ସ୍ତ୍ରୀ ଖୁସି ପାଇଁ ଅନ୍ୟର ପିଲାକୁ ହସ୍ପିଟାଲରୁ ନେଇଥିଲେ ସ୍ବାମୀ

ରାୟଗଡ଼ା ଅଫିସ,୨୩ା୯: ପ୍ରସବ ବେଳେ ନିଜ ସନ୍ତାନ ନଷ୍ଟ ହୋଇଯିବାରୁ ସ୍ତ୍ରୀ ଭାଙ୍ଗିପଡ଼ିଥିଲେ। ଫଳରେ ଅନ୍ୟର ଶିଶୁପୁତ୍ରକୁ ଡାକ୍ତରଖାନାରେ ଏକା ଦେଖି ସ୍ବାମୀ ଘରକୁ ନେଇଗଲେ। ହେଲେ ୮ମାସର ଶିଶୁପୁତ୍ର ନିଜ ମା’କୁ ଛାଡ଼ି ତାଙ୍କ ପାଖରେ ରହିପାରି ନ ଥିଲେ। କାନ୍ଦ ବନ୍ଦ ନ ହେବାରୁ ସ୍ତ୍ରୀ ଶିଶୁପୁତ୍ରକୁ ଆଣି ତାଙ୍କର ଅସଲି ମା’ କୋଳରେ ଦେବାକୁ ବାଧ୍ୟ ହୋଇଛନ୍ତି। ସଦର ବ୍ଲକ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ବଡ଼ବାଲେଶ୍ୱର ଗ୍ରାମର ଦେଶୁ ହିକକା ଏବଂ ତାଙ୍କ ସ୍ତ୍ରୀ ଜ୍ୱରରେ ପୀଡ଼ିତ ବଡ଼ ଏବଂ ମଝିଆ ପୁଅକୁ ଚିକିତ୍ସା ପାଇଁ ନେଇ ଆସିଥିବାବେଳେ ଗୁରୁବାର ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଘଟିଛି। ମେଡିକାଲ କର୍ତ୍ତୃପକ୍ଷ ପିଲାଚୋରି ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କଲ୍ୟାଣସିଂହପୁର ବ୍ଲକ ଶିରିଗୁମା ଗ୍ରାମର ରାଜକୁମାର କନ୍ଧପାଣିଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଦେଶୁଙ୍କ ଦୁଇପୁଅ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ୮ ମାସର ସାନପୁଅ ମା’ ବାପାଙ୍କ ନିକଟରେ ଥିଲେ। କୌଣସି ଜରୁରୀ କାମ ପଡ଼ିବାରୁ ଦେଶୁ ଏବଂ ସ୍ତ୍ରୀ ଶିଶୁପୁତ୍ରକୁ ଛାଡ଼ି ଅନ୍ୟତ୍ର ଯାଇଥିଲେ। ଏହି ସମୟରେ ସ୍ତ୍ରୀଙ୍କୁ ଅଲ୍‌ଟ୍ରାସାଉଣ୍ଡ ପାଇଁ ନେଇ ଆସିଥିବା ରାଜକୁମାର ଶିଶୁଟି କାନ୍ଦୁଥିବା ଦେଖିଥିଲେ। ମାସେତଳେ ସନ୍ତାନ ହରାଇଥିବା ତାଙ୍କ ସ୍ତ୍ରୀ ମାନସିକ ଦୁଶ୍ଚିନ୍ତାରେ ରହୁଥିବାରୁ ସେ ଶିଶୁଟିକୁ ଏକା ଦେଖି ଘରକୁ ନେଇ ଚାଲିଯାଇଥିଲେ। ଏହି ଘଟଣାରେ ଟାଉନ ଥାନାରେ ୨୨୭/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୋଲିସ ପ୍ରକାଶ କରିଛି। ତେବେ କିଛିଦିନ ତଳେ ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରୁ ଜଣେ ମହିଳା ଶିଶୁ ଚୋରି କରିଥିବାବେଳେ ଏବେ ପୁଣି ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ବ୍ୟକ୍ତି ବିନା ବାଧାରେ ପିଲାଟିକୁ ନେବାରେ ସଫଳ ହେଲେ। ତେଣୁ ଜିଲାର ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri