Posted inଫୁରସତ

ପବିତ୍ର ସ୍ଥଳୀ ପର୍‌ଭଣୀ

ମହାରାଷ୍ଟ୍ରର ପର୍‌ଭଣୀ ଜିଲା ଅନ୍ତର୍ଗତ ଏକ ସହର ହେଉଛି ପର୍‌ଭଣୀ। ଏହା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଠାରୁ ପ୍ରାୟ ୪୯୧ କି.ମି. ଏବଂ ଔରଙ୍ଗାବାଦ୍‌ଠାରୁ ପ୍ରାୟ ୨୦୦ କି.ମି. ଦୂରରେ ଅବସ୍ଥିତ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ ଏଠାରେ ରହିଛି ଅନେକ ଆକର୍ଷଣୀୟ ଦର୍ଶନୀୟସ୍ଥଳୀ। ବିଶେଷକରି ବହୁ ଦେବଦେବୀ ମନ୍ଦିର ଏଠାରେ ଦେଖିବାକୁ ମିଳିଥାଏ, ଯାହାକୁ ଦର୍ଶନ କରିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି।

ଇତିହାସ
ଇତିହାସ ପୃଷ୍ଠାରୁ ଯାହା ଜଣାଯାଏ, ପର୍‌ଭଣୀ ବହୁ ବର୍ଷ ଧରି ସୁଲତାନ୍‌, ମୋଗଲ ତଥା ନିଜାମମାନଙ୍କ ଶାସନାଧୀନ ରହିଥିଲା। ଆଉ ସେତେବେଳେ ଏହି ସ୍ଥାନର କୌଣସି ପ୍ରଗତି ହୋଇ ନ ଥିଲା। ହେଲେ ଯେତେବେଳେ ଏହା ମହାରାଷ୍ଟ୍ର ଅନ୍ତର୍ଭୁକ୍ତ ହେଲା, ଏହାର ଉନ୍ନତି ହେବାକୁ ଲାଗିଲା। ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ ତଥା ବ୍ୟବସାୟ କ୍ଷେତ୍ରରେ ବି ପର୍‌ଭଣୀର ଧୀରେ ଧୀରେ ନାଁ ହେବାକୁ ଲାଗିଲା।

ନାମକରଣକୁ ନେଇ ଚର୍ଚ୍ଚା
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ପର୍‌ଭଣୀ ପୂର୍ବେ ‘ପ୍ରଭାବତୀ ନଗରୀ’ ନାମରେ ବେଶ୍‌ ପରିଚିତ ଥିଲା। କାରଣ ସେତେବେଳେ ଦେବୀ ପ୍ରଭାବତୀଙ୍କର ଅନେକ ମନ୍ଦିର ଏଠାରେ ଦେଖିବାକୁ ମିଳୁଥିଲା। ସ୍ଥାନୀୟ ଲୋକେ ଦେବୀ ପ୍ରଭାବତୀ କହିଲେ ମାତା ଲକ୍ଷ୍ମୀ ଓ ମାତା ପାର୍ବତୀଙ୍କୁ ହିଁ ବୁଝୁଥିଲେ। ତେବେ ସମୟକ୍ରମେ ପ୍ରଭାବତୀ ନଗରୀ ଅପଭ୍ରଂଶ ହୋଇ ଲୋକମୁଖରେ ପର୍‌ଭଣୀ ନାମରେ ପରିଚିତ ହେବାକୁ ଲାଗିଲା ବୋଲି ଶୁଣିବାକୁ ମିଳିଥାଏ।

କେବେ ଓ କେମିତି ଯିବେ
ପର୍‌ଭଣୀକୁ ବର୍ଷର ଯେକୌଣସି ସମୟରେ ବୁଲି ଯାଇହେବ। କାରଣ ବର୍ଷସାରା ବୁଲାବୁଲି କରିବା ପାଇଁ ଏଠାକାର ପାଣିପାଗ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। ପର୍‌ଭଣୀ ଜଙ୍କଶନ୍‌ ରେଲ୍‌ଓ୍ବେ ଷ୍ଟେଶନ ଏଠାକାର ନିକଟତମ ଷ୍ଟେଶନ ହୋଇଥିବାବେଳେ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟର ନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏହାର ନିକଟବର୍ତ୍ତୀ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେମାନେ ସେଥିରେ ଯାଇ ଆରାମରେ ପର୍‌ଭଣୀରେ ପହଞ୍ଚତ୍ପାରିବେ।

କ’ଣ ଦେଖିବେ
ପ୍ରାକୃତିକ ସୌନ୍ଦର୍ଯ୍ୟରେଭରା ପର୍‌ଭଣୀରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଦର୍ଶନୀୟ ସ୍ଥାନ। ଖାସ୍‌ କରି ଏଠାରେ ଅନେକ ଦେବଦେବୀ ମନ୍ଦିର ଦେଖିବାକୁ ମିଳିଥାଏ। ଯେମିତିକି ଶ୍ରୀ ମୋଟା ମାରୁତି ମନ୍ଦିର, ଶ୍ରୀ ସୁପାରୀ ହନୁମାନ ମନ୍ଦିର, ଜବ୍ରେଶ୍ୱର, ଅଷ୍ଟଭୁଜ ମନ୍ଦିର, ପାରଦେଶ୍ୱର ମନ୍ଦିର, ବେଲେଶ୍ୱର ମନ୍ଦିର, ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର, ନାଗରାଜ ମନ୍ଦିର, ମାତା ହିଙ୍ଗୁଳା ଅମ୍ବିକା ମନ୍ଦିର, ମୁଦ୍‌ଗଲେଶ୍ୱର ମନ୍ଦିର, ପିଙ୍ଗଳେଶ୍ୱର ମନ୍ଦିର ଇତ୍ୟାଦି ଅନ୍ୟତମ। ଏସବୁ ବ୍ୟତୀତ ପର୍‌ଭଣୀର ଅନ୍ୟତମ ଆକର୍ଷଣ ହେଉଛି ତୁରବୁଲ ହକ୍‌ ଦର୍ଘା। ଏଠାରେ ପ୍ରତିବର୍ଷ ପାଳିତ ହେଉଥିବା ବାର୍ଷିକୋତ୍ସବ ଖୁବ୍‌ ମନୋମୁଗ୍ଧକର ହୋଇଥାଏ, ଯାହାକୁ ଦେଖିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ। ଏସବୁ ବ୍ୟତୀତ ପର୍‌ଭଣୀରେ ଅନେକ ଚର୍ଚ୍ଚ ବି ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri