ନ୍ୟାୟ ଦେବାରେ ପୋଲିସର ପକ୍ଷପାତିତା

ପାଣିକୋଇଲି,୨୪।୧୧(ଡି.ଏନ.ଏ.): ଦଳିତଙ୍କୁ ନିର୍ଯାତନା ଓ ପୋଲିସର ପକ୍ଷପାତିତା ନୀତି ବିରୋଧରେ ଜିଲା ଦଳିତ ସଂଘ ପକ୍ଷରୁ ମଙ୍ଗଳବାର ପାଣିକୋଇଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା। ପ୍ରାରମ୍ଭରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ଥାନା ସମ୍ମୁଖରେ ପହଞ୍ଚତ୍ ଥିଲା। ସେଠାରେ ସଂଘର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ଏସ୍‌ଡିପିଓ ଚିନ୍ମୟ ନାୟକ ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଅଭିଯୋଗ ଅନୁଯାୟୀ ସମଗ୍ର ଯାଜପୁର ଜିଲାରେ ଦଳିତ-ଆଦିବାସୀ ପଛୁଆବର୍ଗଙ୍କ ଉପରେ ଜାତିଗତ ନିର୍ଯାତନା ବଢି ଚାଲିଛି। ପ୍ରଶାସନିକ ଅଧିକାରୀମାନେ ସାମ୍ବିଧାନିକ ଆଇନ କାର୍ଯ୍ୟକାରୀ କରୁନାହାନ୍ତି। ଏପରି ଏକ ଘଟଣା ପାଣିକୋଇଲି ଥାନା କରଦା ପଞ୍ଚାୟତରେ ଗତ ଅକ୍ଟୋବର ୨୭ରେ ଘଟିଛି। ଜଣେ ଭିନ୍ନକ୍ଷମ ଦଳିତ ବ୍ୟକ୍ତି ସୁବାସ ମଲିକଙ୍କୁ ସରପଞ୍ଚ ଗଣେଶ ସାହୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ପାଣିକୋଇଲି ଥାନାରେ ମାମଲା ରୁଜୁ ନ ହେବାରୁ ରାଜ୍ୟ ମାନବିକ ଅଧିକାର ସୁରକ୍ଷା ସେଲରେ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ ବାଧ୍ୟ ହୋଇ ଜାତିଗତ ନିର୍ଯାତନା ନିବାରଣ ଆଇନରେ ଏକ ମାମଲା(ନଂ.୨୮୪/୨୧)ରୁଜୁ କରିଥିଲା। ଏସ୍‌ପିଙ୍କ ଆଦେଶକୁ ତଦନ୍ତକାରୀ ଅଧିକାରୀ ବେଖାତିର କରି ପକ୍ଷପାତିତା କରିବା ଓ ଆକ୍ରମଣକାରୀଙ୍କୁ ଗିରଫ ନ କରିବାରୁ ଜିଲା ଦଳିତ ସଂଘ ବାଧ୍ୟ ହୋଇ ଜନଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲା। କୋରେଇ ଥାନାରେ ରୁଜୁ ଅନ୍ୟ ଏକ ମାମଲା(ନଂ.୨୮୯/୨୧)ରେ ଜଣେ ଗର୍ଭବତୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ା ସେ ରକ୍ତାକ୍ତ ହୋଇଥିଲେ ମଧ୍ୟ ପୋଲିସ ୩୦୭ ଭଳି ଦଫା ଲଗାଉ ନାହିଁ । ଅଭିଯୁକ୍ତମାନେ ୪ମାସ ହେବ ବୁଲୁଛନ୍ତି । ସେମାନଙ୍କୁ ଗିରଫ କରାଯାଉ ନାହିଁ ବୋଲି ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ା ଏହି ଆନ୍ଦୋଳନରେ ମିଳିତ ସଂଘର ରାଜ୍ୟ ନେତା ମନୋରଞ୍ଜନ ଜେନା, ଜିଲା ସମ୍ପାଦକ ବଳରାମ କାଣ୍ଡି, ଯଶୋବନ୍ତ ଜେନା, ବିଜୟ କୁମାର ଜେନା, ସୂର୍ଯ୍ୟମଣି ଜେନା, ସୁବାସ ମଲ୍ଲିକ, ସହଦେବ ଜେନାଙ୍କ ସମେତ ଶତାଧିକ ଦଳିତ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri