କୋର କରିଛନ୍ତି କୋହଲି। ୨୦୨୦ ମସିହାରେ କୋହଲିଙ୍କ ବ୍ୟାଟ ଆଦୌ ଚାଲି ନ ଥିଲା। ସେ ୨୩ଟି ମ୍ୟାଚର ୨୫ ଇନିଂସରେ ହାରାହାରି ୩୫.୫୪ରେ ୩ଟି ଫର୍ମାଟରେ ୮୫୩ ରନ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ କୋହଲି ୭ ଅର୍ଦ୍ଧଶତକ ହାସଲ କରିଥିଲେ। ଗତ ବର୍ଷ ତାଙ୍କ ବ୍ୟାଟରୁ ଗୋଟିଏ ବି ଶତକ ଲାଗି ନ ଥିଲା। ଗତ ୧୨ମାସ ଧରି କୋହଲି ମଧ୍ୟ ପଡ଼ିଆରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ତେବେ ୨୦୧୪ ମସିହାରୁ କୋହଲି ସମସ୍ତ ୩ଟି ଫର୍ମାଟରେ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥଲେ। ଖୁବ୍‌ଶୀଘ୍ର ସେ ଫର୍ମକୁ ଫେରିବେ ବୋଲି ତାଙ୍କ ପ୍ରଶଂସକ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri