ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କୁ ଛୁରାମାଡ଼ କଲେ ସ୍ବାମୀ

ରାୟଗଡ଼ା,୪ା୨: ଘରୋଇ କଳିକୁ କେନ୍ଦ୍ରକରି ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ବିଚ୍‌ ରାସ୍ତାରେ ଛୁରାମାଡ଼ କରି ଲହୁଲୁହାଣ କରିଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ନଦୀସାହିରେ।

ଅଭିଯୋଗ ଅନୁସାରେ, କୌଣସି କାରଣ ବଶତଃ ସ୍ବାମୀ ପ୍ରଦୀପ ବେହେରା ଓ ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ ଘରେ ଝଗଡ଼ା ହୋଇ ଦାଣ୍ଡକୁ ଚାଲିଆସି ପୁଣି ପାଟିତୁଣ୍ଡ କରିଥିଲେ। ଏହି ସମୟରେ ପ୍ରଦୀପ ବାସନ୍ତୀଙ୍କୁ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବାସନ୍ତୀଙ୍କ ପେଟରେ ଓ ଦୁଇଟି ହାତରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ବାସନ୍ତୀ ଚିତ୍କାର କରୁଥିବା ବେଳେ ସାହି ଲୋକେ ପହଞ୍ଚି  ଉଦ୍ଧାର କରି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୋଲିସ ମେଡ଼ିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଛି।