ବାତ୍ୟାରେ ଜିରୋ କାଜୁଆଲ୍‌ଟିକୁ ଗୁରୁତ୍ୱ

ଭୁବନେଶ୍ୱର, ୪।୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ ପୁରୀ ଉପକୂଳ ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜଧାନୀ ଭୁବନେଶ୍ୱର ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି। ତେଣୁ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ବିଏମ୍‌ସି କମିଶନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ଓ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିରୋ କାଜୁଆଲ୍‌ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ୩ଟି ଜୋନ୍‌ର ଜେଡିସିଙ୍କୁ ଦାୟିତ୍ୱ ବଣ୍ଟାଯାଇଛି। ସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ଭୁବନେଶ୍ୱର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସିଂହ କହିଛନ୍ତି, ‘ଜଓ୍ବାଦ’ର ମୁକାବିଲା ପାଇଁ ବିଏମ୍‌ସି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଉଦ୍ଧାର, ରିଲିଫ୍‌ ଏବଂ ପୁନରୁଦ୍ଧାର କାର୍ଯ୍ୟର ସୁଗମ ପରିଚାଳନା ପାଇଁ ସମସ୍ତ ଅଧିକାରୀଙ୍କୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାନଗରାଞ୍ଚଳରେ ଥିବା ତଳିଆ ଅଞ୍ଚଳ ଚିହ୍ନଟ କରାଯାଇଛି। ସ୍ଥିତିକୁ ଦେଖି ଆବଶ୍ୟକ ହେଲେ ସେହି ଅଞ୍ଚଳରୁ ଲୋକଙ୍କୁ ନିକଟ ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳ କିମ୍ବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ। ରାସ୍ତାରେ ବୁଲୁଥିବା, ବ୍ରିଜ୍‌, ମନ୍ଦିର, ଫୁଟପାଥ୍‌ ବିଶେଷକରି ଖୋଲା ଆକାଶ ତଳେ ରାତି ବିତାଉଥିବା ଭୂମିହୀନ ଓ ଭିକାରୀଙ୍କୁ ଉଦ୍ଧାର ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ସେହିପରି ବିଏମ୍‌ସିର ୬୭ଟି ଓ୍ବାର୍ଡର ଅଧିକାରୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଯଥା ଚୁଡା, ଗୁଡ, ବିସ୍କୁଟ ଓ ମହମବତି ମହଜୁଦ୍‌ ରଖିବା ସହ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇ ଦେବା ପାଇଁ କୁହାଯାଇଛି। ଦକ୍ଷିଣପୂର୍ବ ଜୋନ୍‌ରେ ୨୯ଟି ବାତ୍ୟା ଆଶ୍ରୟସ୍ଥଳ ଥିବାବେଳେ, ଦକ୍ଷିଣପଶ୍ଚିମ ଜୋନ୍‌ରେ ୨୧ ଏବଂ ଉତ୍ତର ଜୋନ୍‌ରେ ୨୨ଟି ବାତ୍ୟା ଆଶ୍ରୟସ୍ଥଳ ରହିଛି। ବିଏମ୍‌ସିର ଇଞ୍ଜିନିୟରିଂ ଟିମ୍‌ ପକ୍ଷରୁ ଗ୍ୟାରେଜ୍‌ ଛକ, ସାରଦା ମଠ ଲେନ୍‌, ଶ୍ରୀରାମ ନଗର, ରତ୍ନଭିଲା ଭଳି ୩୬ଟି ଅସୁରକ୍ଷିତ ନିମ୍ନ ଅଞ୍ଚଳ ଚିହ୍ନଟ କରାଯାଇଛି। ଜଳ ନିଷ୍କାସନ ପାଇଁ ଆବଶ୍ୟକ ପମ୍ପ୍‌ସେଟ୍‌ ପ୍ରସ୍ତୁତ ରହିଛି। ଏହାବ୍ୟତୀତ କୌଣସି ଜରୁରିକାଳୀନ ଚିକିତ୍ସା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଯଥା ସମ୍ଭବ ପାଓ୍ବାର ବ୍ୟାକ୍‌ ରଖିବା ପାଇଁ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ପରିମାଣର ଔଷଧ, ଆଣ୍ଟି ଭେନମ୍‌, ହାଲୋଜିନ୍‌ ଟାବ୍‌ଲେଟ୍‌ ରଖିବା ପାଇଁ ଚିଫ୍‌ ମ୍ୟୁନିସିପାଲ୍‌ ମେଡିକାଲ ଅଫିସର (ସିଏମ୍‌ଏମ୍‌ଓ)ଙ୍କୁ କୁହାଯାଇଛି। ଦୁର୍ଘଟଣା ଏଡାଇବା ପାଇଁ ସହରରେ ଲାଗିଥିବା ବିଜ୍ଞାପନ ବୋର୍ଡ, ହୋର୍ଡିଂ ଆଦିକୁ ହଟାଯାଇଛି। ଜରୁରିକାଳୀନ ସହାୟତା ପାଇଁ ଲୋକେ ବିଏମ୍‌ସିର ୨୪ ଘଣ୍ଟିଆ ଟୋଲ ଫ୍ରି ନଂ.୦୬୭୪-୨୪୩୧୨୫୩ କିମ୍ବା ୧୮୦୦୩୪୫୦୦୬୧କୁ କଲ୍‌ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri