ସ୍ତ୍ରୀଙ୍କୁ ଫେରିପାଇଲେ ସ୍ବାମୀ

ଧାମନଗର,୬।୬(ସ୍ବ.ପ୍ର.):ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଞ୍ଚଳର ଜଣେ ମହିଳା ପରୀକ୍ଷା ଦେବାକୁ ଯାଇ ଗତମାସ ୩୦ ତାରିଖରୁ ନିଖୋଜ ଥିଲେ। ଏପଟେ ସ୍ତ୍ରୀଙ୍କୁ ଝୁରି ଝୁରି କାନ୍ଦୁଥିଲେ ସ୍ବାମୀ। ସୋମବାର ବାଲେଶ୍ୱର ଜିଲା ସାହାଡ଼ା ଅଣ୍ଡରାଇ ଅଞ୍ଚଳରୁ ତାଙ୍କ ସ୍ବାମୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ସ୍ତ୍ରୀଙ୍କୁ ଫେରି ପାଇବା ପରେ ଖୁସିରେ ଆତ୍ମବିଭୋର ହୋଇଛନ୍ତି ସ୍ବାମୀ। ବାପଘର ସମେତ ମାଇଁ ଓ ମାମୁ ମିଶି ପରୀକ୍ଷା ହଲ୍‌ ନିକଟରୁ ତାଙ୍କୁ ଅପହରଣ କରି ନେଇଥିଲେ ବୋଲି ମହିଳା ଜଣଙ୍କ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏକ ସିକ୍ରେଟ ସିମ୍‌ ମାଧ୍ୟମରେ ସ୍ତ୍ରୀଙ୍କଠାରୁ ମେସେଜ ପାଇ ଯୁବକ ଜଣଙ୍କ ସୋମବାର ବାଲେଶ୍ୱର ସାହାଡ଼ା ଅଣ୍ଡରାଇସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମହିଳାଙ୍କର ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ସ୍ବାମୀଙ୍କୁ ଦେଖି ସ୍ତ୍ରୀ ଦୌଡ଼ି ଆସିବା ପରେ ସେ ତାଙ୍କୁ ବାଇକ୍‌ରେ ନେଇ ଘରକୁ ଫେରିଛନ୍ତି। ପୂର୍ବରୁ ସେ ସ୍ତ୍ରୀଙ୍କୁ ଦେଇଥିବା ସିକ୍ରେଟ ସିମ୍‌ ତାଙ୍କୁ ପାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଯୁବକ ଜଣଙ୍କ ପ୍ରକାଶ କରିଛନ୍ତି। ମହିଳାଙ୍କ କହିବା ଅନୁଯାୟୀ ଗତ ୩୦ତାରିଖରେ ସେ ଯୁକ୍ତ ୩ ପରୀକ୍ଷା ଦେବାକୁ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟକୁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପରୀକ୍ଷା ହଲ୍‌ରୁ ବାହାରିବା ପରେ ତାଙ୍କ ସ୍ବାମୀ କାର୍‌ରେ ଅପେକ୍ଷା କରିଛନ୍ତି, ସାଙ୍ଗରେ ବୁଲିଯିବା ପାଇଁ ତାଙ୍କୁ ଡାକୁଛନ୍ତି ବୋଲି ଜଣେ ବ୍ୟକ୍ତି କହିଥିଲେ। ସେ ଗାଡ଼ି ପାଖରେ ପହଞ୍ଚିବା ମାତ୍ରେ କେହି ଜଣେ ତାଙ୍କ ମୁହଁରେ ଏକ ରୁମାଲ ଶୁଙ୍ଘାଇ ଦେବାରୁ ସେ ଅଚେତ ହୋଇଯାଇଥିଲେ। ଚେତା ଫେରିବା ପରେ ତାଙ୍କ ମାମୁଘର ବାସୁଦେବପୁର ବ୍ଲକ ମଇତାପୁର ଅଞ୍ଚଳରେ ଥିବା ସେ ଜାଣିବାକୁ ପାଇଥିଲେ। ରବିବାର ବ୍ରାହ୍ମଣିପାଳସ୍ଥିତ ତାଙ୍କ ବାପଘରକୁ ନିଆଯାଇଥିଲା। ମେସେଜ ଦ୍ୱାରା ସେ ଘଟଣା ସମ୍ପର୍କରେ ସ୍ବାମୀଙ୍କୁ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ସେମାନେ ଦୁଇବର୍ଷ ଧରି ପରସ୍ପରକୁ ଭଲପାଉଥିଲେ। ତେବେ ଉଭୟ ଘର ଲୋକଙ୍କୁ ନ ଜଣାଇ ଫେରାର ହୋଇଯାଇଥିଲେ। ମିଳିବା ପରେ ପୁଅ ପରିବାର ପକ୍ଷରୁ ପୁରୀର ନୃସିଂହ ନାଥ ମନ୍ଦିରରେ ବିବାହ କରାଇ ଘରକୁ ଆଣିଥିଲେ। ୭ ମାସ ଧରି ଘରେ ରହିବା ପରେ ବୋହୂ ପାଠ ପଢ଼ିବାକୁ ଜିଦ୍‌ ଧରିବାରୁ କଲେଜରେ ଆଡ୍‌ମିଶନ କରାଯାଇଥିଲା। ସେଦିନ ପରୀକ୍ଷା ସରିବା ପରେ ସ୍ବାମୀ ଆଣିବାକୁ ଯାଇଥିବା ବେଳେ ଏକ କାର୍‌ରେ ବସି ସ୍ତ୍ରୀ ଚାଲିଯାଇଥିଲେ। ବହୁ ବାଟ ପିଛା କରି ନିରାଶ ହେବା ପରେ ସେ ଘରକୁ ଫେରି ପରିବାର ଲୋକଙ୍କ ଆଗରେ କହିଥିଲେ। ପରେ ପରିବାର ପକ୍ଷରୁ ଏନେଇ ଧୂଷୁରୀ ଥାନାରେ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ. ୪୪/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri