୧୦.୩% ଖସିବ ଭାରତୀୟ ଅର୍ଥ ବ୍ୟବସ୍ଥା

ଓ୍ବାଶିଂଟନ: କରୋନା ଭାଇରସ୍‌ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଜୋର୍‌ଦାର ଝଟକା ଲାଗିଛି। ଫଳରେ ଚଳିତ ଆର୍ଥତ୍କ ବର୍ଷ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୧୦.୩% ଖସିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ମଙ୍ଗଳବାର ପୂର୍ବାନୁମାନ କରିଛି। ପରବର୍ତ୍ତୀ ଆର୍ଥତ୍କ ବର୍ଷରେ ଜିଡିପି ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ ବୋଲି ଏହି ଏଜେନ୍ସି ମତ ରଖିଛି। ୨୦୨୧ରେ ଭାରତ ଚାଇନାକୁ ଟପି ପୁଣି ଥରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ହେବାକୁ ସକ୍ଷମ ହେବ। ଏହି ସମୟରେ ଘରୋଇ ବଜାରର ବିକାଶ ହାର ୮.୮% ରହିବ ବୋଲି ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟ୍‌ଲୁକ୍‌ ରିପୋର୍ଟରେ ପ୍ରକାଶ କରିଛି। ଓ୍ବାର୍ଲଡ ବ୍ୟାଙ୍କ ଏବଂ ଆଇଏମ୍‌ଏଫ୍‌ର ବାର୍ଷିକ ବୈଠକ ଆଗରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଚଳିତ ଆର୍ଥତ୍କ ବର୍ଷ ବିଶ୍ୱ ଅର୍ଥ ବ୍ୟବସ୍ଥା ୪.୪% ଖସିବ। ଏହା ଆଗାମୀ ଆର୍ଥତ୍କ ବର୍ଷରେ ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବା ସହ ବିକାଶ ହାର ୫.୨% ରହିବ ବୋଲି ଆକଳନ କରାଯାଇଛି।
୨୦୨୦ରେ ଆମେରିକା ଅର୍ଥ ବ୍ୟବସ୍ଥା ୫.୮% ଖସିବା ନେଇ ଆକଳନ କରାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷ ଏହି ଦେଶ ୩.୯% ହାରରେ ବିକାଶ ହାସଲ କରିବ। ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଚାଇନା କେବଳ ଏକମାତ୍ର ଦେଶ ଯାହା ଚଳିତ ଆର୍ଥତ୍କ ବର୍ଷରେ ୧.୯% ଅଭିବୃଦ୍ଧି ହାସଲ କରିବା ନେଇ ପୂର୍ବାନୁମାନରେ କୁହାଯାଇଛି। ଭାରତର ଜିଡିପି ହ୍ରାସ ନେଇ ପୂର୍ବରୁ ଯେଉଁ ଆକଳନ କରାଯାଇଥିଲା ସେହି ହାରକୁ ବର୍ତ୍ତମାନ ବିଭିନ୍ନ ରେଟିଂ ଏଜେନ୍ସି ପରିବର୍ତ୍ତନ କରୁଛନ୍ତି। କାରଣ କରୋନାର ପ୍ରଭାବ ଯୋଗୁ ଅର୍ଥ ବ୍ୟବସ୍ଥାକୁ ମାତ୍ରାଧିକ କ୍ଷତି ସହିବାକୁ ପଡିଛି। ୨୦୧୯ରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ୪.୨% ରହିଥିଲା। ଘରୋଇ ବଜାରର ଜିଡିପି ୯.୬% ଖସିବ ବୋଲି କିଛିଦିନ ଆଗରୁ ଓ୍ବାର୍ଲଡ ବ୍ୟାଙ୍କ ଏହାର ଆକଳନରେ କହିଥିଲା। ଭାରତ ବଜାର ପୂର୍ବ ତୁଳନାରେ ବେଶି ସଙ୍କଟ ସ୍ଥିତି ଦେଇ ଗତି କରୁଛି ବୋଲି ଓ୍ବାର୍ଲଡ ବ୍ୟାଙ୍କର ଦକ୍ଷିଣ ଏସିଆ ଅର୍ଥନୀତିଜ୍ଞ ହାନ୍ସ ଟିମର ନିକଟରେ କହିଛନ୍ତି। କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବା ଲାଗି ସରକାର ଜାରି କରିଥିବା କଟକଣା ଯୋଗୁ ବଜାରର ଚାହିଦା ଏବଂ ଯୋଗାଣ ପ୍ରଭାବିତ ହୋଇ ରହିଥିବା ବିଶ୍ୱ ବ୍ୟାଙ୍କ ଏହାର ରିପୋର୍ଟରେ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri