ମୂର୍ତ୍ତି ନିଶାରେ ମୁନା

ପରଜଙ୍ଗ, ୧୮।୧(ଡି.ଏନ.ଏ.): ମାଟି ହେଉ କି ମାର୍ବଲ। ବ୍ରୋଞ୍ଜ ହେଉ କି ଗ୍ରାନାଇଟ୍‌ ଅବା ଫାଇଭର। ତାଙ୍କ ହାତ ସ୍ପର୍ଶରେ ଜୀବନ୍ତ ରୂପ ନିଏ ନିର୍ଜୀବ ସାମଗ୍ରୀ। ପେନ୍‌ସିଲ ଧରି ଗାରେଇ ଦେଲେ ଝଲସି ଉଠେ ଅବିକଳ ମୁହଁଟେ। ସହର ଗଳିରେ ଝଟକୁଥିବା ମହାପୁରୁଷ ହୁଅନ୍ତୁ ଅବା ଶ୍ମଶାନରେ ସ୍ମୃତିରକ୍ଷା ପାଇଁ ସ୍ମାରକୀ। ସବୁଠି ତାଙ୍କ ହାତ ତିଆରି କଳା କାରିଗରିର ଝଲକ। ଅନାୟାସରେ ମାଟିକୁ ଜୀବନ୍ୟାସ ଦେଇପାରୁଥିବା ଏଭଳି ଜଣେ କାରିଗର ହେଲେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବାରିହାପୁର ଗ୍ରାମର ମାନସ ରଞ୍ଜନ ସାହୁ ଓରଫ୍‌ ମୁନା। ନିଜ ଅଞ୍ଚଳର ବେକାର ଯୁବତୀଯୁବକଙ୍କୁ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଥିବା ଏହି ଯୁବ ଶିଳ୍ପୀଙ୍କୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା।
ପିଲାଟି ଦିନରୁ ମାଟି-କାଦୁଅ, ପେନ୍‌ସିଲ-କାଗଜ ସହ ବନ୍ଧୁ ବାନ୍ଧିଥିବା ମୁନା ସମୟକ୍ରମେ ଏବେ ପ୍ରତିଷ୍ଠିତ ମୂର୍ତ୍ତି କାରିଗର। ସ୍କୁଲ ଦିନରୁ ନିଜ ସାଙ୍ଗସାଥିଙ୍କୁ ଦେଖି ମାତ୍ର କେଇ ମିନିଟ୍‌ ମଧ୍ୟରେ ସେ ଆଙ୍କି ଦେଉଥିଲେ ଅବିକଳ ଚିତ୍ର। ସହପାଠୀ, ବନ୍ଧୁବାନ୍ଧବଙ୍କଠାରୁ ସାଉଁଟୁଥିଲେ ଢେର ପ୍ରଶଂସା, ଯାହା ତାଙ୍କୁ ଏତେ ବାଟ ଆଣିପାରିଛି। ମୁନାଙ୍କ ଶିକ୍ଷାଗତ ଯୋଗ୍ୟତା ଭିଜୁଆଲ ଆର୍ଟରେ ସ୍ନାତକ। ଗଁା ସ୍କୁଲରେ ମାଟ୍ରିକ୍‌, ନାଲ୍‌କୋନଗରରେ ଯୁକ୍ତ ଦୁଇ, ପବିତ୍ରନଗରରେ ଯୁକ୍ତ ୩ପାସ୍‌ କରିବା ପରେ ଭୁବନେଶ୍ୱରସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ସେ ନାମ ଲେଖାଇଥିଲେ। ୨୦୧୭ରେ ସେଠାରୁ ପାସ୍‌ କରି ନିଜ ଉଦ୍ୟମରେ ନିଜ ନାମରେ ଆରମ୍ଭ କରିଥିଲେ ‘ମୁନା ଫାଇନ୍‌ ଆର୍ଟ’। ଏହି ସମୟରେ ଅନୁଗୋଳ ଜିଲା ମୁକବଧିର ବିଦ୍ୟାଳୟରେ ଚୁକ୍ତିଭିତ୍ତିକ ଭାବେ ୩ ମାସ ଚାକିରି କରିଥିଲେ। ହେଲେ ମାଟି ମୋହ ତାଙ୍କୁ ପୁଣି ଟାଣି ଆଣିଥିଲା ଗଁାକୁ। ଏହାପରେ ସେ ପୁନର୍ବାର ମୂର୍ତ୍ତିଗଢ଼ିବା ଆରମ୍ଭ କଲେ। ମାର୍ବଲ, ବ୍ରୋଞ୍ଜ, ଗ୍ରାନାଇଟ୍‌, ଫାଇବର ପ୍ରତିମୂର୍ତ୍ତି ଅର୍ଡର ରଖିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇବାକୁ ଲାଗିଲେ। ଫଳରେ ଖୁବ୍‌ କମ୍‌ ଦିନରେ ସେ ଜିଲାରେ ପରିଚିତ ହୋଇପାରିଛନ୍ତି। ମୁନାଙ୍କ ହାତତିଆରି ମୂର୍ତ୍ତିର ଦାମ ୫୦୦୦ରୁ ଆରମ୍ଭ କରି ୪୦,୦୦୦ ଟଙ୍କା ଯାଏ ରହିଛି। ଗ୍ରାମର ୪-୫ ଜଣଙ୍କୁ ଏହି କାମରେ ନିୟୋଜିତ କରି ରୋଜଗାରକ୍ଷମ କରାଇପାରିଛନ୍ତି। କଳାକାରିଗରି ପ୍ରତି ରୁଚି ରଖୁଥିବା ଛାତ୍ରୀଛାତ୍ରଙ୍କୁ ସପ୍ତାହରେ ଦୁଇଦିନ ଦେୟମୁକ୍ତ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।
ଏ ସଂକ୍ରାନ୍ତରେ ମୁନା କୁହନ୍ତି, କଳାର ଆଦର ସବୁବେଳେ ରହିଛି। ବିଶେଷ କରି ଗ୍ରାମାଞ୍ଚଳରେ ମୂର୍ତ୍ତିକାରଙ୍କ ଆଦର ସ୍ବତନ୍ତ୍ର। ପ୍ରୋତ୍ସାହନ ମିଳିଲେ ବହୁ ଯୁବତୀଯୁବକ ରୋଜଗାରକ୍ଷମ ହୋଇପାରନ୍ତେ। ଏଥିଲାଗି ସରକାର ଗୁରୁତ୍ୱଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri