ସ୍ତ୍ରୀ ଖୁସି ପାଇଁ ଅନ୍ୟର ପିଲାକୁ ହସ୍ପିଟାଲରୁ ନେଇଥିଲେ ସ୍ବାମୀ

ରାୟଗଡ଼ା ଅଫିସ,୨୩ା୯: ପ୍ରସବ ବେଳେ ନିଜ ସନ୍ତାନ ନଷ୍ଟ ହୋଇଯିବାରୁ ସ୍ତ୍ରୀ ଭାଙ୍ଗିପଡ଼ିଥିଲେ। ଫଳରେ ଅନ୍ୟର ଶିଶୁପୁତ୍ରକୁ ଡାକ୍ତରଖାନାରେ ଏକା ଦେଖି ସ୍ବାମୀ ଘରକୁ ନେଇଗଲେ। ହେଲେ ୮ମାସର ଶିଶୁପୁତ୍ର ନିଜ ମା’କୁ ଛାଡ଼ି ତାଙ୍କ ପାଖରେ ରହିପାରି ନ ଥିଲେ। କାନ୍ଦ ବନ୍ଦ ନ ହେବାରୁ ସ୍ତ୍ରୀ ଶିଶୁପୁତ୍ରକୁ ଆଣି ତାଙ୍କର ଅସଲି ମା’ କୋଳରେ ଦେବାକୁ ବାଧ୍ୟ ହୋଇଛନ୍ତି। ସଦର ବ୍ଲକ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ବଡ଼ବାଲେଶ୍ୱର ଗ୍ରାମର ଦେଶୁ ହିକକା ଏବଂ ତାଙ୍କ ସ୍ତ୍ରୀ ଜ୍ୱରରେ ପୀଡ଼ିତ ବଡ଼ ଏବଂ ମଝିଆ ପୁଅକୁ ଚିକିତ୍ସା ପାଇଁ ନେଇ ଆସିଥିବାବେଳେ ଗୁରୁବାର ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଘଟିଛି। ମେଡିକାଲ କର୍ତ୍ତୃପକ୍ଷ ପିଲାଚୋରି ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କଲ୍ୟାଣସିଂହପୁର ବ୍ଲକ ଶିରିଗୁମା ଗ୍ରାମର ରାଜକୁମାର କନ୍ଧପାଣିଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଦେଶୁଙ୍କ ଦୁଇପୁଅ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ୮ ମାସର ସାନପୁଅ ମା’ ବାପାଙ୍କ ନିକଟରେ ଥିଲେ। କୌଣସି ଜରୁରୀ କାମ ପଡ଼ିବାରୁ ଦେଶୁ ଏବଂ ସ୍ତ୍ରୀ ଶିଶୁପୁତ୍ରକୁ ଛାଡ଼ି ଅନ୍ୟତ୍ର ଯାଇଥିଲେ। ଏହି ସମୟରେ ସ୍ତ୍ରୀଙ୍କୁ ଅଲ୍‌ଟ୍ରାସାଉଣ୍ଡ ପାଇଁ ନେଇ ଆସିଥିବା ରାଜକୁମାର ଶିଶୁଟି କାନ୍ଦୁଥିବା ଦେଖିଥିଲେ। ମାସେତଳେ ସନ୍ତାନ ହରାଇଥିବା ତାଙ୍କ ସ୍ତ୍ରୀ ମାନସିକ ଦୁଶ୍ଚିନ୍ତାରେ ରହୁଥିବାରୁ ସେ ଶିଶୁଟିକୁ ଏକା ଦେଖି ଘରକୁ ନେଇ ଚାଲିଯାଇଥିଲେ। ଏହି ଘଟଣାରେ ଟାଉନ ଥାନାରେ ୨୨୭/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୋଲିସ ପ୍ରକାଶ କରିଛି। ତେବେ କିଛିଦିନ ତଳେ ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରୁ ଜଣେ ମହିଳା ଶିଶୁ ଚୋରି କରିଥିବାବେଳେ ଏବେ ପୁଣି ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ବ୍ୟକ୍ତି ବିନା ବାଧାରେ ପିଲାଟିକୁ ନେବାରେ ସଫଳ ହେଲେ। ତେଣୁ ଜିଲାର ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri