ପ୍ଲାଜ୍‌ମା ଚିକିତ୍ସାକୁ ଗୁରୁତ୍ୱ

ଡା. ଉମେଶ ଚନ୍ଦ୍ର ପାତ୍ର

ରାଜ୍ୟରେ ଏ ପର୍ଯ୍ୟନ୍ତ ୫୫୯ ଜଣ କରୋନା ରୋଗୀଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇ ସାରିଲାଣି। ୪୮୨ ଜଣ ଗୁରୁତର କୋଭିଡ ରୋଗୀଙ୍କୁ ପ୍ଲାଜ୍‌ମା ଚିକିତ୍ସା ଦିଆଯାଇଛି। ସେ ମଧ୍ୟରୁ ସୁସ୍ଥ ହୋଇ ୬୩ଜଣ ଘରକୁ ଗଲେଣି। ରାଜ୍ୟରେ ପ୍ଲାଜ୍‌ମା ଚିକିତ୍ସା ସଫଳତା ସମ୍ପର୍କରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏଇଥିପାଇଁ ଯେ ସରକାର ନିଷ୍ପତ୍ତି ନେଇଛନ୍ତି, ପ୍ଲାଜ୍‌ମା ଥେରାପି ବା ଚିକିତ୍ସା ବ୍ୟବସ୍ଥାକୁ ଅଧିକରୁ ଅଧିକ ଗୁରୁତ୍ୱ ଦିଆଯିବ ଓ ଏହାର ସୁଦୃଢ଼ୀକରଣ କରାଯିବ। ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କାରଣରୁ ଓଡ଼ିଶାରେ କୋଭିଡ୍‌ ମୃତ୍ୟୁ ହ୍ରାସ ପାଇଛି। କେବଳ ସେତିକି ନୁହେଁ, ଗତ ୪୦ ଦିନ ମଧ୍ୟରେ ରାଜ୍ୟରେ ୬ଟି ପ୍ଲାଜମା ବ୍ୟାଙ୍କ ବି ସ୍ଥାପନ କରାଯାଇଛି। ଜୁଲାଇ ୧୫ ତାରିଖ ଦିନ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ ଭୁବନେଶ୍ୱର, ରାଉରକେଲାର ଆଇଜିଏଚ୍‌, ବ୍ରହ୍ମପୁର ଏମ୍‌କେସିଜି, ବୁର୍ଲାସ୍ଥିତ ଭୀମସାର ଓ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏଭଳି ସୁବିଧା ଦିଆଯାଇଛି। କେବଳ ସେତିକି ନୁହେଁ, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ଲାଜମା ଆବଶ୍ୟକତାକୁ ଲକ୍ଷ୍ୟ କରି ବାଲେଶ୍ୱର ମେଡିକାଲ କଲେଜରେ ପ୍ଲାଜ୍‌ମା ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ୪୮୨ ଜଣ ଗୁରୁତର ଅସୁସ୍ଥଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କାରଣରୁ ଓଡ଼ିଶାରେ ଏବେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ସର୍ବନିମ୍ନସ୍ତରରେ ଅର୍ଥାତ୍‌ ୦.୫୧ପ୍ରତିଶତରେ ପହଞ୍ଚତ୍ଛି। ଏଭଳି ଉତ୍ସାହଜନକ ଫଳାଫଳକୁ ନେଇ ରାଜ୍ୟ ସରକାର କୋଭିଡ୍‌ ଚିକିତ୍ସା କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। ଏଣୁ ଅଧିକରୁ ଅଧିକ ସୁସ୍ଥ ରୋଗୀଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ଉତ୍ସାହିତ କରାଯାଉଛି। ସମାନ୍ତରାଳ ଭାବରେ ଜିଲାସ୍ତରରେ ଥିବା ବ୍ଲଡ ବ୍ୟାଙ୍କକୁ ଅଧିକ ସକ୍ରିୟ କରାଯାଇଛି, ଯାହାଫଳରେ ସେମାନେ ଆଣ୍ଟିବଡ଼ିସ୍ତର ପରୀକ୍ଷା କରି ସଂପୃକ୍ତ ବ୍ୟକ୍ତି ପ୍ଲାଜ୍‌ମା ଦାନ କରିବାକୁ ଯୋଗ୍ୟ ନା ନାହିଁ, ତାହା ଜାଣିପାରିବେ।
ସଂପ୍ରତି କୋଭିଡ ପାଇଁ ପ୍ଲାଜ୍‌ମା ଚିକିତ୍ସା ପଦ୍ଧତିରେ ଭାରତ ନୁହେଁ, ସାରା ବିଶ୍ୱରେ ଓଡ଼ିଶା ଏକ ଅଗ୍ରଗଣ୍ୟ ସ୍ଥାନ ହାସଲ କରିପାରିଛି। ଓଡ଼ିଶାର ଡାକ୍ତର ଓ ମେଡିକାଲ ଟିମ୍‌ର ଦକ୍ଷତା ଓ ପ୍ରତିବଦ୍ଧତା ଯୋଗୁ ଏହା ସଫଳ ହୋଇପାରିଛି। କରୋନା ଲୋକମାନଙ୍କ ଭିତରେ ଛାତିଥରା ଅହେତୁକ ଭୟ ସୃଷ୍ଟି କରିଥିବାବେଳେ ସମଗ୍ର ବିଶ୍ୱରେ ଏହାର କାୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ କରୋନା ଚିକିତ୍ସା ପାଇଁ ପ୍ଲାଜ୍‌ମା ଥେରାପି ଚିକିତ୍ସାକୁ ଗ୍ରହଣୀୟ ଭାବେ ବିଚାର କରାଯାଉଥିବାବେଳେ ଓଡ଼ିଶାରେ ଇତିମଧ୍ୟରେ ଆରମ୍ଭ ହୋଇଛି ପ୍ଲାଜ୍‌ମା ଥେରାପି। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ, ଯାହାଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚତ୍ପାରିବ। ଓଡ଼ିଶାରେ ରାଜ୍ୟର ଚାରୋଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଯଥା କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, ଅଶ୍ୱିନୀ ହସ୍ପିଟାଲ, ଆଇଏମ୍‌ଏସ୍‌, ସମ୍‌ ହସ୍ପିଟାଲ ଓ କିମ୍‌ସ୍‌ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଏହା ଆରମ୍ଭ ହୋଇଛି।
ଅତି ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କ କ୍ଷେତ୍ରରେ କରୋନା ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜ୍‌ମା ଥେରାପି ଫଳପ୍ରଦ ହେଉଥିବା କୁହାଯାଉଛି। ରକ୍ତରେ ପ୍ଲାଜ୍‌ମା ବାଦ ଆରବିସି, ଡବ୍ଲ୍ୟୁବିସି ଓ ପ୍ଲାଟଲେଟ ରହିଛି। ତେବେ ଯେଉଁ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ତାଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ। ଗୁରୁତର ରୋଗୀଙ୍କ ଶରୀରରେ ଏହି ଆଣ୍ଟିବଡ଼ି କରୋନା ଭୂତାଣୁ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ପ୍ଳାଜ୍‌ମା ହେଉଛି ରକ୍ତର ଲିକ୍ୟୁଇଡ଼ କମ୍ପୋନେଣ୍ଟ। କରୋନା ରୋଗୀ ସୁସ୍ଥ ହେବା ପରେ ସେମାନଙ୍କ ରକ୍ତର ପ୍ଲାଜ୍‌ମାରେ ଆଣ୍ଟିବଡ଼ି ତିଆରି ହୋଇଥାଏ। ଏହି ପ୍ଲାଜ୍‌ମାକୁ ଆଣି କରୋନା ଆକ୍ରାନ୍ତକୁ ଦିଆଗଲେ ଆଣ୍ଟିବଡ଼ି ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସାରେ ସହାୟକ ହେବ। ପ୍ଲାଜମା ଥେରାପି ଏବେ ନୁହେଁ। ୧୮୯୨ରୁ ଏହି ପ୍ରକ୍ରିୟାରେ ଚିକିତ୍ସା କରାଯାଉଛି। ଡିଫେରିଆ ନାମକ ରୋଗର ଚିକିତ୍ସା ପାଇଁ ପ୍ରଥମେ ପ୍ଲାଜ୍‌ମା ଥେରାପି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଇବୋଲା, ସ୍ବାଇନ୍‌ ଫ୍ଲୁ, ସାର୍ସ ଭଳିରୋଗର ଚିକିତ୍ସା ପାଇଁ ମଧ୍ୟ ପ୍ଲାଜମା ଥେରାପି ଦିଆଯାଇଛି। ଆକ୍ରାନ୍ତ ସୁସ୍ଥ ହେବାର ୧୪ ଦିନ ପରେ ଯାଇ ପ୍ଲାଜ୍‌ମା ଦାନ କରିପାରିବେ। ୧୮ରୁ ୬୦ ବର୍ଷ ବୟସର ଲୋକଙ୍କଠାରୁ ପ୍ଲାଜ୍‌ମା ନିଆଯାଇପାରିବ। ବ୍ୟକ୍ତିର ଓଜନ ୫୦ କିଲୋରୁ କମ୍‌ ହୋଇ ନ ଥିବ। ପ୍ଲାଜ୍‌ମା ଦେବା ପୂର୍ବରୁ ସେ ସୁସ୍ଥ ଅଛନ୍ତି କି ନାହିଁ ଏହାକୁ ଦେଖିବାକୁ ହେବ। ପ୍ଲାଜ୍‌ମା ଦାତାଙ୍କଠାରୁ ମେଶିନ୍‌ରେ ରକ୍ତ ନିଆଯିବ। ତେବେ କେବଳ ପ୍ଲାଜ୍‌ମାକୁ ଗ୍ରହଣ କରିବା ପରେ ରକ୍ତ ପୁଣିଥରେ ବ୍ୟକ୍ତି ଦେହକୁ ଫେରି ଯିବ। ତିନି ମାସ ବ୍ୟବଧାନରେ ରକ୍ତଦାନ କରିବାକୁ ଥିବାବେଳେ ପ୍ଲାଜ୍‌ମା କିନ୍ତୁ ଜଣେ ସପ୍ତାହକୁ ଦୁଇଥର ଦାନ କରିପାରିବେ। ତେବେ ପ୍ଲାଜ୍‌ମା ଦାନ ପୂର୍ବରୁ ଏଚ୍‌ଆଇଭି, ହେପାଟାଇଟିସ୍‌ ବି ଓ ସି’ର ପରୀକ୍ଷା କରାଯିବ। ପ୍ଲାଜମାକୁ ଅଧିକ ଦିନ ଯାଏ ଷ୍ଟୋର କରି ମଧ୍ୟ ରଖିହେବ। ଜଣେ ଡୋନରଙ୍କଠାରୁ ନିଆଯାଇଥିବା ପ୍ଲାଜ୍‌ମାକୁ ଦୁଇଜଣଙ୍କୁ ଦିଆଯାଇପାରିବ। ବାସ୍ତବକଥା ହେଉଛି ଏକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ହେଉଛି ପ୍ଲାଜ୍‌ମା। କରୋନା ସଂକ୍ରମିତମାନେ ସୁସ୍ଥତା ପାଇବା ପରେ ସେମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ସେମାନଙ୍କ ରକ୍ତରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇ ମୁର୍ମୂଷୁ ଅବସ୍ଥାରେ ଥିବା ରୋଗୀଙ୍କ ଶରୀରରେ ଏହାକୁ ପ୍ରୟୋଗ କରାଯାଇଥାଏ। ଦେଶବ୍ୟାପୀ ଏହି ଚିକିତ୍ସା ପଦ୍ଧତି ବିଭିନ୍ନ ରାଜ୍ୟରେ ସଫଳତା ପାଇପାରିଛି।
ଓଡ଼ିଶାରେ ସର୍ବପ୍ରଥମେ ଏସ୍‌ସିବି ମେଡିକାଲ କଲେଜ ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗ ପରିସରରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହୋଇଛି। ବ୍ଲଡବ୍ୟାଙ୍କ ଉପରେ ଏହି ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି। ହଜାରେ ୟୁନିଟ ପ୍ଲାଜ୍‌ମା ରଖିବାକୁ ବ୍ୟବସ୍ଥା କରାଯାଇଛି। ମାଇନସ୍‌ ୪୦ ଡିଗ୍ରୀ ସେଲସିୟସରେ ଏହାକୁ ରଖାଯିବ। ୧ବର୍ଷ ପର୍ଯ୍ୟନ୍ତ ଏହି ପ୍ଲାଜମା ସଂରକ୍ଷିତ ରହିପାରିବ। ପରେ ଅନ୍ୟ ହସ୍ପିଟାଲଗୁଡ଼ିକରେ ନିଜ ନିଜର ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ସେମାନଙ୍କୁ ପ୍ରୋତ୍ସାହନ କରାଯିବ। ଏସ୍‌ସିବିରେ ରକ୍ତ ସଂଗ୍ରହ କରାଯିବା ପରେ ଅନ୍ୟ ଡାକ୍ତରଖାନାଗୁଡ଼ିକୁ ସଂରକ୍ଷିତ ରଖାଯିବା ପାଇଁ ପଠାଯିବ। ରାଜ୍ୟରେ ପ୍ଲାଜ୍‌ମା ଥେରାପି କାର୍ଯ୍ୟ କରିବା ପାଇଁ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ, ଡିଏମ୍‌ଇଟି ବିଧିବଦ୍ଧ ଭାବେ ଏକ ବୈଷୟିକ କମିଟି ଗଠନ କରାଯିବା ସହ ସେହିପରି କରୋନାରୁ ମୁକ୍ତ ହେଉଥିବା ରୋଗୀମାନଙ୍କ ସବିଶେଷ ତଥ୍ୟ ଓ ପ୍ଲାଜ୍‌ମା ଦେବାଲାଗି ଆଗ୍ରହୀ ବ୍ୟକ୍ତିଙ୍କ ସମ୍ବଳିତ ଏକ କେନ୍ଦ୍ରୀୟ ଡାଟାବେସ ଏସ୍‌ସିବିରେ ପ୍ରସ୍ତୁତ ହୋଇ ରହିବାର ବ୍ୟବସ୍ଥା ହୋଇଛି। ରାଜ୍ୟର ସମସ୍ତ କୋଭିଡ୍‌ ହସ୍ପିଟାଲଗୁଡ଼ିକ ପ୍ଲାଜମା ଦେବାଲାଗି ଇଚ୍ଛା କରୁଥିବା ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। କରୋନା ପାଇଁ ରୋଗପ୍ରତିରୋଧକ ଶକ୍ତି ମୂଳ ଅସ୍ତ୍ର ହୋଇଥିବାବେଳେ ପ୍ଲାଜ୍‌ମା ଥେରାପିକୁ ନେଇ ଚିକିତ୍ସା ମହଲରେ ଅନେକ ଆଶା ଓ ଉତ୍ସାହ ରହିବା ସ୍ବାଭାବିକ।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ- ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri