ଘନତ୍ୱ ବୃଦ୍ଧିକୁ ଗୁରୁତ୍ୱ ନାହିଁ

ଅମିତ କୁମାର ସାମଲ
ଅନୁଗୋଳ ଅଫିସ, ୭ା୭ – ଶିଳ୍ପବହୁଳ ଅନୁଗୋଳ ଜିଲାରେ ନଷ୍ଟ ହୋଇଚାଲିଛି ପ୍ରାକୃତିକ ଜଙ୍ଗଲ। ବଢ଼ୁଥିବା ଖଣି ଖାଦାନ ପାଇଁ ବଳିପଡ଼ୁଛି ବ୍ୟାପକ ବୃକ୍ଷ। ଏହି କାରଣରୁ ଘୋର କ୍ଷତି ପହଞ୍ଚୁଛି ସବୁଜିମାକୁ। ପ୍ରଦୂଷଣ ବଢ଼ୁଥିବା ବେଳେ ପରିବେଶର ଏହି କ୍ଷତ ଭରଣା କରିବାକୁ ପ୍ରତିବର୍ଷ ହେଉଛି ବନୀକରଣ। ବନ ବିଭାଗ ଉଦ୍ୟମରେ ଲଗାଯାଉଛି ଲକ୍ଷାଧିକ ଚାରା। ହେଲେ ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ଗୁରୁତ୍ୱ ଅଭାବରୁ ଅନୁଗୋଳ ଜିଲାରେ ଜଙ୍ଗଲର ଘନତ୍ୱ ବୃଦ୍ଧି ପାଉନାହିଁ। କର୍ତ୍ତୃପକ୍ଷଙ୍କ ଚିନ୍ତାଶୂନ୍ୟ ନୀତି ଯୋଗୁ ଏହି ଯୋଜନାର ପ୍ରକୃତ ଲାଭ ମିଳୁ ନ ଥିବା ପରିବେଶବିତ୍‌ମାନେ ଅଭିଯୋଗ କରୁଛନ୍ତି। ତଥାପି ଚଳିତବର୍ଷ ବନ ମହୋତ୍ସବ ଅବସରରେ ୧୨ ଲକ୍ଷ ୯ ହଜାର ଚାରା ଲଗାଯିବାକୁ ଯୋଜନା ହୋଇଥିବା ସୂଚନା ମିଳିଛି।
୨୦୧୭-୧୮ ଆର୍ଥିକ ବର୍ଷରେ ଅନୁଗୋଳ ଜିଲାରେ ୮ଟି ଯୋଜନାରେ ୩୬୭.୫୩ ହେକ୍ଟର ଜମିରେ ବନୀକରଣ ହୋଇଥିଲା। ସେଥିରୁ ୩୨ ଏକର ଖୋଲାସ୍ଥାନ ହୋଇଥିବା ବେଳେ ଜଙ୍ଗଲର ଘନତ୍ୱ ବଢ଼ାଇବାକୁ ୩୩୫.୫୩୦ ହେକ୍ଟର ଜଙ୍ଗଲରେ ଚାରା ରୋପଣ କରାଯାଇଥିଲା। ଏଥିସହ ୮ କିଲୋମିଟର ରାସ୍ତା ପାର୍ଶ୍ୱରେ ଚାରା ଲଗାଯାଇଥିଲା। ବନ ବିଭାଗ ନିଜସ୍ବ ଉଦ୍ୟମରେ ୧ ଲକ୍ଷ ୩୩ ହଜାର ୫୯୬ ଚାରା ଲଗାଇଥିଲା। ୩୩ ହଜାର ବଣ୍ଟନ ଓ ବିକ୍ରୟ କରାଯାଇଥିଲା। ସେହିପରି ୨୦୧୮-୧୯ ବର୍ଷରେ ସବୁଜିମା ସୃଷ୍ଟି କରିବାକୁ ୫୧.୬୮୨ ହେକ୍ଟରରେ ଓ ଜଙ୍ଗଲର ଘନତ୍ୱ ବୃଦ୍ଧି ପାଇଁ ୧୭୦୧.୨୫ ହେକ୍ଟରରେ ବନୀକରଣ ହୋଇଥିଲା। ୩୭ କିଲୋମିଟର ରାସ୍ତା ପାର୍ଶ୍ୱରେ ଚାରା ରୋପଣ କରାଯାଇଥିଲା। ବନ ବିଭାଗ ପକ୍ଷରୁ ୪ ଲକ୍ଷ ୪୬ ହଜାର ୮୫୧ ଚାରା ଲଗାଯାଇଥିବାବେଳେ ୩ ଲକ୍ଷ ୪୩୦ ବଣ୍ଟନ ହୋଇଥିଲା। ୨୦୧୯-୨୦ରେ ୭୧.୨୩ ହେକ୍ଟର ଖୋଲାସ୍ଥାନ ଓ ୧୬୮୬.୨ ହେକ୍ଟର ଜଙ୍ଗଲ ଜମିରେ ଚାରା ରୋପଣ କରାଯାଇଥିଲା। ବିଭାଗ ପକ୍ଷରୁ ୪ ଲକ୍ଷ ୩୨ ହଜାର ୪୫୮ ଚାରା ଲଗାଯାଇଥିଲା। ୮ ଲକ୍ଷ ୬୬ ହଜାର ୪୯୦ ବଣ୍ଟନ ଓ ବିକ୍ରି କରାଯାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ୯୫ ହେକ୍ଟର ଖୋଲାସ୍ଥାନ ଓ ୧୧୨୦ ହେକ୍ଟର ଜଙ୍ଗଲ ଜମିରେ ଚାରା ରୋପଣ ହୋଇଥିଲା। ଏଥିସହ ୬୮ କିଲୋମିଟର ରାସ୍ତା ପାର୍ଶ୍ୱରେ ବନୀକରଣ କରାଯାଇଥିଲା। ସେଥିରୁ ବନ ବିଭାଗ ପକ୍ଷରୁ ୪ ଲକ୍ଷ ୩୨ ହଜାର ୧୬୦ ଲଗାଯାଇଥିବାବେଳେ ୧୫ ଲକ୍ଷ ୨୮ ହଜାର ଚାରା ବଣ୍ଟନ ଓ ବିକ୍ରୟ କରାଯାଇଥିଲା। ଚଳିତବର୍ଷ ମୋଟ ୧୨ ଲକ୍ଷ ୯ ହଜାର ୯୧୪ ଚାରା ଉପତ୍ାଦନ ହୋଇଛି। ସେଥିମଧ୍ୟରୁ ୪ ଲକ୍ଷ ୪୯ ହଜାର ୯୧୪ ବନୀକରଣ ପାଇଁ ରୋପଣ କରାଯିବ। ଆଉ ୭ ଲକ୍ଷ ୬୦ ହଜାର ଚାରା ବଣ୍ଟନ ଓ ବିକ୍ରୟ କରାଯିବାର ଯୋଜନା ହୋଇଛି। ତେବେ ପ୍ରତିବର୍ଷ ଏତେ ସଂଖ୍ୟକ ଚାରା ଲଗାଯାଉଥିଲେ ମଧ୍ୟ ଜଙ୍ଗଲର ଘନତ୍ୱ କାହିଁକି ବୃଦ୍ଧି ହେଉନାହିଁ ସେ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସବୁଜିମା ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ
ଶିଳ୍ପ ପାଇଁ ଅନୁଗୋଳ ଜିଲାରେ ସବୁଜିମା ନଷ୍ଟ ହେଉଛି। ତେଣୁ ସବୁଜିମା ବୃଦ୍ଧି ନିମନ୍ତେ ବିପୁଳ ଚାରା ରୋପଣ ଅତ୍ୟନ୍ତ ଆବଶ୍ୟକ। ତେଣୁ ବନ ବିଭାଗ ସହ ଶିଳ୍ପ ସଂସ୍ଥା ଓ ଜନସାଧାରଣ ଏ ଦିଗରେ ଅଧିକ ପରିଶ୍ରମ କରିବା ଜରୁରୀ। ଏହାଦ୍ୱାରା ଜିଲାରେ ଅଧିକ ଜଙ୍ଗଲ ସୃଷ୍ଟି ହେବା ସହ ପ୍ରଦୂଷଣ ହ୍ରାସ ପାଇବ।
-ପ୍ରସନ୍ନ କୁମାର ବେହେରା, ଡିଏଫ୍‌ଓ, ଅନୁଗୋଳ ବନଖଣ୍ଡ
ବଢ଼ୁଥିବା ଖଣି ଖାଦାନ ଦାୟୀ
ଖଣି ଖାଦାନ ପାଇଁ ଅନୁଗୋଳ ଜିଲାରେ ଜଙ୍ଗଲ ସମ୍ପଦ କ୍ଷୟ ହେଉଛି। ଏହାର ଭରଣା କରିବାକୁ ଯେଉଁଭଳି ଭାବେ ଉଦ୍ୟମ କରାଯିବା କଥା ତାହା ଦେଖାଯାଉ ନାହିଁ। ପ୍ରାକୃତିକ ଜଙ୍ଗଲକୁ ନଷ୍ଟ କରି ସେଠାରେ ଚାରା ରୋପଣ ଦ୍ୱାରା ପୁଣି ଜଙ୍ଗଲ ସୃଷ୍ଟି କାଠିକର ପାଠ ହୋଇପଡ଼ୁଛି। ଏ ନେଇ ଚିନ୍ତା କରିବାର ବେଳ ଆସିଛି।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌, ଅନୁଗୋଳ
ଉଜୁଡ଼ା ଜଙ୍ଗଲ ସଜାଡ଼ିବା ବେଳ
କେବଳ ବନୀକରଣ କରିଦେଲେ ହେବ ନାହିଁ। ଏହାର ଉପଯୁକ୍ତ ରକ୍ଷଣବେକ୍ଷଣା କରାଗଲେ ହିଁ ଜଙ୍ଗଲର ଘନତ୍ୱ ବୃଦ୍ଧି ପାଇବ। ବିପୁଳ ଅର୍ଥ ବିନିଯୋଗ କରାଯାଇ ଚାରା ରୋପଣ କରାଯାଉଥିଲେ ମଧ୍ୟ ତାହାର ଯତ୍ନ ନିଆଯାଉ ନାହିଁ। ଜିଲାରେ ଥିବା ପୁରୁଣା ପ୍ରାକୃତିକ ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦିଆଯାଉ।
-ଅଶୋକ ଶତପଥୀ, ପରିବେଶବିତ୍‌, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri