ଶ୍ରୀମନ୍ଦିର ଖୋଲିବା ଆଶା କ୍ଷୀଣ

ପୁରୀ ଅଫିସ,୧ା୧୧: ରାଜ୍ୟ ସରକାର ଶନିବାର ଅନ୍‌ଲକ୍‌-୬ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହି ଗାଇଡ୍‌ଲାଇନ ଅନୁସାରେ ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲିପାରିବ। ଅର୍ଥାତ୍‌ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପରିସ୍ଥିତିକୁ ଦେଖି ଏ ନେଇ ଅନୁମତି ଦେଇପାରିବେ। ତେବେ ଏହି ଗାଇଡ୍‌ଲାଇନକୁ ଦେଖିଲେ ସାମ୍ପ୍ରତିକ ସ୍ଥିତିରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ଆଶା କ୍ଷୀଣ। କାରଣ ରବିବାରଠାରୁ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହେଉଥିବାବେଳେ ଆଗକୁ ଦୁର୍ଲଭ ନାଗାର୍ଜୁନ ବେଶ ରହିଛି। ପୂର୍ବରୁ ସେବାୟତ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କଠାରୁ ଶ୍ରୀମନ୍ଦିର ଖୋଲିବା ନେଇ ମୁଖ୍ୟ ପ୍ରଶାସକ ମତାମତ ଲୋଡ଼ିଥିଲେ। ଯେଉଁଥିରେ ପ୍ରାୟ ୯୦ ପ୍ରତିଶତ କାର୍ତ୍ତିକ ଓ ନାଗାର୍ଜୁନ ବେଶ ପରେ କରୋନା ସ୍ଥିତିକୁ ଦେଖି ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ହେଉ ବୋଲି ମତ ଦେଇଥିଲେ। ଶ୍ରୀମନ୍ଦିର ନୀତି ସବ୍‌ କମିଟି ଏବଂ ଛତିଶା ନିଯୋଗ ବୈଠକରେ ବି ଏଥର ଭକ୍ତ ନାଗାର୍ଜୁନ ବେଶ ଦର୍ଶନ କରିପାରିବେ ନାହିଁ ବୋଲି ଚୂଡ଼ାନ୍ତ ହୋଇଛି। ତେଣୁ ନଭେମ୍ବର ଶେଷ ସୁଦ୍ଧା ଶ୍ରୀମନ୍ଦିର ଖୋଲିବା ଆଶା କ୍ଷୀଣ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କୁ କୋଭିଡ୍‌ କଟକଣା ମାନି ମନ୍ଦିର ପ୍ରବେଶ ଅନୁମତି ଦିଆଯାଉ ବୋଲି କହୁଥିବାବେଳେ ସେବାୟତମାନେ କିନ୍ତୁ ଏବେ ମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି। ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ସରକାରଙ୍କ ନୂଆ ଗାଇଡ୍‌ଲାଇନକୁ ଅନୁପାଳନ କରି କି ନିଷ୍ପତ୍ତି ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
କରୋନା ପାଇଁ ଗତ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ତେବେ ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତି କରୁଛନ୍ତି। ଅନ୍‌ଲକ-୪ ଓ ଅନ୍‌ଲକ-୫ରେ ଶ୍ରୀମନ୍ଦିର ଖୋଲିବା ନେଇ ଆଶା ସଞ୍ଚାର ହୋଇଥିଲା। କିନ୍ତୁ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇ ନ ଥିଲେ। ଫଳରେ ଏପର୍ଯ୍ୟନ୍ତ କଟକଣା ବଳବତ୍ତର ରହିଛି। ନିକଟରେ ମୁଖ୍ୟ ଶାସନ ସଚିବ ମନ୍ଦିର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନକୁ ରିପୋର୍ଟ ମାଗିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲାପାଳ ବିଭିନ୍ନ ପକ୍ଷଙ୍କଠାରୁ ମତାମତ ସଂଗ୍ରହ କରିଥିଲେ। ୬ଦିନ ଧରି ଭର୍ଚୁଆଲ ବୈଠକ ହୋଇଥିଲା। ଅଧିକାଂଶ ବର୍ତ୍ତମାନ ପରିସ୍ଥିତିରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ନ ଥିଲେ। ଅନ୍‌ଲକ-୬ ଗାଇଡ୍‌ଲାଇନ ଅନୁଯାୟୀ ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲାଯାଇପାରିବ ବୋଲି କୁହାଯାଇଛି।
ଏହାକୁ ଶ୍ରଦ୍ଧାଳୁ ସ୍ବାଗତ କରିଛନ୍ତି। ଭକ୍ତ ସନ୍ତୋଷ ସାହୁ କହିଛନ୍ତି, ୭ମାସରୁ ଊର୍ଦ୍ଧ୍ୱ ହେଲା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ଏବେ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ପୂର୍ବକ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇ ଭକ୍ତଙ୍କୁ ମନ୍ଦିରକୁ ଛଡ଼ାଯାଉ। ଅପର ପକ୍ଷରେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ଶୀତଦିନେ କରୋନା ସଂକ୍ରମଣ ବଢିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ତେଣୁ ଏହାକୁ ଆମକୁ ମାନିବାକୁ ପଡ଼ିବ। କାର୍ତ୍ତିକ ମାସ ଏବଂ ନାଗାର୍ଜୁନ ବେଶ ପରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯାଉ ବୋଲି ଦାସମହାପାତ୍ର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri