ସ୍ପଷ୍ଟୀକରଣ ଦେଇ ଥକି ଗଲେଣି ଭାରତ ସରକାର, ସେପଟେ ପୁଣି ଦାବି ଦୋହରାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍କଟଲାଣ୍ଡର ଟର୍ନବେରୀ ରିସର୍ଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ସହ ବୈଠକ ସମୟରେ ଦାବି କରିଛନ୍ତି ଯେ, ସେ ରାଷ୍ଟ୍ରପତି ନ ହୋଇଥିଲେ ବିଶ୍ୱରେ ଭାରତ-ପାକିସ୍ତାନ ସମେତ ୬ଟି ବଡ଼ ଯୁଦ୍ଧ ହୋଇଥାନ୍ତା। ଟ୍ରମ୍ପ କହିଛନ୍ତି, ତାଙ୍କ ହ୍ୱାଇଟ ହାଉସରେ ଉପସ୍ଥିତି ହିଁ ଏହି ଯୁଦ୍ଧଗୁଡ଼ିକୁ ରୋକିଛି।

ଏହି ଦାବି ଏପରି ସମୟରେ ଆସିଛି ଯେତେବେଳେ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଛି ଏବଂ ଭାରତରେ ବିରୋଧୀ ଦଳ ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ଯୁଦ୍ଧବିରତିରେ ବାଣିଜ୍ୟ ଚାପ ବ୍ୟବହାର କରି ମଧ୍ୟସ୍ଥତା କରିଥିବା ଦାବିକୁ ନେଇ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରୁଛନ୍ତି। ଟ୍ରମ୍ପ କହିଛନ୍ତି, “ମୁଁ ନ ଥିଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥାନ୍ତା।”

ସଂସଦରେ ଅପରେଶନ ସିନ୍ଦୁର ଉପରେ ଚାଲିଥିବା ବିତର୍କ ସମୟରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି, ଆପଣ କାହିଁକି ଆପଣଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଟ୍ରମ୍ପଙ୍କ କଥା ଭୁଲ୍‌ ବୋଲି ପୋଷ୍ଟ କରି ପାରିଲେ ନାହିଁ?”

ଟ୍ରମ୍ପ ଆହୁରି ଦାବି କରିଛନ୍ତି ଯେ, ସେ ଥାଇଲାଣ୍ଡ-କାମ୍ବୋଡିଆ ସଂଘର୍ଷ, ରୁଆଣ୍ଡା-ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ଏବଂ ସର୍ବିଆ-କୋସୋଭୋ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ବାଣିଜ୍ୟ ଆଲୋଚନା ମାଧ୍ୟମରେ ରୋକିଛନ୍ତି। ଗାଜା ସଙ୍କଟ ବିଷୟରେ ପଚରା ଯାଇଥିବା ପ୍ରଶ୍ନରେ ସେ କହିଛନ୍ତି, ଆମେରିକା ଗାଜାକୁ ପ୍ରଚୁର ସାହାଯ୍ୟ ଦେଇଛି, କିନ୍ତୁ ହମାସ ଏହାର ଅନେକ ଅପହରଣ କରିଛି। ସେ ଷ୍ଟାର୍ମରଙ୍କ ସହ ବୈଠକରେ ଗାଜା ସମସ୍ୟାର ସମାଧାନ ଖୋଜିବାକୁ ଚେଷ୍ଟା କରୁଥିବା କହିଛନ୍ତି।

ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୟନ କରିଥିଲେ। ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନିର ମଧ୍ୟ ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ ଟ୍ରମ୍ପଙ୍କୁ ନୋବେଲ ପାଇଁ ସୁପାରିଶ କରିଥିଲେ, ଦାବି କରି ଯେ ସେ ପରମାଣୁ ଯୁଦ୍ଧକୁ ରୋକିଛନ୍ତି। ଟ୍ରମ୍ପଙ୍କ ପୂର୍ବତନ ଜାତୀୟ ସୁରକ୍ଷା ଉପଦେଷ୍ଟା ଜନ ବୋଲ୍ଟନ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୨୦୦୯ରେ ନୋବେଲ ଶାନ୍ତି ପୁରସ୍କାର ପାଇବା ପରେ ଟ୍ରମ୍ପଙ୍କର ଏହି ପୁରସ୍କାର ପାଇବାର ଇଚ୍ଛା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri