ସ୍ତ୍ରୀ ହତ୍ୟା ଲାଗି ସୁପାରି

ନୟାଗଡ ଅଫିସ,୧୩।୨: ହତ୍ୟାର ୧୫ ଦିନ ପରେ ନୟାଗଡ ଜିଲା ଶରଣକୁଳ ଥାନା ସୁଆରସାହିର ସସ୍ମିତା ମହାପାତ୍ର ହତ୍ୟା ଘଟଣାର ଗୁମର ଫିଟିଛି । ସ୍ତ୍ରୀଙ୍କୁ ହତ୍ୟା କରିବାକୁ ସ୍ବାମୀ ୪ ସୁପାରିକିଲରଙ୍କୁ ନିୟୋଜିତ କରିଥିଲେ । ହତ୍ୟାକାଣ୍ଡ ପରେ ସେହି ଘଟଣାକୁ ଆମତ୍ହତ୍ୟାର ରୂପ ବି ଦେଇଥିଲେ । ଏହି ଘଟଣାରେ ପୋଲିସ ଗୋଲଗଁାର ଜିତେନ୍ଦ୍ର ସ୍ବାଇଁ(୨୧), ତୋଫାନ ମଣ୍ଡଳ(୨୧), ଭାଗି ମହାରଣା(୪୫) ଓ ଶରଣକୁଳର ମନୋଜ ପ୍ରଧାନ(୨୧)ଙ୍କୁ ଗିରଫ କରି ପଚରାଉଚୁରା କରୁଛି । ସେମାନଙ୍କଠାରୁ ୨୦ ହଜାର ଟଙ୍କା ଜବତ କରାଯାଇଛି। ଏହି ଅଭିଯୁକ୍ତମାନେ ସୁପାରିକିଲର ା ଟଙ୍କା ନେଇ ସେମାନେ ସସ୍ମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି । ରବିବାର ୪ ସୁପାରିକିଲରଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌ କରାଯିବ ବୋଲି ଆଇଆଇସି ବିମଳ ମଲ୍ଲିକ ସୂଚନା ଦେଇଛନ୍ତି ।
ଅଭିଯୋଗ ଅନୁସାରେ କଟକ ସଦର ଥାନା ଝିଙ୍କିରିଆ ଗଁାର ସୁମନ୍ତ ଦେବତାଙ୍କ ଝିଅ ସସ୍ମିତା (୩୮) ୨୦୧୭ ଜୁନ ୧୮ରେ ଶରଣକୁଳ ଥାନା ଶରଣକୁଳ ସୁଆରସାହିର ସୀତାକାନ୍ତ ମହାପାତ୍ରଙ୍କ ପୁଅ ଅଖିଳ(୩୯)ଙ୍କୁ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ହେଲେ ଅଧିକ ଯୌତୁକ ପାଇଁ ଶାଶୁଘର ଲୋକେ ସସ୍ମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏହି ଦମ୍ପତିଙ୍କ ୩ ବର୍ଷର ଝିଅଟିଏ ଅଛି । ଶାଶୁଘର ଲୋକେ ସସ୍ମିତାଙ୍କୁ ଗତ ଜାନୁୟାରୀ ୨୯ରେ ସୁପାରିକିଲରଙ୍କ ଦ୍ୱାରା ହତ୍ୟା କରାଇବା ପରେ ଆମତ୍ହତ୍ୟାର ରୂପ ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ । ମୃତଦେହ ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଝୁଲି ରହିଥିଲେ ମଧ୍ୟ ଅଭିଯୋଗ ହୋଇନାହିଁ କହି ପୋଲିସ ଘଟଣା ସ୍ଥଳକୁ ଯାଇ ନ ଥିଲା । ଶେଷରେ ସସ୍ମିତାଙ୍କ ବାପ ଘର ପକ୍ଷରୁ ଚାପ ପଡିବାରୁ ପୋଲିସ ୪୯୮, ୩୦୪(ବି), ୩୦୨, ୩୪ ଆଇପିସି, ୪ଡିପି ଆକ୍ଟରେ ଏକ ମାମଲା(ନଂ୧୫/୨୧) ରୁଜୁ କରି ତଦନ୍ତ କରିଥିଲା । ଏହି ହତ୍ୟା ଘଟଣାରେ ପୋଲିସ ଅଖିଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri