କରୋନା ଚିକିତ୍ସା ବାବଦକୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗ୍ରହଣ କରିବ ଚିକିତ୍ସାଳୟ

ନୂଆଦିଲ୍ଲୀ:  ଦେଶରେ କରୋନା ମହାମାରୀର ୨ୟ ଲହର ଦ୍ରୁତଗତିରେ ବ୍ୟାପିବା ସହ ଶହଶହ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି। ଏହି ସମୟରେ କେନ୍ଦ୍ର ସରକାରଙ୍କ ନଗଦ କାରବାର କଟକଣା ରୋଗୀର ଚିକିତ୍ସା କ୍ଷେତ୍ରରେ ବାଧକ ସାଜିଛି। ଏଭଳି କିଛି ସମସ୍ୟା ସରକାରଙ୍କ ନଜରକୁ ଆସିବା ପରେ ସରକାର କୋଭିଡ୍‌-୧୯ ଚିକିତ୍ସା ବାବଦକୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କାକୁ ଚିକିତ୍ସାଳୟଗୁଡ଼ିକ ଗ୍ରହଣ କରିପାରିବେ ବୋଲି ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ସହ ନଗଦ ଅର୍ଥ କାରବାର ଓ ଗ୍ରହଣକୁ ଅନୁମତି ପ୍ରଦାନ କରାଯାଇଛି। ଏହି ନୂତନ ନିୟମାବଳୀ ଭାରତରେ ଥିବା ସମସ୍ତ ଡାକ୍ତରଖାନା ଓ ନର୍ସିଂହୋମଗୁଡ଼ିକ ପାଇଁ ପ୍ରଯୁଜ୍ୟ ବୋଲି ଜଣାପଡ଼ିଛି। ଏପ୍ରିଲ ୧ରୁ ମେ ୩୧ ପର୍ଯ୍ୟନ୍ତ ସେମାନେ ଏଭଳି ପ୍ରାପ୍ୟ ଅର୍ଥ ଗ୍ରହଣ କରିପାରିବେ ବୋଲି ସୂଚନା ମିଳିଛି। ଏହି ନୂତନ ନିୟମାବଳୀ ଅନୁସାରେ ଆୟକର ବିଭାଗ କହିଛି, ଏଥିପାଇଁ ସମ୍ପୃକ୍ତ ଡାକ୍ତରଖାନା ବା କୋଭିଡ୍‌ କେୟାର ସେଣ୍ଟରଗୁଡିକ ରୋଗୀ ଓ ଅର୍ଥ ଦେଉଥିବା ବ୍ୟକ୍ତିଙ୍କର ପାନ୍‌ କିମ୍ବା ଆଧାର ନମ୍ବର ରଖି ଏହାର ବ୍ୟବହାର କରିପାରିବେ। ଏହାଛଡ଼ା ରୋଗୀ ଓ ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସମ୍ପୃକ୍ତ ଚିକିତ୍ସାଳୟ ସବିଶେଷ ଭାବେ ଅବଗତ ହେବା ଜରୁରୀ ବୋଲି କୁହାଯାଇଛି।
ଏ ସମ୍ପର୍କରେ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି, ରୋଗୀମାନଙ୍କୁ କରୋନା ଚିକିତ୍ସା ଯୋଗାଉ ଦେଉଥିବା ହସ୍ପିଟାଲ, ଡିସ୍ପେନ୍ସରି, ନର୍ସିଂହୋମ୍‌, କୋଭିଡ୍‌ କେୟାର ସେଣ୍ଟର ଭଳି ଅନୁଷ୍ଠାନ ନିମନ୍ତେ ଏହି ନିୟମ ଆୟକର ଆଇନର ଧାରା ୨୬୯ ଏସ୍‌ଟି ଲାଗୁ ବୋଲି କୁହାଯାଇଛି। ପୂର୍ବରୁ ଗୋଟିଏ ଦିନରେ ବା ଗୋଟିଏ ଥରରେ କିମ୍ବା ଗୋଟିଏ କେସ୍‌ ନିମନ୍ତେ ଥରକୁ ଥର ୨ ଲକ୍ଷ ବା ତା’ଠାରୁ ଅଧିକ ନଗଦ ଅର୍ଥ ଗ୍ରହଣ ଉପରେ ଆୟକର ବିଭାଗ ଏହି ଧାରା ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକ ଉପରେ ଏକ ପ୍ରକାର କଟକଣା ଜାରି କରିଥିଲା। ଦେଶରେ କଳାଟଙ୍କାର କାରବାରକୁ ରୋକିବା ପାଇଁ ୨୦୧୭ରେ କେନ୍ଦ୍ର ସରକାର ଏହି କଟକଣା ଜାରି କରିଥିଲେ। ବର୍ତ୍ତମାନ ସମୟରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଉକ୍ତ କଟକଣା କୋହଳ କରାଯାଇଛି ବୋଲି ବିଭାଗୀୟ ଅଧିକାରୀମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri