ମହିଳା ଆଇଆଇସିଙ୍କ ମାନବିକତା, ବର୍ଷାରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରି…

ଗଞ୍ଜାମ,୧୯ା୧୧(ବିଦ୍ୟାଧର ସାହୁ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ବୁଧବାରଠାରୁ ଆରମ୍ଭ ହୋଇଛି ବର୍ଷା। ଲଗାଣ ବର୍ଷା ଯୋଗୁ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଏଭଳି ପରିସ୍ଥିତିରେ ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଛୋଟା ବସା ଅଞ୍ଚଳର ତିନି ପରିବାର ପୁରୀରୁ ଆସି ଗଞ୍ଜାମ ସହରରେ ପହଞ୍ଚିଥିଲେ। ଗାଡ଼ିମୋଟର ନ ମିଳିବାରୁ ଦୀର୍ଘ ଦୁଇ ଘଣ୍ଟା ଧରି ସେମାନେ ସେଠାରେ ଫସି ରହିଥିଲେ। କୌଣସି ସୂତ୍ରରୁ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଭାରତୀ ବିଦ୍ୟାପୀଠ ସ୍କୁଲ ସମୁଖରେ ପହଞ୍ଚି ଏକ ଅଟୋ ସାହାଯ୍ୟରେ ଦୁଇ ପରିବାରକୁ ନିଜ ଗ୍ରାମ ଛୋଟାବସାକୁ ପଠାଇବା ବ୍ୟବସ୍ଥା କରିଥିଲେ। ଏଏସ୍‌ଆଇ ସୁଦୀପ୍ତ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ପୂର୍ବରୁ ବାତ୍ୟା ଅର୍ଣ୍ଣବ ସମୟରେ ମଧ୍ୟ ଆଇଆଇସି ପାତ୍ର ବନ୍ୟା ପ୍ରଭାବିତ ଅଞ୍ଚଳ ଯାଇ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଚର୍ଚ୍ଚାରେ ଥିବା ବେଳେ ଫସିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଜ ଗାଁକୁ ପଠାଇ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆଇଆଇସି ପାତ୍ର। ଏହି ମହନୀୟତା କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଛନ୍ତି।

Dharitri – Odisha’s No.1 Odia Daily

Share