Posted inଫୁରସତ

ଘର ଏଠି ମନ୍ଦିର, ଦୈନିକ ଦେବନୀତିରେ ପୂଜା ପାଉଛନ୍ତି ଠାକୁର…

ଏହା ଗୋଟିଏ ଘର, କିନ୍ତୁ ଦୈନିକ ପରିଚାଳିତ ହେଉଛି ମନ୍ଦିର ନୀତିକାନ୍ତିରେ। ଏଠାରେ ପ୍ରତିଦିନ ଦେବନୀତିରେ ପୂଜା ପାଉଛନ୍ତି ଠାକୁର। ଘର ଏଠି ପାଲଟିଛି ମନ୍ଦିର। ଦୈନିକ ଘଣ୍ଟ, ଘଣ୍ଟା, ମୃଦଙ୍ଗ, ମନ୍ତ୍ରଧ୍ୱନିରେ କମ୍ପୁଛି ପରିବେଶ। ଭୋର ୪ଟା ଦ୍ୱାରଫିଠାଠାରୁ ରାତ୍ର ପହଡ଼ ପର୍ଯ୍ୟନ୍ତ ଚାଲେ ନୀତିକାନ୍ତି। ଶ୍ରୀରାଧାକୃଷ୍ଣ, ନିତାଇ ଗୌରାଙ୍ଗ ମନ୍ତ୍ରୋଚ୍ଚାରଣ, ଭାଗବତ ପୂଜାପାଠରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ। ଖୋର୍ଦ୍ଧା ସହର ଶ୍ରୀରାମ ନଗର ହାଉସିଂବୋର୍ଡ କଲୋନୀଠାରେ ଦେଖିବାକୁ ମିଳେ ଏହି ଅନନ୍ୟ ପରମ୍ପରା।

ସ୍ବର୍ଗତ ବୈଦ୍ୟନାଥ ସାମନ୍ତରାୟ ଚାକିରି ଜୀବନରୁ ଅବସର ଗ୍ରହଣ ପରେ ଆଜକୁ ୩୦ ବର୍ଷ ତଳେ ତତ୍‌କାଳୀନ ଗୌଡ଼ୀୟ ମିଶନ ସର୍ବଭାରତୀୟ ମୁଖ୍ୟ ଭାଗବତ ମହାରାଜଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କଠାରୁ ଉଭୟ ଦମ୍ପତି ଗୌଡ଼ୀୟ ଦୀକ୍ଷା ଗ୍ରହଣ କରିଥିଲେ। ପରେ ଗୁରୁଙ୍କ ମାର୍ଗଦର୍ଶନରେ ଘର ଭିତରେ ଏକ ମନ୍ଦିର ସଦୃଶ୍ୟ ସ୍ବତନ୍ତ୍ର କୋଠରି ନିର୍ମାଣ କରାଇ ସେଠାରେ ରାଧାବିନୋଦ ଠାକୁର, ଗୌରସୁନ୍ଦର(ଶ୍ରୀଚୈତନ୍ୟ ଦେବ)ଙ୍କ ସ୍ଥାପନା କରାଇଥିଲେ। ବାପାଙ୍କ ନିର୍ଦ୍ଦେଶକ୍ରମେ ପୁତ୍ର ଗୋପାଳକୃଷ୍ଣ ଓ ବୋହୂ ମଧୁପ୍ରିୟା ଦୀକ୍ଷା ଗ୍ରହଣ କରିଥିଲେ। ପରେ ତାଙ୍କ ନାତି ପାର୍ଥସାରଥି ମଧ୍ୟ ବର୍ତ୍ତମାନର ଗୌଡୀୟ ମିଶନ ଅଧ୍ୟକ୍ଷ ସନ୍ନ୍ୟାସୀ ମହାରାଜଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। ବୈଦ୍ୟନାଥଙ୍କ ସପରିବାର ଭାଗବତ ପୂଜା, ଆରାଧନାରେ ସମୟ କାଟିଥାନ୍ତି। ଭୋର୍‌ ୪ଟାରେ ଦ୍ୱାରଫିଟା ପରେ ୫ଟାରେ ମଙ୍ଗଳ ଆଳତି, ୬ଟାରେ ବାଳଭୋଗ, ୭ଟାରେ ସକାଳ ଜଳଖିଆରେ ମହନଭୋଗ ଅର୍ପଣ କରାଯାଏ। ପରେ ୭ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲେ ଭାଗବତ ପାଠ, ହରେକୃଷ୍ଣ ନାମ ଜପ।

ସାଢ଼େ ୧୨ଟାରୁ ଅପରାହ୍ନ ୧ଟାରେ ଅନ୍ନଭୋଗ କରାଯାଏ। ଅନ୍ନଭୋଗରେ ଅନ୍ନ, ଡାଲମା, ବିଭିନ୍ନ ପ୍ରକାର ବ୍ୟଞ୍ଜନ, ଶାଗ, ଭଜା, ମିଠା ଭୋଗ କରାଯାଇ ପହଡ଼ କରାଯାଏ। ପୁଣି ଅପରାହ୍ନ ସାଢ଼େ ୩ଟାରେ ପହୁଡ଼ ଖୋଲିବା ପରେ ଶୁଖିଲା ଭୋଗ, ସନ୍ଧ୍ୟା ୬ଟାରେ ଆଳତି, ଭାଗବତ ପାଠ, ଭଜନ, ରାତି ୮ଟାରେ ଭୋଗରେ ରୁଟି, କ୍ଷୀର ଓ ମିଠା ଭୋଗ, ରାତି ୧୦ଟାରେ ଆଳତି କରାଯାଇ ରାତ୍ର ପହଡ଼ କରାଯାଏ। ଦୈନିକ ୪ଥର ଆଳତି କରାଯାଏ। ବୈଦିକ ରୀତିନୀତି ଅନୁଯାୟୀ ସମସ୍ତ ପର୍ବପର୍ବାଣି ପାଳନ କରାଯାଏ। ପ୍ରତି ଏକାଦଶୀରେ ସକାଳ ଠାରୁ ରାତ୍ର ପର୍ଯ୍ୟନ୍ତ ସଂକୀର୍ତ୍ତନ, ନାମଜପ କରାଯାଏ।

ଏତଦ୍‌ବ୍ୟତୀତ ଜନ୍ମାଷ୍ଟମୀ, ଗୀତାଜୟନ୍ତୀ, ଗୋବର୍ଦ୍ଧନ ପୂଜା, ଭାଗବତ ଜନ୍ମ, ଦୋଳ ଓ ଝୁଲଣ ଯାତ୍ରା ଆଡ଼ମ୍ବରରେ ପାଳନ କରାଯାଏ। ଏଥିସହିତ ବୈଷ୍ଣବୀୟ ସାଧୁସନ୍ଥମାନଙ୍କୁ ନେଇ ଭାଗବତ ସପ୍ତାହ, ଭାଗବତ ପ୍ରବଚନ ଆୟୋଜନ କରାଯାଇଥାଏ। ମୁଖ୍ୟତଃ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଜନ୍ମନୀତି ଏବଂ ଭାଗବତ ଜନ୍ମୋତ୍ସବ ଧୁମ୍‌ଧାମରେ ପାଳନ କରାଯାଏ। ସପ୍ତାହ ବ୍ୟାପୀ ଭାଗବତ ସପ୍ତାହ, ଅଖଣ୍ଡ ନାମଜପ, ହରେକୃଷ୍ଣ ନାମ ସଂକୀର୍ତ୍ତନ କରାଯାଏ ବୋଲି ଗୋପାଳକୃଷ୍ଣ କହିଛନ୍ତି।

ଗୋପାଳକୃଷ୍ଣ କୁହନ୍ତି, ଗତବର୍ଷ ଉଭୟ ବାପା, ମା’ଙ୍କୁ ହରାଇଛି। ବାପାଙ୍କ ସମୟରୁ ସପରିବାର ମିଶି ପୂଜାପାଠ କରୁଥିଲୁ। ଏକାଠି ବସି ସକାଳ ଏବଂ ସନ୍ଧ୍ୟାରେ ସମୂହ ଭାଗବତ ପାଠ, ନାମଜପ କରୁ। ନୂଆ ବସ୍‌ଷ୍ଟାଣ୍ଡରେ ମୋର ଏକ ସ୍ପେଆର ପାର୍ଟସ୍‌ ଦୋକାନ ରହିଛି। ପୁଅ ଯୁକ୍ତ ଦୁଇ ବିଜ୍ଞାନ ଏବଂ ଝିଅ ନବମ ଶ୍ରେଣୀରେ ପଢୁଛି। ସ୍ତ୍ରୀ ଜଣେ ଗୃହିଣୀ। ବାପା,ମା’ ଅନ୍ତେ ଏବେ ପୁଅ ସକାଳ ନୀତିକାନ୍ତି ସାରି କଲେଜ ଯାଏ। ଝିଅ ସୁନନ୍ଦା ମଧ୍ୟ ପୂଜାପାଠରେ ଭାଇକୁ ସହଯୋଗ କରେ। ମୁଁ ଏବଂ ପତ୍ନୀ ମିଶି ମଧ୍ୟାହ୍ନ ନୀତି ସମ୍ପନ୍ନ କରୁ। ପୁଅ କଲେଜରୁ ଫେରିବା ପରେ ସନ୍ଧ୍ୟା ଆଳତି ଏବଂ ଅନ୍ୟ ନୀତି କରିଥାଏ। ପୁଅଝିଅ ଠାକୁର ସେବାରେ ଲାଗିଥିବା ବେଳେ ପତ୍ନୀ ଘରକାମ ସାରି ଠାକୁରଙ୍କ ପାଇଁ ଭୋଗ ପ୍ରସ୍ତୁତ କରନ୍ତି। ସକାଳ ଦ୍ୱାରଫିଠାଠାରୁ ରାତ୍ର ପହଡ଼ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ବ୍ୟବସ୍ଥିତ ଏବଂ ବୈଦିକ ରୀତିନୀତି ଅନୁଯାୟୀ ହୋଇଥାଏ। ଠାକୁରଙ୍କ ସେବାରେ କୌଣସି ବ୍ୟତିକ୍ରମ କରାଯାଏ ନାହିଁ। କୌଣସି କାମରେ ଯଦି ଆମକୁ ବାହାରକୁ କିଛିଦିନ ପାଇଁ ଯିବାକୁ ପଡ଼େ, ତା’ହେଲେ ନିକଟରେ ଥିବା ଇସ୍କନ ମନ୍ଦିରରେ ଆମ ଠାକୁରଙ୍କୁ ଅର୍ପଣ କରି ଯାଇଥାଉ। ପୁଣି ଫେରିଲେ ଠାକୁରଙ୍କୁ ଆମେ ଆମ ଘରକୁ ନେଇ ଆସିଥାଉ। ଜନ୍ମମୃତ୍ୟୁକୁ ନେଇ ସାଧାରଣତଃ ପୂଜାରେ ଯେଉଁ ବାରଣ ଥାଏ, ଆମ ଘରେ କିନ୍ତୁ ସେସବୁ ନ ଥାଏ; ଯେହେତୁ ଆମେ ଦୀକ୍ଷିତ। ମୋର ଦୋକାନ କାମ ଥିବାରୁ ମୁଁ କେବଳ ସକାଳ ଏବଂ ରାତ୍ର ପହଡ଼ ସମୟରେ ଠାକୁରଙ୍କ ସେବାରେ ଯୋଗଦେଇଥାଏ। ସନ୍ଧ୍ୟାରେ ପରିବାର ସହ ସାହିପଡ଼ିଶା ମଧ୍ୟ ସନ୍ଧ୍ୟା ଆଳତି, ଭାଗବତ ପାଠରେ ଯୋଗଦାନ କରିଥାନ୍ତି।

ଗୋପାଳକୃଷ୍ଣଙ୍କ ଧର୍ମପତ୍ନୀ ମଧୁପ୍ରିୟା କୁହନ୍ତି, ଘରକୁ ବୋହୂ ହୋଇ ଆସିବା ପରେ ଏଭଳି ଏକ ଅନନ୍ୟ ପରମ୍ପରା ସହ ମୁଁ ଯୋଡ଼ି ହୋଇଯାଇଛି। ଗୋପାଳକୃଷ୍ଣଙ୍କ ପୁଅ ପାର୍ଥସାରଥି କୁହନ୍ତି, ପାଠପଢ଼ା ସହ ଦେବନୀତି ମୋ ଜୀବନର ଏକ ଅଙ୍ଗ ପାଲଟିଯାଇଛି। ଏଥିରେ ଯେଉଁ ଆନନ୍ଦ ରହିଛି ତାହା ଖେଳକୁଦ, ମଉଜମଜଲିସ୍‌ରେ ନାହିଁ। ଝିଅ ସୁନନ୍ଦା କୁହନ୍ତି, ଭାଇଙ୍କୁ ସେବାରେ ସହଯୋଗ କରେ। ଦୈନିକ ଠାକୁର ଘର ଓଳାଓଳି, ପୋଛା, ବ୍ୟବହୃତ ସାମଗ୍ରୀ ସଫା କରିବା ସହ ତାଙ୍କୁ କାମରେ ସହଯୋଗ କରେ। ସକାଳ, ସନ୍ଧ୍ୟାରେ ମିଳିମିଶି ସପରିବାର ଭଜନ କୀର୍ତ୍ତନ କରୁ। ପିଲାବେଳୁ ଜେଜେବାପା, ମା’ଙ୍କଠାରୁ ଏହା ଶିଖି ଆସିଛି। ପାଠପଢ଼ା ସହ ଠାକୁରଙ୍କ ସେବା କରିବାରେ ବହୁତ ଖୁସି ଲାଗେ।

-ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri