ପ୍ଲାଜମା ଥେରାପିର ହବ୍‌ ହେବ ଏସ୍‌ସିବି

ଭୁବନେଶ୍ୱର, ୧୦।୭(ବ୍ୟୁରୋ)- କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖୁବ୍‌ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, କିମ୍ସ, ଏସଏମ ହସ୍ପିଟାଲ ଏବଂ ଅଶ୍ୱିନୀ ହସ୍ପିଟାଲ ଆଦି ୪ଟି ହସ୍ପିଟାଲରେ ପ୍ଲାଜମା ଥେରାପିର ବ୍ୟବସ୍ଥା କରାଯିବ। ତେବେ ଏସସିବିକୁ ପ୍ଲାଜମା ଥେରାପିର ଏକ ହବ୍‌ କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସେସ୍‌ (ଆଇଏଲ୍‌ଏସ୍‌) ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା କହିଛନ୍ତି। ଶୁକ୍ରବାର ଲୋକସେବା ଭବନରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି।