ହୋଟେଲ ଶିଳ୍ପର କ୍ଷତି ୧.୩୦ ଲକ୍ଷ କୋଟି

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ହୋଟେଲ ଶିଳ୍ପ ୧.୩୦ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଛି। ଏହି ଶିଳ୍ପ ବର୍ତ୍ତମାନ ସଙ୍କଟ ସମୟ ଦେଇ ଗତି କରୁଥିବା ଫେଡେରେଶନ ଅଫ୍‌ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଫ୍‌ଏଚ୍‌ଆର୍‌ଏଆଇ) ପକ୍ଷରୁ ରବିବାର କୁହାଯାଇଛି। ଏ ନେଇ ଶିଳ୍ପର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଶିଳ୍ପ ଲାଗି ସହାୟତା ଆଶା ରଖିଛନ୍ତି। ସରକାର ଆର୍ଥତ୍କ ସହାୟତା ଯୋଗାଣ ଦ୍ୱାରା ହସ୍ପିଟାଲିଟି କ୍ଷେତ୍ରକୁ ଧ୍ୱଂସ ମୁଖରୁ ବଞ୍ଚାଇପାରିବେ ବୋଲି ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି।
୨୦୧୯-୨୦ରେ ଦେଶର ହୋଟେଲ ଶିଳ୍ପର ମୋଟ ରାଜସ୍ବ ୧.୮୨ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୨୦-୨୧ରେ ଏହି ଶିଳ୍ପର ରାଜସ୍ବ ୭୫% ପୋଛି ହୋଇଯାଇଛି। କ୍ଷତି ପରିମାଣ ପ୍ରାୟ ୧.୩୦ ଲକ୍ଷ କୋଟି ଟଙ୍କା ହେବ ବୋଲି ଏଫ୍‌ଏଚ୍‌ଆର୍‌ଏଆଇ ପକ୍ଷରୁ ସୂଚନା ମିଳିଛି। ଧୀରେ ଧୀରେ ବ୍ୟବସାୟୀମାନେ କାରବାର ବନ୍ଦ କରି ଦେଉଥିବା ଦେଖାଯାଉଛି। ଅପରପକ୍ଷରେ ଏହି ଶିଳ୍ପରେ ଅନାଦାୟ ଋଣ (ଏନ୍‌ପିଏ) ପରିମାଣ ମଧ୍ୟ ବୃଦ୍ଧି ଘଟୁଛି। ୨୦୨୦ ମାର୍ଚ୍ଚ ପରଠାରୁ ଶିଳ୍ପ ବିଭିନ୍ନ ବୈଧାନିକ ଏବଂ ପୁଞ୍ଜିଗତ ଖର୍ଚ୍ଚ ତୁଲାଇବାକୁ ସଂଘର୍ଷ କରୁଛି। ଋଣ ଏବଂ ଏଥି ଜନୀତ ସୁଧ ବର୍ତ୍ତମାନ ପ୍ରଦାନ କରିବା କଷ୍ଟକର ହୋଇପଡୁଛି। ବର୍ତ୍ତମାନ ସ୍ଥିତିରେ ହୋଟେଲ ଶିଳ୍ପ ଦୁର୍ଦ୍ଦିନ ଦେଇ ଗତି କରୁଛି ବୋଲି ଏଫ୍‌ଏଚ୍‌ଆର୍‌ଏଆଇ ଉପସଭାପତି ଗୁରୁବକ୍ସିସ ସିଂ କୋହଲି ସୂଚନା ଦେଇଛନ୍ତି।
ଋଣ କିସ୍ତି ଉପରେ ମୋରାଟୋରିୟମ ନ ରହିବା ଏବଂ ସୁଧ ପ୍ରଦାନ କରିବା ଶିଳ୍ପ ଲାଗି ଏବେ କଷ୍ଟସାଧ୍ୟ ବ୍ୟାପାର ହୋଇଛି। ବର୍ତ୍ତମାନସ୍ଥିତିରେ ହୋଟେଲ ଶିଳ୍ପର ସମସ୍ୟାକୁ ନଜରରେ ରଖି ସରକାର ବିଭିନ୍ନ ନୀତିଗତ ଏବଂ ଆର୍ଥତ୍କ ସହାୟତା ଯୋଗାଣ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କୋହଲି ମତ ରଖିଛନ୍ତି। ହୋଟେଲ ଶିଳ୍ପକୁ ଦେବାକୁ ପଡୁଥିବା ବିଭିନ୍ନ ଷ୍ଟାଚ୍ୟୁଟୋରି ଚାର୍ଜ ଛାଡ କରିବା, ସମ୍ପତ୍ତି ଟିକସ ଛାଡ, ଓ୍ବାଟର ଚାର୍ଜ, ଇଲେକ୍ଟ୍ରିସିଟି ଏବଂ ଏକ୍ସାଇଜ ଲାଇସେନ୍ସ ଫି’ ଲକ୍‌ଡାଉନ ସମୟରେ ଛାଡ କରିବାକୁ ଦାବି ହୋଇଛି। ହୋଟେଲ ଶିଳ୍ପରେ କାର୍ଯ୍ୟ କରୁଥିବା ଅଂଶୀଦାର ଏବଂ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସଂଘର ଯୁଗ୍ମ ସମ୍ପାଦକ ପ୍ରଦୀପ ସେଟ୍ଟୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri