ବଦଳୁନି ଇସ୍କନ ମନ୍ଦିର ସମ୍ମୁଖ ଚିତ୍ର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ଘଣ୍ଟାଏ ବର୍ଷାରେ ବେହାଲ ହେଉଛି ସ୍ମାର୍ଟସିଟି। ବିଶେଷକରି ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ପାଣି ଜମିବା ଏକ ସାଧାରଣ କଥା ହୋଇଗଲାଣି। କେବେ ଆଣ୍ଠୁଏ ତ ଆଉ କେବେ ଛାତିଏ ପାଣିରେ ପଶି ଲୋକଙ୍କୁ ରାସ୍ତାରେ ଯାତାୟାତ କରିବାକୁ ପଡୁଛି। ବର୍ଷ ବର୍ଷ ଧରି ଏପରି ସ୍ଥିତି ଉପୁଜୁଥିଲେ ବି ପ୍ରଶାସନର ନିଦ ଭାଙ୍ଗୁନାହିଁ। କେବଳ ମୋଟର ପମ୍ପ ଲଗାଇ ନିଜ ଦାୟିତ୍ୱ ସାରୁଛନ୍ତି କର୍ତ୍ତୃପକ୍ଷ। ଗତ ବୁଧବାର ବର୍ଷାରେ ଏଠାରେ କାର୍‌ ଭାସିବା ସହ ବାଇକଗୁଡିକ ଅଧା ପର୍ଯ୍ୟନ୍ତ ବୁଡ଼ି ଯାଇଥିଲା। ବର୍ଷା ଛାଡିବାର ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିଥିଲା। ମଙ୍ଗଳବାର ବର୍ଷାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ପାଣି ଜମିବାରୁ ଗାଡ଼ି ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଥିଲା।
ସହରରେ ୨୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରେ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା ଅନ୍ତର୍ଭୁକ୍ତ। ଆଗକୁ ରଥଯାତ୍ରା ଆସୁଥିବାରୁ ଏଥିପାଇଁ ଇସ୍କନ ମନ୍ଦିର ସମେତ ପ୍ରମୁଖ ଜଗନ୍ନାଥ ମନ୍ଦିରଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ରଥଯାତ୍ରାରେ ଏଠାକୁ ସହର ଓ ସହର ବାହାରୁ ଭକ୍ତମାନେ ଆସନ୍ତି। ରଥଯାତ୍ରା ସମୟରେ ଏପରି ସ୍ଥିତି ଉପୁଜିଲେ ରଥଟଣାରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ମେୟର ସୁଲୋଚନା ଦାସ କହିଛନ୍ତି, ରଥଯାତ୍ରା ସମୟରେ ଇସ୍କନ ମନ୍ଦିର ପାଖରେ ଯେପରି ପାଣି ଜମି ନ ରୁହେ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମିବା ବହୁ ପୁରୁଣା କଥା। ଫ୍ଲାଏ ଓଭରର ଭୁଲ ଡିଜାଇନ୍‌ ହୋଇଛି। ଫ୍ଲାଏ ଓଭର ବ୍ରିଜ୍‌ ଆମେ ଭାଙ୍ଗିପାରିବୁ ନାହିଁ। ତେଣୁ ବାରମ୍ବାର ଏଠାରେ ଏଭଳି ସମସ୍ୟା ଦେଖା ଦେଉଛି। ଏହାର ସମାଧାନ ପାଇଁ ଗତ କିଛିଦିନ ତଳେ ପ୍ରସ୍ତୁତି ବୈଠକ ହୋଇଛି। ରଥଯାତ୍ରା ସମୟରେ ଯଦି ପାଣି ଜମେ ତାହାର ବ୍ୟବସ୍ଥା ଠାରୁ ଆରମ୍ଭ କରି ପାର୍କିଂ, ପୋଲିସ୍‌ କେତେ ରହିବେ ସେ ସମସ୍ତ ଉପରେ ଆଲୋଚନା ହୋଇଥିଲା। ମନ୍ଦିର ନିକଟରୁ ଏକ ଡ୍ରେନ୍‌ ଖୋଳାହୋଇ ବାଣୀବିହାର ନିକଟରେ ପହଞ୍ଚିବ। ଏହି ନୂଆ ରୁଟ୍‌ ନ ହେବା ଯାଏ ଏଭଳି ସମସ୍ୟା ଲାଗି ରହିବ। ପୋଖରୀ କରି ପାଣି ଛାଡ଼ିବା ପାଇଁ ସମ୍ପୃକ୍ତ ଅଞ୍ଚଳର ଆଖପାଖରେ କୌଣସି ଖାଲି ଜାଗା ନାହିଁ। ତେଣୁ ଏହାକୁ ଡ୍ରେନ୍‌ କାମ ସରିବା ପରେ ହିଁ ଯାହା କରାଯାଇପାରିବ। ପାଣି ଜମିବାବେଳେ ଯେପରି ସେପଟେ ଗାଡ଼ିମୋଟର ଅଧିକ ଯାତାୟାତ ନ କରିବ ଓ କୌଣସି ସମସ୍ୟା ନ ଉପୁଜିବ ସେଥିପାଇଁ ଟ୍ରାଫିକ ଡିସିପିଙ୍କ ସହ ଆଲୋଚନା କରିଛୁ ବୋଲି ମେୟର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri