ଭଜନ ଦେଇଛି ପରିଚୟ

ପିଲାଦିନରୁ ସେ ଗୀତ ଗାଇବାକୁ ଖୁବ୍‌ ଭଲ ପାଉଥିଲେ। ଗାଁରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ କି ସ୍କୁଲ ଉତ୍ସବ ସବୁଠି ଭଜନ ଗାଇ ସମସ୍ତଙ୍କ ପାଖରେ ପ୍ରଶଂସିତ ହୁଅନ୍ତି । ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଗାୟିକାର ପରିଚୟ ଦେଲା। ତାଙ୍କରି ସୁମଧୁର କଣ୍ଠରୁ ଶୁଭିଲା – ପଞ୍ଜୁରୀ ଭିତରେ ଶାରୀ, ଶାରୀ କହେ ହରି ହରି । ପୁଣି ଯ..ମୁ..ନା କହୁଛି- ଯଶୋଦାକୁ ଚାହିଁ, ଯଶୋଦା ଲୋ …ଏମିତି ଶତାଧିକ ଲୋକପ୍ରିୟ ଭଜନ, ଯାହା ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଲା। ପ୍ରାୟ ତିନିଦଶନ୍ଧି ଧରି ସଂଗୀତ ସାଧନା ଜାରି ରଖିଥିବା ଏହି କଣ୍ଠଶିଳ୍ପୀ ହେଲେ ଅଞ୍ଜଳି ମିଶ୍ର। ପିତା ନାରାୟଣ ମିଶ୍ର, ମାତା ରମାମଣି ମିଶ୍ର। ଘର ପୁରୀ ଜିଲା ବ୍ରହ୍ମଗିରିଅଞ୍ଚଳର କପିଳେଶ୍ୱର ପୁରରେ। ସେ କୁହନ୍ତି, ‘ଆମ ଘରେ ମୋ ମା’ ଗୀତ ଗାଏ। ମତେ ଗୀତ ଶୁଣିବାକୁ ଭଲଲାଗେ କିନ୍ତୁ ଗାଁ ୟୁ.ପି.ସ୍କୁଲରେ ପଢ଼ିଲା ବେଳେ ମନକୁ ମନ ଗୁଣୁଗୁଣୁ ହୋଇ ଗୀତ ଗାଉଥିଲି। ଯେବେ ଗାଁରେ କିଛି ସାଂସ୍କୃତିକ କାଯର୍‌ୟକ୍ରମ ହୁଏ କିମ୍ବା ସ୍କୁଲ ବାର୍ଷିକ ଉତ୍ସବ ହୁଏ ସେଠାରେ ଗୀତ ଗାଇଲେ ସମସ୍ତେ ମତେ ପ୍ରଶଂସା କରୁଥିଲେ । ଯେଉଁଥିପାଇଁ ସଂଗୀତ ପ୍ରତି ଅଧିକରୁ ଅଧିକ ଆଗ୍ରହ ବଢିଲା। ଗାଁରେ ଗୁରୁ ନୀଳାମ୍ବର ତ୍ରିପାଠୀଙ୍କଠାରୁ ସଂଗୀତଶିକ୍ଷା ପାଇଲି ଏବଂ ଗୁରୁ ତଥା ପଣ୍ଡିତ ନୀଳକଣ୍ଠ ମିଶ୍ରଙ୍କଠାରୁ ମଧ୍ୟ ଶାସ୍ତ୍ରୀୟସଂଗୀତରେ ବିଧିବଦ୍ଧଭାବେ ଶିକ୍ଷା ପାଇଲି। ଏଥିପାଇଁ ଘରେ ମୋ ମା’ ଓ ସାନଭାଇ ଅକ୍ଷୟମିଶ୍ର ମୋ ସଂଗୀତକୁ ନେଇ ମତେ ସବୁବେଳେ ଉତ୍ସାହିତ କରୁଥିଲେ। ଗାଁର ଅତିବଡ଼ୀ ଜଗନ୍ନାଥ ଦାଶ ହାଇସ୍କୁଲରୁ ୧୦ମ ପାସ କଲି। ଏହାପରେ ସାମନ୍ତଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରୀରେ ବିଏ କଲି। ତା’ପରେ ରୁରାଲ ଡେଭଲପ୍‌ମେଣ୍ଟରେ ଏମ୍‌ଏ କଲି। +୨ ଦ୍ୱିତୀୟବର୍ଷର ଛାତ୍ରୀଥିବା ସମୟରେ ଥରେ ପିପିଲିରେ ଆୟୋଜିତ ଏକ ଭଜନ ସମାରୋହରେ ଯୋଗ ଦେଇଥିଲି। ସେଠାରେ ସମସ୍ତେ ଖୁବ୍‌ ପ୍ରଶଂସା କରିଥିଲେ। ଆଉ ତାଙ୍କ ଭିତରେ ଜଣେ ଥିଲେ ପୁରୀର ରଞ୍ଜନ ମିଶ୍ର। ଯାହାଙ୍କ ସହିତ ପରେ ମୋର ବିବାହ ହୋଇଥିଲା। ସେ ଆକାଶବାଣୀର ଜଣେ ସ୍ବୀକୃତୀପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ, ଗାୟକ ଓ ହାରମୋନିୟମ ବାଦକ। ଶ୍ୱଶୁର ରାଜକିଶୋର ମିଶ୍ର ଥିଲେ ଜଣେ ମାର୍ଦଳ ଓ ତବଲା ବାଦକ। ଶାଶୁଘରେ ସ୍ବାମୀଙ୍କ ମାର୍ଗଦର୍ଶନ ଓ ସହଯୋଗ ମୋ ସଂଗୀତକ୍ଷେତ୍ରରେ ମତେ ଆଗକୁ ଯିବାରେ ପ୍ରେରଣା ଦେଲା। ମୋର ପ୍ରଥମ ଭଜନ ସୁନାରୁପା କିଛି ଦିନେ ମାଗି ନ ଥିଲି… ପୁଣି କାଳିଆରେ ମନ ବୋଲି ତୋର କିଛି ନାହିଁ। ଏହାପରେ ଦୁଇଦିନ ମଣିଷ ଜୀବନ କ୍ୟାସେଟ- ପଞ୍ଜୁରୀ ଭିତରେ ଶାରୀ… ଶାରୀ କହେ ହରିହରି, ଯମୁନା କହୁଛି ଯଶୋଦାକୁ ଚାହିଁ… ଆଦି ଭଜନ ଗାଇଲି। ଯେତେବେଳେ ବିଭିନ୍ନ ସ୍ଥାନରେ କ୍ୟାସେଟ୍‌ରୁ ମୋର କଣ୍ଠସ୍ବର ବାଜୁଥିଲା ମୋର ପରିଚିତ ଲୋକମାନେ ସେହି ଗୀତ ଓ ଭଜନକୁ ଶୁଣି ମତେ କହିଲେ, ତୁ ଗାଇଥିବା ଭଜନ ଚାରିଆଡ଼େ ବାଜୁଛି । ଏହି କଥା ଶୁଣି ମୋ ଆଖିରୁ ଆପେଆପେ ଲୁହ ଝରି ଆସିଥିଲା। ସେଦିନ ପରିବାରରେ ଖୁସିର ଲହରି ଖେଳି ଯାଇଥିଲା, ଯାହା ସବୁଦିନ ସ୍ମରଣୀୟ ହୋଇ ରହିବ। ତେବେ କହିବାକୁ ଗଲେ ୨୦୦୧ ମସିହାରୁ ଓଡ଼ିଶାର ଜଣେ କଣ୍ଠଶିଳ୍ପୀ ଭାବେ ମତେ ପରିଚୟ ମିଳିଛି। ସେତେବେଳେ ଗୋଟିଏ ଷ୍ଟେଜ ଶୋ ପ୍ରୋଗ୍ରାମରେ ମଳୟ ମିଶ୍ର ମତେ ସୁଯୋଗ ଦେଇଥିଲେ। ନନ୍ଦପୁଅ ନଟନାଗର କ୍ୟାସେଟ୍‌- ଦହି ମନ୍ଥୁମନ୍ଥୁ … ଏହି ଗୀତରେ ଲୋକଲୋଚନକୁ ଆସିଥିଲି। ସେହିପରି ଭଜନ ‘ଝୁଲଣ ପଡ଼ିଛି ଖାଲି’ ଗାଇଛି। ଭଜନ ସହ ଆଧୁନିକ ଗୀତ ବି ଗାଇଥାଏ। ଏଯାଏ ପ୍ରାୟ ୨ଶହ ଗୀତ ଗାଇସାରିଛି। କିନ୍ତୁ ଯେଉଁଠିକୁ ଗୀତଗାଇବାକୁ ଯାଏ ସେଠାରେ ପ୍ରଥମେ ପଞ୍ଜୁରୀ ଭିତରେ ଶାରୀ… ଗୀତକୁ ଗାଇଥାଏ। ମୁଁ ଯେତେବେଳେ ବାପଘରକୁ ଆସେ ଗାଁରେ ଯେଉଁମାନେ ଦେଖନ୍ତି ଖୁବ୍‌ ଖୁସୀ ହୋଇ ଗାଁର ସୁନାମ ରଖିଲୁ ବୋଲି ମୋତେ ପ୍ରଶଂସା କରନ୍ତି। ପ୍ରାୟ ୨୦ଟି ସିନେମାରେ ଗୀତ ଗାଇଛି। ସେଥିମଧ୍ୟରେ ‘ତୁ ଏକା ଆମ ସାହାଭରସା’ରେ ମନ ଚାହେଁ ମୋର ଉଡ଼ିଯିବା ପାଇଁ.., ‘ରଙ୍ଗିଲାଟୋକା’ରେ ସଜନୀ ସଜନୀ.., ‘ଚୌକା ଛକା’ରେ ରୁଣୁଝୁଣୁ କହେ.. ଆଦି ସିନେମା ଗୀତରେ କଣ୍ଠଦାନ କରିସାରିଛି। ପୁରସ୍କାର ଭାବେ ଏବି ଭିଜୁଆଲ, ୨୦୦୪ରେ ତୁଏକା ଆମ ସାହାଭରସା ଚଳଚ୍ଚିତ୍ର ପାଇଁ ପ୍ରଚ୍ଛଦ ଗାୟିକାଭାବେ ସମ୍ମାନ ମିଳିଛି। ହେରାପଞ୍ଚମୀ ଭଜନ ସମାରୋହ, ଦେବଦୀପାବଳି ସମ୍ମାନ, ପ୍ରଦୀପ୍ତ ମହାରଥୀ ସମ୍ମାନ ଆଦି ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। ଆକାଶବାଣୀର କଣ୍ଠଶିଳ୍ପୀ ରୂପେ ସ୍ବୀକୃତୀ ମିଳିଛି। ଲୋକଙ୍କ ଭଲପାଇବା, ମହାପ୍ରଭୁଙ୍କ କୃପା, ପରିବାରର ସହଯୋଗ, ଗୁରୁଜନଙ୍କ ଆଶୀର୍ବାଦ ଯୋଗୁ ଏଠି ପହଞ୍ଚିପାରିଛି। ପ୍ରତିଦିନ ମୋର ସଂଗୀତ ସାଧନାକୁ ଜାରି ରଖିଥାଏ। ଏହା ଈଶ୍ୱରଙ୍କ ବରଦାନ। ଏହାକୁ ସାଧନା କରିବା ମୋର କର୍ତ୍ତବ୍ୟ। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri