ହନିମୁନ୍‌ରେ ଏହି ଅଭିନେତ୍ରୀଙ୍କୁ ନିଲାମ ଡାକିବେ ବୋଲି କହିଥିଲେ ସ୍ବାମୀ, ଗର୍ଭବତୀ ସମୟରେ ଖାଇଥିଲେ ମାଡ଼

ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁର ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ ଅଭିନୟ ଜୀବନ ଯେତିକି ସଫଳ ତାଙ୍କ ବୈବାହିକ ଜୀବନ ସେତିକି ଦୁଃଖ ଦାୟକ। ତେବେ ଜାଣନ୍ତୁ କରିସ୍ମାଙ୍କ ସମ୍ପର୍କିତ କିଛି ବ୍ୟକ୍ତିଗତ କଥା।

୨୦୦୨ ମସିହାରେ କରିସ୍ମା ଏବଂ ଅଭିଷେକ ବଚ୍ଚନଙ୍କ ନିର୍ବନ୍ଧ ହୋଇଥିଲା। ଜୟା ବଚ୍ଚନ ମଧ୍ୟ ତାଙ୍କ ଭାବି ବୋହୂଙ୍କୁ ଗଣମାଧ୍ୟମରେ ପରିଚୟ ଦେଇଥିଲେ। କିନ୍ତୁ ଏହି ନିର୍ବନ୍ଧ ଭାଙ୍ଗିଯାଇଥିଲା। ପରେ କରିସ୍ମା ଦିଲ୍ଲୀର ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ।

ମାତ୍ର ସଞ୍ଜୟଙ୍କ ସହିତ ତାଙ୍କର ବିବାହ ମାତ୍ର ୧୧ ବର୍ଷ ଠିକ୍‌ରେ ଚାଲିଥିଲା। ପରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ବିବାହ ବିଚ୍ଛେଦ ନେଇ କରିସ୍ମା ଏବଂ ସଞ୍ଜୟଙ୍କ ପରସ୍ପର ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। କରିସ୍ମା କହିଥିଲେ ହନିମୁନ୍‌ରେ ସଞ୍ଜୟ ତାଙ୍କୁ ନିଲାମ ଡାକିଥିଲେ। ଛାଡପତ୍ର ପରେ କରିସ୍ମା ତାଙ୍କ ଶାଶୁ ଏବଂ ସ୍ବାମୀଙ୍କ ବିରୋଧରେ ଅନେକ ଆଶ୍ଚର୍ଯ୍ୟ କଲାଭଳି ଅଭିଯୋଗ ଆଣିଥିଲେ।

କରିସ୍ମା କହିଥିଲେ, ସେତେବେଳେ ସବୁକିଛି ସରିଯାଇଥିଲା। କୌଣସି ବିକଳ୍ପ ମୋ ହାତରେ ନଥିଲା, ସେତେବେଳେ ମୁଁ ପୋଲିସ ନିକଟରେ ଅଭିଯୋଗ କଲି। ହନିମୁନ ସମୟରେ ସଞ୍ଜୟ ତାଙ୍କ ଭାଇଙ୍କ ସହ ଆଲୋଚନା କରୁଥିଲେ ଯେ ନିଲାମରେ ମୁଁ ତାଙ୍କ ପାଇଁ କେତେ ଟଙ୍କା ଆଣି ପାରିବି। ଏସବୁ ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ଯେତେବେଳେ ମୁଁ ଗର୍ଭବତୀ ଥିଲି, ଶାଶୁ ମୋତେ ପୋଷାକ ପାଇଁ ପିଟି ଥିଲେ। ସଞ୍ଜୟଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା କରିସ୍ମା ଅଭିଯୋଗ କରିଥିଲେ।

ଛାଡପତ୍ର ଆବେଦନରେ ସଞ୍ଜୟ ଅଭିଯୋଗ କରିଥିଲେ କରିସ୍ମା ଜଣେ ଭଲ ମା’ ନୁହଁନ୍ତି। ସେ କେବଳ ଟଙ୍କା ପାଇଁ ସଞ୍ଜୟଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଉଭୟ ଅଲଗା ହୋଇଯାଇଛନ୍ତି । ସଞ୍ଜୟ ପୁନର୍ବାର ବିବାହ କରିଥିବାବେଳେ କରିସ୍ମା ଏବେ ବି ଅବିବାହିତା ରହି ନିଜ ପିଲା ସହ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri