Posted inଫୁରସତ

ଘର ଏଠି ମନ୍ଦିର, ଦୈନିକ ଦେବନୀତିରେ ପୂଜା ପାଉଛନ୍ତି ଠାକୁର…

ଏହା ଗୋଟିଏ ଘର, କିନ୍ତୁ ଦୈନିକ ପରିଚାଳିତ ହେଉଛି ମନ୍ଦିର ନୀତିକାନ୍ତିରେ। ଏଠାରେ ପ୍ରତିଦିନ ଦେବନୀତିରେ ପୂଜା ପାଉଛନ୍ତି ଠାକୁର। ଘର ଏଠି ପାଲଟିଛି ମନ୍ଦିର। ଦୈନିକ ଘଣ୍ଟ, ଘଣ୍ଟା, ମୃଦଙ୍ଗ, ମନ୍ତ୍ରଧ୍ୱନିରେ କମ୍ପୁଛି ପରିବେଶ। ଭୋର ୪ଟା ଦ୍ୱାରଫିଠାଠାରୁ ରାତ୍ର ପହଡ଼ ପର୍ଯ୍ୟନ୍ତ ଚାଲେ ନୀତିକାନ୍ତି। ଶ୍ରୀରାଧାକୃଷ୍ଣ, ନିତାଇ ଗୌରାଙ୍ଗ ମନ୍ତ୍ରୋଚ୍ଚାରଣ, ଭାଗବତ ପୂଜାପାଠରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ। ଖୋର୍ଦ୍ଧା ସହର ଶ୍ରୀରାମ ନଗର ହାଉସିଂବୋର୍ଡ କଲୋନୀଠାରେ ଦେଖିବାକୁ ମିଳେ ଏହି ଅନନ୍ୟ ପରମ୍ପରା।

ସ୍ବର୍ଗତ ବୈଦ୍ୟନାଥ ସାମନ୍ତରାୟ ଚାକିରି ଜୀବନରୁ ଅବସର ଗ୍ରହଣ ପରେ ଆଜକୁ ୩୦ ବର୍ଷ ତଳେ ତତ୍‌କାଳୀନ ଗୌଡ଼ୀୟ ମିଶନ ସର୍ବଭାରତୀୟ ମୁଖ୍ୟ ଭାଗବତ ମହାରାଜଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କଠାରୁ ଉଭୟ ଦମ୍ପତି ଗୌଡ଼ୀୟ ଦୀକ୍ଷା ଗ୍ରହଣ କରିଥିଲେ। ପରେ ଗୁରୁଙ୍କ ମାର୍ଗଦର୍ଶନରେ ଘର ଭିତରେ ଏକ ମନ୍ଦିର ସଦୃଶ୍ୟ ସ୍ବତନ୍ତ୍ର କୋଠରି ନିର୍ମାଣ କରାଇ ସେଠାରେ ରାଧାବିନୋଦ ଠାକୁର, ଗୌରସୁନ୍ଦର(ଶ୍ରୀଚୈତନ୍ୟ ଦେବ)ଙ୍କ ସ୍ଥାପନା କରାଇଥିଲେ। ବାପାଙ୍କ ନିର୍ଦ୍ଦେଶକ୍ରମେ ପୁତ୍ର ଗୋପାଳକୃଷ୍ଣ ଓ ବୋହୂ ମଧୁପ୍ରିୟା ଦୀକ୍ଷା ଗ୍ରହଣ କରିଥିଲେ। ପରେ ତାଙ୍କ ନାତି ପାର୍ଥସାରଥି ମଧ୍ୟ ବର୍ତ୍ତମାନର ଗୌଡୀୟ ମିଶନ ଅଧ୍ୟକ୍ଷ ସନ୍ନ୍ୟାସୀ ମହାରାଜଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। ବୈଦ୍ୟନାଥଙ୍କ ସପରିବାର ଭାଗବତ ପୂଜା, ଆରାଧନାରେ ସମୟ କାଟିଥାନ୍ତି। ଭୋର୍‌ ୪ଟାରେ ଦ୍ୱାରଫିଟା ପରେ ୫ଟାରେ ମଙ୍ଗଳ ଆଳତି, ୬ଟାରେ ବାଳଭୋଗ, ୭ଟାରେ ସକାଳ ଜଳଖିଆରେ ମହନଭୋଗ ଅର୍ପଣ କରାଯାଏ। ପରେ ୭ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲେ ଭାଗବତ ପାଠ, ହରେକୃଷ୍ଣ ନାମ ଜପ।

ସାଢ଼େ ୧୨ଟାରୁ ଅପରାହ୍ନ ୧ଟାରେ ଅନ୍ନଭୋଗ କରାଯାଏ। ଅନ୍ନଭୋଗରେ ଅନ୍ନ, ଡାଲମା, ବିଭିନ୍ନ ପ୍ରକାର ବ୍ୟଞ୍ଜନ, ଶାଗ, ଭଜା, ମିଠା ଭୋଗ କରାଯାଇ ପହଡ଼ କରାଯାଏ। ପୁଣି ଅପରାହ୍ନ ସାଢ଼େ ୩ଟାରେ ପହୁଡ଼ ଖୋଲିବା ପରେ ଶୁଖିଲା ଭୋଗ, ସନ୍ଧ୍ୟା ୬ଟାରେ ଆଳତି, ଭାଗବତ ପାଠ, ଭଜନ, ରାତି ୮ଟାରେ ଭୋଗରେ ରୁଟି, କ୍ଷୀର ଓ ମିଠା ଭୋଗ, ରାତି ୧୦ଟାରେ ଆଳତି କରାଯାଇ ରାତ୍ର ପହଡ଼ କରାଯାଏ। ଦୈନିକ ୪ଥର ଆଳତି କରାଯାଏ। ବୈଦିକ ରୀତିନୀତି ଅନୁଯାୟୀ ସମସ୍ତ ପର୍ବପର୍ବାଣି ପାଳନ କରାଯାଏ। ପ୍ରତି ଏକାଦଶୀରେ ସକାଳ ଠାରୁ ରାତ୍ର ପର୍ଯ୍ୟନ୍ତ ସଂକୀର୍ତ୍ତନ, ନାମଜପ କରାଯାଏ।

ଏତଦ୍‌ବ୍ୟତୀତ ଜନ୍ମାଷ୍ଟମୀ, ଗୀତାଜୟନ୍ତୀ, ଗୋବର୍ଦ୍ଧନ ପୂଜା, ଭାଗବତ ଜନ୍ମ, ଦୋଳ ଓ ଝୁଲଣ ଯାତ୍ରା ଆଡ଼ମ୍ବରରେ ପାଳନ କରାଯାଏ। ଏଥିସହିତ ବୈଷ୍ଣବୀୟ ସାଧୁସନ୍ଥମାନଙ୍କୁ ନେଇ ଭାଗବତ ସପ୍ତାହ, ଭାଗବତ ପ୍ରବଚନ ଆୟୋଜନ କରାଯାଇଥାଏ। ମୁଖ୍ୟତଃ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଜନ୍ମନୀତି ଏବଂ ଭାଗବତ ଜନ୍ମୋତ୍ସବ ଧୁମ୍‌ଧାମରେ ପାଳନ କରାଯାଏ। ସପ୍ତାହ ବ୍ୟାପୀ ଭାଗବତ ସପ୍ତାହ, ଅଖଣ୍ଡ ନାମଜପ, ହରେକୃଷ୍ଣ ନାମ ସଂକୀର୍ତ୍ତନ କରାଯାଏ ବୋଲି ଗୋପାଳକୃଷ୍ଣ କହିଛନ୍ତି।

ଗୋପାଳକୃଷ୍ଣ କୁହନ୍ତି, ଗତବର୍ଷ ଉଭୟ ବାପା, ମା’ଙ୍କୁ ହରାଇଛି। ବାପାଙ୍କ ସମୟରୁ ସପରିବାର ମିଶି ପୂଜାପାଠ କରୁଥିଲୁ। ଏକାଠି ବସି ସକାଳ ଏବଂ ସନ୍ଧ୍ୟାରେ ସମୂହ ଭାଗବତ ପାଠ, ନାମଜପ କରୁ। ନୂଆ ବସ୍‌ଷ୍ଟାଣ୍ଡରେ ମୋର ଏକ ସ୍ପେଆର ପାର୍ଟସ୍‌ ଦୋକାନ ରହିଛି। ପୁଅ ଯୁକ୍ତ ଦୁଇ ବିଜ୍ଞାନ ଏବଂ ଝିଅ ନବମ ଶ୍ରେଣୀରେ ପଢୁଛି। ସ୍ତ୍ରୀ ଜଣେ ଗୃହିଣୀ। ବାପା,ମା’ ଅନ୍ତେ ଏବେ ପୁଅ ସକାଳ ନୀତିକାନ୍ତି ସାରି କଲେଜ ଯାଏ। ଝିଅ ସୁନନ୍ଦା ମଧ୍ୟ ପୂଜାପାଠରେ ଭାଇକୁ ସହଯୋଗ କରେ। ମୁଁ ଏବଂ ପତ୍ନୀ ମିଶି ମଧ୍ୟାହ୍ନ ନୀତି ସମ୍ପନ୍ନ କରୁ। ପୁଅ କଲେଜରୁ ଫେରିବା ପରେ ସନ୍ଧ୍ୟା ଆଳତି ଏବଂ ଅନ୍ୟ ନୀତି କରିଥାଏ। ପୁଅଝିଅ ଠାକୁର ସେବାରେ ଲାଗିଥିବା ବେଳେ ପତ୍ନୀ ଘରକାମ ସାରି ଠାକୁରଙ୍କ ପାଇଁ ଭୋଗ ପ୍ରସ୍ତୁତ କରନ୍ତି। ସକାଳ ଦ୍ୱାରଫିଠାଠାରୁ ରାତ୍ର ପହଡ଼ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ବ୍ୟବସ୍ଥିତ ଏବଂ ବୈଦିକ ରୀତିନୀତି ଅନୁଯାୟୀ ହୋଇଥାଏ। ଠାକୁରଙ୍କ ସେବାରେ କୌଣସି ବ୍ୟତିକ୍ରମ କରାଯାଏ ନାହିଁ। କୌଣସି କାମରେ ଯଦି ଆମକୁ ବାହାରକୁ କିଛିଦିନ ପାଇଁ ଯିବାକୁ ପଡ଼େ, ତା’ହେଲେ ନିକଟରେ ଥିବା ଇସ୍କନ ମନ୍ଦିରରେ ଆମ ଠାକୁରଙ୍କୁ ଅର୍ପଣ କରି ଯାଇଥାଉ। ପୁଣି ଫେରିଲେ ଠାକୁରଙ୍କୁ ଆମେ ଆମ ଘରକୁ ନେଇ ଆସିଥାଉ। ଜନ୍ମମୃତ୍ୟୁକୁ ନେଇ ସାଧାରଣତଃ ପୂଜାରେ ଯେଉଁ ବାରଣ ଥାଏ, ଆମ ଘରେ କିନ୍ତୁ ସେସବୁ ନ ଥାଏ; ଯେହେତୁ ଆମେ ଦୀକ୍ଷିତ। ମୋର ଦୋକାନ କାମ ଥିବାରୁ ମୁଁ କେବଳ ସକାଳ ଏବଂ ରାତ୍ର ପହଡ଼ ସମୟରେ ଠାକୁରଙ୍କ ସେବାରେ ଯୋଗଦେଇଥାଏ। ସନ୍ଧ୍ୟାରେ ପରିବାର ସହ ସାହିପଡ଼ିଶା ମଧ୍ୟ ସନ୍ଧ୍ୟା ଆଳତି, ଭାଗବତ ପାଠରେ ଯୋଗଦାନ କରିଥାନ୍ତି।

ଗୋପାଳକୃଷ୍ଣଙ୍କ ଧର୍ମପତ୍ନୀ ମଧୁପ୍ରିୟା କୁହନ୍ତି, ଘରକୁ ବୋହୂ ହୋଇ ଆସିବା ପରେ ଏଭଳି ଏକ ଅନନ୍ୟ ପରମ୍ପରା ସହ ମୁଁ ଯୋଡ଼ି ହୋଇଯାଇଛି। ଗୋପାଳକୃଷ୍ଣଙ୍କ ପୁଅ ପାର୍ଥସାରଥି କୁହନ୍ତି, ପାଠପଢ଼ା ସହ ଦେବନୀତି ମୋ ଜୀବନର ଏକ ଅଙ୍ଗ ପାଲଟିଯାଇଛି। ଏଥିରେ ଯେଉଁ ଆନନ୍ଦ ରହିଛି ତାହା ଖେଳକୁଦ, ମଉଜମଜଲିସ୍‌ରେ ନାହିଁ। ଝିଅ ସୁନନ୍ଦା କୁହନ୍ତି, ଭାଇଙ୍କୁ ସେବାରେ ସହଯୋଗ କରେ। ଦୈନିକ ଠାକୁର ଘର ଓଳାଓଳି, ପୋଛା, ବ୍ୟବହୃତ ସାମଗ୍ରୀ ସଫା କରିବା ସହ ତାଙ୍କୁ କାମରେ ସହଯୋଗ କରେ। ସକାଳ, ସନ୍ଧ୍ୟାରେ ମିଳିମିଶି ସପରିବାର ଭଜନ କୀର୍ତ୍ତନ କରୁ। ପିଲାବେଳୁ ଜେଜେବାପା, ମା’ଙ୍କଠାରୁ ଏହା ଶିଖି ଆସିଛି। ପାଠପଢ଼ା ସହ ଠାକୁରଙ୍କ ସେବା କରିବାରେ ବହୁତ ଖୁସି ଲାଗେ।

-ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri