ମୃତ ଘୋଷିତ ସ୍ବାମୀ ଫେରିଲେ, ସ୍ତ୍ରୀ ହେଲେ ସଧବା

ନିମାପଡ଼ା,୨୨।୧୧(ଡି.ଏନ୍‌.ଏ.): ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ଦୀର୍ଘ ୨୩ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ସେ ୧୯୯୯ ମହାବାତ୍ୟା ବେଳେ କେଉଁଆଡ଼େ ନିଖୋଜ ହୋଇଯିବା ପରେ ମୃତ ଘୋଷିତ ହୋଇଥିଲେ। ଏପରି କି ଗତବର୍ଷ ତାଙ୍କର ଶୁଦ୍ଧିକ୍ରିୟା ସରିଥିଲା। ତେବେ ରବିବାର ରାତିରେ ସେ ଘରକୁ ଫେରିଆସିବା ପରେ ତାଙ୍କୁ ଦେଖି ପରିବାରବର୍ଗ ଅତି ଆନନ୍ଦିତ ହୋଇପଡ଼ିଛନ୍ତି। ଏପରି କି ସୋମବାର ତାଙ୍କ ସ୍ତ୍ରୀ ପୁଣି ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ପିନ୍ଧି ସଧବା ସାଜିଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ନିମାପଡ଼ା ଥାନା ଅନ୍ତର୍ଗତ ବାମନାଳ ପଞ୍ଚାୟତ ସାନପାତି ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ସାନପାତି ଗ୍ରାମର କୀର୍ତ୍ତିଚନ୍ଦ୍ର ବରାଳ ୧୯୯୯ ମହାବାତ୍ୟାର ଦୁଇଦିନ ପୂର୍ବରୁ ଭଉଣୀ ଘର ଗୋପ ଥାନା ଅନ୍ତର୍ଗତ କୁସୁପୁର ଗ୍ରାମକୁ ଯାଇଥିଲେ। ମହାବାତ୍ୟା ବେଳେ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇ ନ ଥିଲେ। ଦୀର୍ଘ ୨୨ବର୍ଷ ପର୍ଯ୍ୟନ୍ତ ପରିବାରବର୍ଗ ତାଙ୍କ ବାଟକୁ ଚାହିଁ ରହିଥିଲେ ମଧ୍ୟ ସେ ଘରକୁ ଫେରି ନ ଥିଲେ। ମହାବାତ୍ୟାରେ କୀର୍ତ୍ତିଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅନୁମାନ କରିଥିଲେ। ଶେଷରେ ନିରାଶ ହୋଇ ଗତବର୍ଷ ଅକ୍ଟୋବରରେ ତାଙ୍କ ଶୁଦ୍ଧିକ୍ରିୟା କରାଯାଇଥିବାବେଳେ ସ୍ତ୍ରୀ ପ୍ରମିଳା ବରାଳ(୬୬)ଙ୍କୁ ବିଧବା ହେବାକୁ ପଡ଼ିଥିଲା। ଏପରି କି ୭୩ବର୍ଷୀୟ କୀର୍ତ୍ତିଚନ୍ଦ୍ରଙ୍କ ମୃତ୍ୟୁ ହୋଇସାରିଥିବା ନେଇ ପରିବାର ଲୋକେ ପ୍ରଶାସନ ପକ୍ଷରୁ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ପାଇସାରିଛନ୍ତି। ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୨ରେ ବିଶାଖାପାଟଣାମ୍‌ର ଏକ ଅଞ୍ଚଳରେ କୀର୍ତ୍ତିଚନ୍ଦ୍ର ଅତି ଦୟନୀୟ ଓ ଭୋକିଲା ଅବସ୍ଥାରେ ଠାବ ହୋଇଥିଲେ। ସେତେବେଳେ ସ୍ଥାନୀୟ ଅଞ୍ଚଳର ଜଣେ କର୍ପୋରେଟର ତାଙ୍କୁ ସହଯୋଗର ହାତ ବଢାଇଥିଲେ। ସେ ତାଙ୍କୁ ନିୟମିତ ଖାଦ୍ୟ ଦେବା ସହ ଚିକିତ୍ସା ଲାଗି ମିଶନାରି ଅଫ୍‌ ଚାରିଟି ସଂସ୍ଥାକୁ ପଠାଇବାର ବ୍ୟବସ୍ଥା କରିଥିଲେ। ସେ ମାନସିକ ରୋଗୀ ବୋଲି ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା କରାଯାଇଥିଲା। ଦୁଇବର୍ଷ ପରେ ତାଙ୍କୁ ଶ୍ରୀକାକୁଲମ୍‌ର ନିର୍ମଳ ହୃଦୟ ଭବନକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଜାରି ରହିଥିଲା। ସାମାନ୍ୟ ସୁସ୍ଥ ହେବା ପରେ ଦୁଇମାସ ତଳେ ତାଙ୍କୁ ବ୍ରହ୍ମପୁର ମିଶନାରି ଅଫ୍‌ ଚାରିଟିକୁ ଅଣାଯାଇଥିଲା। ୩ଦିନ ତଳେ ଏଠାକୁ କୋଲକାତାରୁ ମିଶନାରି ଅଫ୍‌ ଚାରିଟି ବ୍ରଦର୍ସ (ହୋମ୍‌ ମନିଟର) ସାଇନ୍‌ ଯୋଶେଫ ଆସିଥିଲେ। ସେ କୀର୍ତ୍ତିଚନ୍ଦ୍ରଙ୍କୁ ଦେଖିବା ପରେ ଉଦ୍ୟମ କରି ସମ୍ପୂର୍ଣ୍ଣ ଠିକଣା ବାହାର କଲେ। ଏହାପରେ ବ୍ରହ୍ମପୁର ଶାଖାର ଜଣେ କର୍ତ୍ତୃପକ୍ଷ ଅମ୍ରିତ ବିଶ୍ୱାସ ଏନେଇ ନିମାପଡ଼ା ଥାନାକୁ ଫୋନ ଯୋଗେ ଜଣାଇଲେ। ପୋଲିସ ଏନେଇ ସ୍ଥାନୀୟ ପଞ୍ଚାୟତର ସାମାଜିକ କର୍ମୀ ଶଙ୍କର ପାଣିଙ୍କୁ ଯୋଗାଯୋଗ କରିଥିଲେ।
ରବିବାର କୀର୍ତ୍ତିଚନ୍ଦ୍ରଙ୍କ ବଡ ପୁଅ ନୃସିଂହ, ମଝିଆଁ ପୁଅ ଶେଷଦେବ ଓ କେତେଜଣ ଗ୍ରାମବାସୀ ବ୍ରହ୍ମପୁର ଯାଇ ସେଠାରୁ ତାଙ୍କୁ ଘରକୁ ଆଣିଛନ୍ତି। ତେବେ ତାଙ୍କୁ ଦୀର୍ଘ ୨୩ ବର୍ଷ ପରେ ଜୀବିତ ଅବସ୍ଥାରେ ଦେଖି ପରିବାରବର୍ଗ ହଠାତ୍‌ ବିଶ୍ୱାସ କରିପାରି ନ ଥିଲେ। ସେମାନେ ବାପାଙ୍କୁ କୁଣ୍ଡାଇ ଧରି ଅତିଶୟ ଖୁସିରେ କାନ୍ଦି ପକାଇଥିଲେ। ସୋମବାର ହିନ୍ଦୁ ରୀତିନୀତି ଅନୁଯାୟୀ କୀର୍ତ୍ତିଚନ୍ଦ୍ରଙ୍କ ସ୍ତ୍ରୀ ପ୍ରମିଳା ପୁଣି ହାତରେ ଶଙ୍ଖା ଓ ମଥାରେ ସିନ୍ଦୂର ପିନ୍ଧିଛନ୍ତି। ଏଥିସହ ସ୍ବାମୀଙ୍କ ମଙ୍ଗଳ ମନାସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri