ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ ଉଗ୍ରରୂପ ନେବା ଆଶଙ୍କାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆଗୁଆ ସତର୍କ କରାଇ ଦେବା ସହ ପେଟ୍ରୋଲ ଡିଜେଲ ବ୍ୟବହାରକୁ କମ୍‌ କରିବାକୁ ପ୍ରୟାସ ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ। ବିଶେଷ କରି ସରକାରୀ ଓ ବେସରକାରୀ କ୍ଷେତ୍ରରେ ମିଟିଂକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କରିବାକୁ ପରାମର୍ଶ ଦେଇଥିଲେ। ଏହାକୁ କନ୍ଧମାଳ ଜିଲାପାଳ ବେଦଭୂଷଣ ଗୁରୁତ୍ୱ ଦେବା ସହ ଜିଲାର ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କରାଯାଉଥିବା ଜଣାପଡ଼ିଛି।

ଏହି କ୍ରମରେ ଶନିବାର ପୂର୍ବାହ୍ନରେ ଜିଲାର ୧୨ଟି ବ୍ଲକର ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କ ସହ ଜିଲାପାଳଙ୍କ ସମୀକ୍ଷା ବୈଠକ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ପାଇଁ ଜିଲାପାଳ ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ସହକାରୀ ନିର୍ବାହୀଯନ୍ତ୍ରୀ ସଞ୍ଜୟ ରଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Share