୧୦.୩% ଖସିବ ଭାରତୀୟ ଅର୍ଥ ବ୍ୟବସ୍ଥା

ଓ୍ବାଶିଂଟନ: କରୋନା ଭାଇରସ୍‌ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଜୋର୍‌ଦାର ଝଟକା ଲାଗିଛି। ଫଳରେ ଚଳିତ ଆର୍ଥତ୍କ ବର୍ଷ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୧୦.୩% ଖସିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ମଙ୍ଗଳବାର ପୂର୍ବାନୁମାନ କରିଛି। ପରବର୍ତ୍ତୀ ଆର୍ଥତ୍କ ବର୍ଷରେ ଜିଡିପି ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ ବୋଲି ଏହି ଏଜେନ୍ସି ମତ ରଖିଛି। ୨୦୨୧ରେ ଭାରତ ଚାଇନାକୁ ଟପି ପୁଣି ଥରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ହେବାକୁ ସକ୍ଷମ ହେବ। ଏହି ସମୟରେ ଘରୋଇ ବଜାରର ବିକାଶ ହାର ୮.୮% ରହିବ ବୋଲି ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟ୍‌ଲୁକ୍‌ ରିପୋର୍ଟରେ ପ୍ରକାଶ କରିଛି। ଓ୍ବାର୍ଲଡ ବ୍ୟାଙ୍କ ଏବଂ ଆଇଏମ୍‌ଏଫ୍‌ର ବାର୍ଷିକ ବୈଠକ ଆଗରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଚଳିତ ଆର୍ଥତ୍କ ବର୍ଷ ବିଶ୍ୱ ଅର୍ଥ ବ୍ୟବସ୍ଥା ୪.୪% ଖସିବ। ଏହା ଆଗାମୀ ଆର୍ଥତ୍କ ବର୍ଷରେ ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବା ସହ ବିକାଶ ହାର ୫.୨% ରହିବ ବୋଲି ଆକଳନ କରାଯାଇଛି।
୨୦୨୦ରେ ଆମେରିକା ଅର୍ଥ ବ୍ୟବସ୍ଥା ୫.୮% ଖସିବା ନେଇ ଆକଳନ କରାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷ ଏହି ଦେଶ ୩.୯% ହାରରେ ବିକାଶ ହାସଲ କରିବ। ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଚାଇନା କେବଳ ଏକମାତ୍ର ଦେଶ ଯାହା ଚଳିତ ଆର୍ଥତ୍କ ବର୍ଷରେ ୧.୯% ଅଭିବୃଦ୍ଧି ହାସଲ କରିବା ନେଇ ପୂର୍ବାନୁମାନରେ କୁହାଯାଇଛି। ଭାରତର ଜିଡିପି ହ୍ରାସ ନେଇ ପୂର୍ବରୁ ଯେଉଁ ଆକଳନ କରାଯାଇଥିଲା ସେହି ହାରକୁ ବର୍ତ୍ତମାନ ବିଭିନ୍ନ ରେଟିଂ ଏଜେନ୍ସି ପରିବର୍ତ୍ତନ କରୁଛନ୍ତି। କାରଣ କରୋନାର ପ୍ରଭାବ ଯୋଗୁ ଅର୍ଥ ବ୍ୟବସ୍ଥାକୁ ମାତ୍ରାଧିକ କ୍ଷତି ସହିବାକୁ ପଡିଛି। ୨୦୧୯ରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ୪.୨% ରହିଥିଲା। ଘରୋଇ ବଜାରର ଜିଡିପି ୯.୬% ଖସିବ ବୋଲି କିଛିଦିନ ଆଗରୁ ଓ୍ବାର୍ଲଡ ବ୍ୟାଙ୍କ ଏହାର ଆକଳନରେ କହିଥିଲା। ଭାରତ ବଜାର ପୂର୍ବ ତୁଳନାରେ ବେଶି ସଙ୍କଟ ସ୍ଥିତି ଦେଇ ଗତି କରୁଛି ବୋଲି ଓ୍ବାର୍ଲଡ ବ୍ୟାଙ୍କର ଦକ୍ଷିଣ ଏସିଆ ଅର୍ଥନୀତିଜ୍ଞ ହାନ୍ସ ଟିମର ନିକଟରେ କହିଛନ୍ତି। କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବା ଲାଗି ସରକାର ଜାରି କରିଥିବା କଟକଣା ଯୋଗୁ ବଜାରର ଚାହିଦା ଏବଂ ଯୋଗାଣ ପ୍ରଭାବିତ ହୋଇ ରହିଥିବା ବିଶ୍ୱ ବ୍ୟାଙ୍କ ଏହାର ରିପୋର୍ଟରେ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri