ହୋଟେଲ ଶିଳ୍ପର କ୍ଷତି ୧.୩୦ ଲକ୍ଷ କୋଟି

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ହୋଟେଲ ଶିଳ୍ପ ୧.୩୦ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଛି। ଏହି ଶିଳ୍ପ ବର୍ତ୍ତମାନ ସଙ୍କଟ ସମୟ ଦେଇ ଗତି କରୁଥିବା ଫେଡେରେଶନ ଅଫ୍‌ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଫ୍‌ଏଚ୍‌ଆର୍‌ଏଆଇ) ପକ୍ଷରୁ ରବିବାର କୁହାଯାଇଛି। ଏ ନେଇ ଶିଳ୍ପର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଶିଳ୍ପ ଲାଗି ସହାୟତା ଆଶା ରଖିଛନ୍ତି। ସରକାର ଆର୍ଥତ୍କ ସହାୟତା ଯୋଗାଣ ଦ୍ୱାରା ହସ୍ପିଟାଲିଟି କ୍ଷେତ୍ରକୁ ଧ୍ୱଂସ ମୁଖରୁ ବଞ୍ଚାଇପାରିବେ ବୋଲି ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି।
୨୦୧୯-୨୦ରେ ଦେଶର ହୋଟେଲ ଶିଳ୍ପର ମୋଟ ରାଜସ୍ବ ୧.୮୨ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୨୦-୨୧ରେ ଏହି ଶିଳ୍ପର ରାଜସ୍ବ ୭୫% ପୋଛି ହୋଇଯାଇଛି। କ୍ଷତି ପରିମାଣ ପ୍ରାୟ ୧.୩୦ ଲକ୍ଷ କୋଟି ଟଙ୍କା ହେବ ବୋଲି ଏଫ୍‌ଏଚ୍‌ଆର୍‌ଏଆଇ ପକ୍ଷରୁ ସୂଚନା ମିଳିଛି। ଧୀରେ ଧୀରେ ବ୍ୟବସାୟୀମାନେ କାରବାର ବନ୍ଦ କରି ଦେଉଥିବା ଦେଖାଯାଉଛି। ଅପରପକ୍ଷରେ ଏହି ଶିଳ୍ପରେ ଅନାଦାୟ ଋଣ (ଏନ୍‌ପିଏ) ପରିମାଣ ମଧ୍ୟ ବୃଦ୍ଧି ଘଟୁଛି। ୨୦୨୦ ମାର୍ଚ୍ଚ ପରଠାରୁ ଶିଳ୍ପ ବିଭିନ୍ନ ବୈଧାନିକ ଏବଂ ପୁଞ୍ଜିଗତ ଖର୍ଚ୍ଚ ତୁଲାଇବାକୁ ସଂଘର୍ଷ କରୁଛି। ଋଣ ଏବଂ ଏଥି ଜନୀତ ସୁଧ ବର୍ତ୍ତମାନ ପ୍ରଦାନ କରିବା କଷ୍ଟକର ହୋଇପଡୁଛି। ବର୍ତ୍ତମାନ ସ୍ଥିତିରେ ହୋଟେଲ ଶିଳ୍ପ ଦୁର୍ଦ୍ଦିନ ଦେଇ ଗତି କରୁଛି ବୋଲି ଏଫ୍‌ଏଚ୍‌ଆର୍‌ଏଆଇ ଉପସଭାପତି ଗୁରୁବକ୍ସିସ ସିଂ କୋହଲି ସୂଚନା ଦେଇଛନ୍ତି।
ଋଣ କିସ୍ତି ଉପରେ ମୋରାଟୋରିୟମ ନ ରହିବା ଏବଂ ସୁଧ ପ୍ରଦାନ କରିବା ଶିଳ୍ପ ଲାଗି ଏବେ କଷ୍ଟସାଧ୍ୟ ବ୍ୟାପାର ହୋଇଛି। ବର୍ତ୍ତମାନସ୍ଥିତିରେ ହୋଟେଲ ଶିଳ୍ପର ସମସ୍ୟାକୁ ନଜରରେ ରଖି ସରକାର ବିଭିନ୍ନ ନୀତିଗତ ଏବଂ ଆର୍ଥତ୍କ ସହାୟତା ଯୋଗାଣ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କୋହଲି ମତ ରଖିଛନ୍ତି। ହୋଟେଲ ଶିଳ୍ପକୁ ଦେବାକୁ ପଡୁଥିବା ବିଭିନ୍ନ ଷ୍ଟାଚ୍ୟୁଟୋରି ଚାର୍ଜ ଛାଡ କରିବା, ସମ୍ପତ୍ତି ଟିକସ ଛାଡ, ଓ୍ବାଟର ଚାର୍ଜ, ଇଲେକ୍ଟ୍ରିସିଟି ଏବଂ ଏକ୍ସାଇଜ ଲାଇସେନ୍ସ ଫି’ ଲକ୍‌ଡାଉନ ସମୟରେ ଛାଡ କରିବାକୁ ଦାବି ହୋଇଛି। ହୋଟେଲ ଶିଳ୍ପରେ କାର୍ଯ୍ୟ କରୁଥିବା ଅଂଶୀଦାର ଏବଂ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସଂଘର ଯୁଗ୍ମ ସମ୍ପାଦକ ପ୍ରଦୀପ ସେଟ୍ଟୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri