ରାଗିଂର ବିଭୀଷିକା

ରାଗିଂ ଏକ ଇଂଲିଶ୍‌ ଶବ୍ଦ, ଯାହାର ଆଭିଧାନିକ ଅର୍ଥ ହେଉଛି କ୍ରୋଧ ଓ ଚରମ ହିଂସାମତ୍କ କାର୍ଯ୍ୟକଳାପ। ଏହାର ମୂଳ ଉତ୍ସ ହେଲା ନିଜକୁ ଅନ୍ୟଠାରୁ ସର୍ବୋତଭାବେ ଉନ୍ନତ ଓ ଶ୍ରେଷ୍ଠ ମନେକରି କନିଷ୍ଠଙ୍କୁ ନିଷ୍ଠୁର ମାନସିକ ଓ ଶାରୀରିକ ନିର୍ଯାତନା ଦେବା। ବିଚରା ପୀଡ଼ିତ ଛାତ୍ର/ବ୍ୟକ୍ତି ଏତେ ଚାପଗ୍ରସ୍ତ ହୁଏ ଯେ ଶେଷରେ ଆମତ୍ହତ୍ୟା ପରି ଚରମ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦିଏନାହିଁ। ଶରୀର ଓ ମନରେ ଅସହ୍ୟ ବେଦନା, ହୃଦୟରେ ଭୟ ଓ ଆଶଙ୍କାର ଶତ ଉଦ୍‌ବେଳନ ସହ ଅନ୍ୟାୟକୁ ପ୍ରତିରୋଧ ନ କରିପାରିବାର ଆମତ୍ଗ୍ଳାନି ବିଚରାକୁ ଯେକୌଣସି ଦୁଃଖଦ ପରିଣତିକୁ ଆମନ୍ତ୍ରଣ କରିବାକୁ ଉତ୍‌ପ୍ରେରିତ କରେ। ରାଗିଂର କାରଣ ସ୍ବରୂପ କୁହାଯାଇପାରେ ଯେ, ବରିଷ୍ଠମାନେ ନିଜକୁ ଅତ୍ୟନ୍ତ ସମ୍ମାନାସ୍ପଦ ମନେକରି କନିଷ୍ଠମାନଙ୍କୁ ଅନୁଚିତ ତଥା ଅପମାନଜନକ ଆଦେଶ ପ୍ରଦାନ କରନ୍ତି, ଯାହାର ଅନୁପାଳନର ବ୍ୟତିକ୍ରମ ଅନୁଭବକରି ଆରମ୍ଭ ହୁଏ ନିର୍ଯାତନା। ନିର୍ଯାତନା ସ୍ଥଳ ବିଶେଷରେ ସବୁ ସୀମା ଲଙ୍ଘିଯାଏ। ଆଉ କେତେକ କ୍ଷେତ୍ରରେ କନିଷ୍ଠମାନେ ଉତ୍ତମ ପୋଷାକ ପରିଧାନକରି ଆଭିଜାତ୍ୟର ପ୍ରଦର୍ଶନ କରୁଛନ୍ତି ବୋଲି ମନେକରି ମିଥ୍ୟା ଆରୋପ ମାଧ୍ୟମରେ ନିର୍ଯାତନା ଦିଆଯାଏ। ଅଧିକ ସ୍ମାର୍ଟ ହେବା, ଶ୍ରେଣୀରେ ଗୁରୁମା’ ଗୁରୁଜୀଙ୍କ ପ୍ରଶ୍ନର ଉତ୍ତର ଦେବା କତିପୟ ଅସହିଷ୍ଣୁଙ୍କ ମନରେ ଈର୍ଷା ଜାତକରେ, ଯାହାର ପ୍ରତିଫଳନ ହେଉଛି ରାଗିଂ। ଛାତ୍ରାବାସରେ ସିନିୟରମାନେ ଜୁନିୟରମାନଙ୍କୁ ଚାକର କିମ୍ବା ପିଅନ ପରି ଆଦେଶ ଦିଅନ୍ତି, ଯାହାର ପାଳନରେ କିଛି ବ୍ୟତିକ୍ରମ ଘଟିଲେ ଆରମ୍ଭ ହୁଏ ଶାରୀରିକ ନିର୍ଯାତନା । ଜୁନିୟର ପିଲାଟି ଯଦି କୌଣସି ଝିଅ ସହ କଥା ହେବାର ସିନିୟରଙ୍କ ଆଖିରେ ପଡ଼େ, ତେବେ ଜୁନିୟର ପିଲା ଭାଗ୍ୟ ପ୍ରତିକୂଳ ହେଲା ବୋଲି ଜାଣ।
ଊନବିଂଶ ଶତାବ୍ଦୀରେ ଇଂଲଣ୍ଡର ଗହମ ଓ କପା କ୍ଷେତରେ କାମ କରିବା ପାଇଁ କ୍ଷେତ ମାଲିକମାନେ ବିଭିନ୍ନ ସ୍ଥାନରୁ ଯୁବ ଶ୍ରମିକମାନଙ୍କୁ ଆଣି କର୍ମରେ ନିୟୋଜିତ କରୁଥିଲେ। ନୂତନ ଭାବେ ନିୟୋଜିତ ଯୁବ ଶ୍ରମିକମାନେ ବଳଶାଳୀ ଥିବାରୁ ଅଧିକ ପରିଶ୍ରମ କରି ମାଲିକଙ୍କର ସୁନଜରକୁ ଆସୁଥିଲେ ଓ ମାଲିକଙ୍କ ଅନୁକମ୍ପା ହାସଲ କରୁଥିଲେ। ଏହା କିନ୍ତୁ ପୁରାତନ ଅଭିଜ୍ଞ ଶ୍ରମିକଙ୍କୁ ପସନ୍ଦ ନ ଥିଲା। ବୟସ୍କ ଶ୍ରମିକମାନେ ଈର୍ଷାନ୍ବିତ ହୋଇ ସଂଘବଦ୍ଧ ଭାବେ ଯୁବ ଶ୍ରମିକଙ୍କ ଉପରେ ଅତ୍ୟାଚାର କରୁଥିଲେ। ସେହି କ୍ରୋଧରୁ ଉପତ୍ନ୍ନ ଅତ୍ୟାଚାର ଆଜିର ରାଗିଂର ମୂଳ ଉତ୍ସ। ୧୮୫୭ର ସିପାହି ବିଦ୍ରୋହ ସମୟରେ ଇଂରେଜମାନେ ଏକ ପ୍ରକାର ବନ୍ଧୁକ (ଏନ୍‌ଫିଲ୍‌ଡ) ବ୍ୟବହାର କରୁଥିଲେ, ଯାହାର ଟୋଟାରେ ଗୋରୁ ବା ଘୁଷୁରି ଚମଡ଼ା ବ୍ୟବହୃତ ହେଉଥିଲା। ଏହାକୁ ଦାନ୍ତରେ ଟାଣି ଫୁଟାଇବାକୁ ହେଉଥିଲା । ସୈନ୍ୟବାହିନୀରେ ଥିବା ହିନ୍ଦୁ ଓ ମୁସଲମାନମାନେ ଏହା ତାଙ୍କ ଧର୍ମ ନଷ୍ଟକରିବା ପାଇଁ ଇଂରେଜମାନଙ୍କର ଚକ୍ରାନ୍ତ ମନେକରି ଯୁଦ୍ଧ ତ୍ୟାଗ କରି ବିଦ୍ରୋହରେ ଯୋଗଦେବା ପାଇଁ ସ୍ଥିର କରି ସୈନ୍ୟ ବିଭାଗ ଚାକିରି ତ୍ୟାଗକଲେ। ଏହା ଥିଲା ସିପାହି ବିଦ୍ରୋହର ଅନ୍ୟତମ ଧାର୍ମିକ ଓ ସାମରିକ କାରଣ। ସେହି ସମୟରେ ସେନାର ଉଚ୍ଚପଦସ୍ଥ ବ୍ରିଟିଶ୍‌ ଅଫିସରମାନେ ଅଧସ୍ତନ ଭାରତୀୟ ସୈନ୍ୟଙ୍କୁ ଯେଉଁ ନିର୍ଯାତନା ଦେଉଥିଲେ ତା’ର ଅନ୍ୟନାମ ରାଗିଂ। ଏହା ଥିଲା ଉଭୟ ଶାରୀରିକ ଓ ମାନସିକ ଲାଞ୍ଛନା।
ଆମ ଦେଶରେ ପ୍ରତି ଶିକ୍ଷାବର୍ଷ ଆରମ୍ଭରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ରାଗିଂ ଓ ଅନ୍ୟାନ୍ୟ ଅନିୟମିତତା ବିରୋଧରେ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶନାମା ଜାରି ହୁଏ। ୨୦୨୨ରୁ ୨୦୨୪ ମଧ୍ୟରେ ନ୍ୟାଶନାଲ ଆଣ୍ଟି ରାଗିଂ ହେଲ୍‌ପଲାଇନ୍‌ ଜାରି କରାଯାଇଛି, ଯେଉଁଥିରେ ରାଗିଂ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକ ପଞ୍ଜୀକୃତ କରାଯାଇପାରିବ। ଉକ୍ତ ସଂସ୍ଥା ଦ୍ୱାରା ରାଗିଂ ଘଟଣାଗୁଡ଼ିକୁ ସମୀକ୍ଷାକରାଯାଇ ଦୃଢ଼ ପଦକ୍ଷେପ ନେବାକୁ ସୁପାରିସ କରାଯାଇଛି ା ଉକ୍ତ ସଂସ୍ଥାର ରିପୋର୍ଟ ଅନୁସାରେ ରାଗିଂ ସମସ୍ୟା କ୍ରମଶଃ ଜଟିଳ ହେବାରେ ଲାଗିଛି। ଦ ଷ୍ଟେଟ୍‌ ଅଫ୍‌ ରାଗିଂ ଇନ୍‌ ଇଣ୍ଡିଆ ୨୦୨୨-୨୪ର ତଥ୍ୟ ଆଧାରରେ ଜଣାଯାଇଛି ଯେ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ସର୍ବାଧିକ ସଂଖ୍ୟକ ରାଗିଂ ଅଭିଯୋଗ ଆସିଛି। ୨୦୨୨ରୁ ୨୦୨୪ ଏହି ୩ବର୍ଷ ମଧ୍ୟରେ ଏମ୍‌କେସିଜିରେ ୨୫ଟି ରାଗିଂ ହୋଇଥିବାର ଅଭିଯୋଗ ଆସିଛି। ଛତିଶଗଡ଼ ରାୟପୁରସ୍ଥିତ ଜବାହରଲାଲ ନେହେରୁ ମେମୋରିଆଲ ମେଡିକାଲ କଲେଜରେ ୧୫ ରାଗିଂ ଘଟଣା, ଉତ୍ତରପ୍ରଦେଶ ଟିଆଇବି କଲେଜ ହସ୍ପିଟାଲରୁ ୧୨ ଏବଂ ନୂଆଦିଲ୍ଲୀସ୍ଥିତ ମୌଲାନା ଆଜାଦ ମେଡିକାଲ କଲେଜରୁ ୧୧ଟି ରାଗିଂ ଘଟଣାର ଅଭିଯୋଗ ପ୍ରାପ୍ତ ହୋଇଛି। ମେଡିକାଲ କଲେଜ ଓ ହସ୍ପିଟାଲ ବ୍ୟତୀତ ରାଉରକେଲା ବିପିୟୁଟିରେ ୯ଟି ରାଗିଂ ହୋଇଥିବା ଖବର ମିଳିଛି। ପଶ୍ଚିମବଙ୍ଗର ମୌଲାନା ଅବୁଲ କଲାମ ଆଜାଦ୍‌ ବିଶ୍ୱବିଦ୍ୟାଳୟରୁ ୭୪, ବିହାର ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟରୁ ୬୧, ଉତ୍ତରପ୍ରଦେଶ ଅବଦୁଲ କଲାମ ଟେକ୍ନିକାଲ ୟୁନିଭର୍ସିଟିରୁ ୨୮ରାଗିଂ ଅଭିଯୋଗ ପଞ୍ଜୀକୃତ ହୋଇଥିବାର ଖବର ପ୍ରାପ୍ତ ହୋଇଛି। ମେଡିକାଲ କଲେଜ ବ୍ୟତୀତ ବୈଷୟିକ ଶିକ୍ଷାନୁଷ୍ଠାନରେ ରାଗିଂ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଓଡ଼ିଶାରେ ଢେଙ୍କାନାଳ ଜିଲା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଆଇଜିଆଇଟି)ରୁ ୨୨ଟି ରାଗିଂ ଘଟଣା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ୩୧ଟି ରାଗିଂ ଅଭିଯୋଗ ମିଳିଛି। ଦୁଃଖଦ ଘଟଣା ହେଉଛି ରାଗିଂରେ ଭାରତରେ ଉକ୍ତ ଅବଧି ମଧ୍ୟରେ ୩ଜଣଙ୍କ ମୃତ୍ୟୁ ଘଟିଛି।
ଆହୁରି ସାଂଘାତିକ ଘଟଣାକ୍ରମରେ ଉଲ୍ଲେଖ କରାଯାଇପାରେ ଯେ, ନାବାଳକମାନେ ରାଗିଂ କ’ଣ ଜାଣି ନ ଥିଲେ ମଧ୍ୟ ରାଗିଂର କ୍ରୂର ଆଁ ଭିତରକୁ ଚାଲିଯାଉଛନ୍ତି। ଏ ସମ୍ବନ୍ଧରେ ଏକ ସଦ୍ୟ ଘଟଣା ସଭ୍ୟ ସମାଜର ସ୍ଥିତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ମୟୂରଭଞ୍ଜ ଜିଲାର ଏକ ସରକାରୀ ଆବାସିକ ବିଦ୍ୟାଳୟର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରକୁ ଯେଉଁପରି ଭାବେ ନବମ ଶ୍ରେଣୀର ୩ଜଣ ଛାତ୍ର ମରଣାନ୍ତକ ଯନ୍ତ୍ରଣା ଦେଇଛନ୍ତି, ତାହା ଶୁଣି ନିଜକୁ ସଭ୍ୟ ବୋଲି କହିବାକୁ ଲଜ୍ଜାବୋଧ ହେଉଛି। ୯ମ ଶ୍ରେଣୀର ୩ଜଣ ସାଙ୍ଗ ଛାତ୍ରାବାସର ଏକ ନିଭୃତ ସ୍ଥାନରେ ବସି ମଦ ପିଉଥିବା ସମୟରେ ୬ଷ୍ଠ ଶ୍ରେଣୀ ଛାତ୍ରଟି ଦେଖିଦେଇ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲା । ୯ମ ଶ୍ରେଣୀର ୩ ଛାତ୍ର ଉକ୍ତ ୬ଷ୍ଠଶ୍ରେଣୀ ଛାତ୍ରକୁ ଏକ କୋଠରି ମଧ୍ୟରେ ଆବଦ୍ଧକରି ଲୁହାଛଡ଼ରେ ନିର୍ମମ ପ୍ରହାରକରି ଚାଲିଲେ । ଦେହସାରା କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହେଲା । ଖାଲି ସେତିକି ନୁହେଁ, ଶରୀରର ବିଭିନ୍ନ ସ୍ଥାନକୁ ବ୍ଲେଡ୍‌ରେ କାଟି କ୍ଷତ ସ୍ଥାନରେ ଲୁଣ ଭର୍ତ୍ତିକଲେ । ପିଲାଟି ଯନ୍ତ୍ରଣାରେ ଯେତେ ଛଟପଟ ହେଉଥାଏ, ବଡ଼ ପିଲାମାନେ ସେତେ ଉତ୍‌ଫୁଲ୍ଲିତ ହେଉଥାନ୍ତି। ଘଟଣା ଜଣାପଡ଼ିବା ପରେ ଖୁଣ୍ଟା ଥାନା ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି । ୯ମଶ୍ରେଣୀ ପିଲା ୩ଜଣଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି।
ବର୍ତ୍ତମାନ ସ୍ଥିତି ଏଭଳି ହେଲାଣି ଯେ, ବୟସ ନିର୍ବିଶେଷରେ ରାଗିଂ କରିବାକୁ ଛାତ୍ରମାନେ ଆଗେଇ ଆସୁଛନ୍ତି । ନାବାଳକମାନଙ୍କଠାରେ ଏତାଦୃଶ ଲକ୍ଷଣ ଘୋର ଉଦ୍‌ବେଗ ସୃଷ୍ଟି କରିଛି । ଏକ ଭୟଶୂନ୍ୟ ବାତାବରଣ ସେମାନଙ୍କ ପାଇଁ ଜରୁରୀ ଆବଶ୍ୟକ ହେଉଛି। ଦଣ୍ଡମୁକ୍ତ ବିଦ୍ୟାଳୟ ସାଙ୍ଗକୁ ପରିବାରରେ ପିତାମାତାଙ୍କର ଅନୁଶାସନର ଅଭାବ ସେମାନଙ୍କୁ ଅଧିକ ଉଚ୍ଛୃଙ୍ଖଳତା ମଧ୍ୟକୁ ଠେଲିଦେଉଛି । ଏକ ଅଙ୍ଗେନିଭା ସତ୍ୟ ଘଟଣା ଏଠାରେ ପ୍ରକାଶଯୋଗ୍ୟ ମନେହୁଏ । ଏକ ଶୀତୁଆ ସନ୍ଧ୍ୟାରେ ଆମେ ୨ବନ୍ଧୁ ସନ୍ଧ୍ୟା ଭ୍ରମଣରୁ ଫେରୁଥିବା ସମୟରେ ଦୃଷ୍ଟିଗୋଚର ହେଲା ଯେ ତିନୋଟି ପିଲା ଆଉ ଗୋଟିଏ ପିଲାକୁ ପ୍ରବଳ ମାଡ଼ ମାରୁଛନ୍ତି। ଆମେ ପୀଡ଼ିତ ପିଲାକୁ ତାଙ୍କ କବଳରୁ ଉଦ୍ଧାରକରି ଯେତେବେଳେ ମାଡ଼ ମାରୁଥିବା ପିଲାଙ୍କୁ ଏକଥା ପଚାରିଲୁ, ସେତେବେଳେ ଏକ ଅପ୍ରତ୍ୟାଶିତ ଘଟଣା ଆମ ହୃଦୟକୁ ବିଗଳିତ କଲା ।
ମାଡ଼ ମାରୁଥିବା ପିଲାମାନେ କିଛି କହିବା ପୂର୍ବରୁ ପୀଡ଼ିତ ପିଲାଟି ପ୍ରତିବାଦ କରି କହିଲା, ସେମାନେ ତ ମୋତେ ମାରିନାହାନ୍ତି । ତୁମେ ବୋଧେ ଭୁଲ୍‌ ଦେଖିଛ ।
ପିଲାମାନଙ୍କର ବୟସ ୧୨ରୁ ୧୫ବର୍ଷ ଭିତରେ ହେବ । ପୀଡ଼ିତ ପିଲାର ଏ ସଫେଇ କ’ଣ ପାଇଁ ସୁଧୀ ପାଠକେ ବୁଝିପାରୁଥିବେ। ସମାଜ ଆଜି ଘୋର ବିପର୍ଯ୍ୟୟ ଆଡ଼କୁ ମୁହଁ।ଇଛି । ଅପରାଧ ମାନସିକତା ସଭିଙ୍କୁ ଆକ୍ରାନ୍ତ କରିଛି । ସେଥିରୁ ନାବାଳକମାନେ ମଧ୍ୟ ନିସ୍ତାର ପାଉନାହାନ୍ତି । ସର୍ବଗ୍ରାସୀ ନିଶାର ଉକତ୍ଟ କବଳରେ କବଳିତ ହୋଇ ସେମାନେ ପଥଭ୍ରଷ୍ଟ। ସତରେ କ’ଣ ସେମାନେ ଆଉ ସଜାଡ଼ି ହେବେ ନାହିଁ?

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri