ବୃଦ୍ଧି ପାଇଛି ଏଟିଏଫ୍‌ ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରକୁ ଡେଇଁ ଯାଇଛି। ଗତ ଦୁଇ ଦିନ ହେଲା ତୈଳ କମ୍ପାନୀଗୁଡ଼ିକ ତେଲ ଦରକୁ ଅପରିବର୍ତ୍ତିତ ରଖିଥିଲେ ମଧ୍ୟ ବିମାନ ଇନ୍ଧନ ବା ଏଟିଏଫ୍‌ ମୂଲ୍ୟକୁ ପୁଣି ଥରେ ବଢାଇ ଦେଇଛନ୍ତି। ବିମାନ ଇନ୍ଧନ ଦରରେ ୨.୯୬% ବୃଦ୍ଧି କରାଯାଇଛି। ଗତ ଡିସେମ୍ବର ମାସଠାରୁ କ୍ରମାଗତ ଭାବେ ୪ର୍ଥ ଥର ପାଇଁ ବିମାନ ଇନ୍ଧନ ଦର ବୃଦ୍ଧି ହୋଇଛି। ଫଳରେ ଦିଲ୍ଲୀରେ କିଲୋଲିଟର ପିଛା ବିମାନ ଇନ୍ଧନ ଦର ୧୫୧୨ ଟଙ୍କା ୩୮ ପଇସା ବୃଦ୍ଧି କରାଯିବା ଫଳରେ ଏହା ୫୨,୪୯୧ ଟଙ୍କା ୧୬ ପଇସାକୁ ଛୁଇଁଛି। ଏହା ପୂର୍ବରୁ ଡିସେମ୍ବର ୧ରେ ବିମାନ ଇନ୍ଧନ ଦରରେ ୭.୬%, ଡିସେମ୍ବର ୧୬ରେ ୬.୩% ଏବଂ ଜାନୁୟାରୀ ୧ରେ ୩.୬୯% ଏଟିଏଫ୍‌ ଦର ବୃଦ୍ଧି କରାଯାଇଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ସହିତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ପ୍ରତିମାସ ୧ ତାରିଖ ଓ ୧୬ ତାରିଖରେ ବିମାନ ଇନ୍ଧନ ଦର ସଂଶୋଧନ କରାଯାଇଥାଏ ବୋଲି ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଭି କ୍ଷେତ୍ରରେ ନିବେଶ କରିବ ଅଶୋକ ଲେଲାଣ୍ଡ

ଭୁବନେଶ୍ୱର,୨୧।୨: ଦେଶର ପ୍ରମୁଖ ଭାରିଯାନ ଅଟୋଶିଳ୍ପ କମ୍ପାନୀ ହିନ୍ଦୁଜା ଗ୍ରୁପର୍‌ ଫ୍ଲାଗଶିପ୍‌ ଅଶୋକ ଲେଲାଣ୍ଡ ଇଲେକ୍ଟ୍ରି ଭେଇକିଲ (ଇଭି) କ୍ଷେତ୍ରକୁ ପ୍ରବେଶ କରିବାକୁ ଯୋଜନା କରିଥିବା ସୂଚନା...

ନାଚୁରାଲ୍‌ ଗ୍ୟାସ୍‌ ଆବଣ୍ଟନ ବନ୍ଦ କଲେ ସରକାର

ନୂଆଦିଲ୍ଲୀ,୧୮।୪: ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ କ୍ଷେତ୍ରରୁ ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁଟର (ସିଜିଡି) କ୍ଷେତ୍ର ପାଇଁ ପ୍ରାକୃତିକ ଗ୍ୟାସ୍‌ର ନୂତନ ଆବଣ୍ଟନ ବନ୍ଦ କରି ଦିଆଯାଇଛି।...

ଖାଉଟି ମୂଲ୍ୟସୂଚୀ ୩୨୯ ପଏଣ୍ଟ

ଭୁବନେଶ୍ୱର,୩୦ା୫:ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୨୬ ପଏଣ୍ଟ ଥିଲା। ଏପ୍ରିଲରେ ଏଥିରେ ୩ ପଏଣ୍ଟ ବୃଦ୍ଧି ଘଟି...

ମର୍ଚ୍ଚାଣ୍ଟ ଖଣି ଲିଜ ବୃଦ୍ଧି ପ୍ରସ୍ତାବକୁ ଶିଳ୍ପର ବିରୋଧ

ନୂଆଦିଲ୍ଲୀ,୪-୬:ଅଣକ୍ୟାପ୍ଟିଭ ବା ମର୍ଚ୍ଚାଣ୍ଟ ଖଣିର ଲିଜ୍‌ ଅବଧି ବଢାଇବା ଲାଗି ଖଣିଜ ସଂଘ ଫିମି ପକ୍ଷରୁ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗକୁ ଦିଆଯାଇଥିବା ପ୍ରସ୍ତାବକୁ...

ପ୍ୟାକେଜ୍‌ ଆଶାରେ ଶିଳ୍ପଜଗତ

ନୂଆଦିଲ୍ଲୀ, ୧୫। ୪ : କରୋନା ଜନିତ ସଙ୍କଟକୁ କମ୍‌ କରିବା ଲାଗି ସାରା ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧିର ଆବଶ୍ୟକତାକୁ ଶିଳ୍ପ ଜଗତ ପକ୍ଷରୁ...

ନିୟନ୍ତ୍ରଣରେ ରହିବ ତୈଳ ଦର

ନୂଆଦିଲ୍ଲୀ,୧୬ା୩: ସାଧାରଣ ଲୋକଙ୍କ ହିତକୁ ନଜରରେ ରଖି ଇନ୍ଧନ ଦର ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ସରକାରଙ୍କ ପକ୍ଷରୁ...

ଏୟାର ଇଣ୍ଡିଆରେ ୧୦୦% ଏଫ୍‌ଡିଆଇ ଲାଗି କାର୍ଯ୍ୟକ୍ରମ ଜାରି

ନୂଆଦିଲ୍ଲୀ,୫-୨: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆରେ ୧୦୦% ଅଂଶଧନ ବିକ୍ରି ଲାଗି ସରକାର ଯୋଜନା ରଖିଛନ୍ତି। ଏଭଳି ସ୍ଥିତିରେ ବିମାନ କମ୍ପାନୀରେ ୧୦୦% ବିଦେଶୀ ପୁଞ୍ଜି ନିବେଶକୁ...

ପ୍ରାକ ବଜେଟ ପରାମର୍ଶ ପ୍ରକ୍ରିୟା;ଆଜି ଅଂଶୀଦାରଙ୍କୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୬-୧୨: ଆର୍ଥତ୍କ ବର୍ଷ ୨୦୨୦-୨୧ର ସାଧାରଣ ବଜେଟ ଲାଗି ପ୍ରାକ୍‌ ବଜେଟ ପରାମର୍ଶ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେଉଛି। ଏଥିଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଅଂଶୀଦାରଙ୍କୁ...

Advertisement
Archives

Model This Week