ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ

ଅନୁଗୋଳ,୨୨ା୧୨: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟାରେ ଏକ ଅମାନବୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଆଠମଲ୍ଲିକ ଥାନା କନ୍ଧପଡ଼ାର ବୈଜୟନ୍ତୀ ସାହୁ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡ ପରଠାରୁ ଅଭିଯୁକ୍ତ ସ୍ବାମୀ ଆନନ୍ଦ ସାହୁ ଫେରାର ହୋଇଯାଇଛନ୍ତି।

ସୂଚନାନୁଯାୟୀ, ସ୍ବାମୀ ଆନନ୍ଦ ଏବଂ ସ୍ତ୍ରୀ ବୈଜୟନ୍ତୀ ଧାନବିଲକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆନନ୍ଦ ଏଥିରେ ଉତ୍‌କ୍ଷିପ୍ତ ହୋଇ ବୈଜୟନ୍ତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୈଜୟନ୍ତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଛି।