Posted inଫୁରସତ

ପବିତ୍ର ସ୍ଥଳୀ ପର୍‌ଭଣୀ

ମହାରାଷ୍ଟ୍ରର ପର୍‌ଭଣୀ ଜିଲା ଅନ୍ତର୍ଗତ ଏକ ସହର ହେଉଛି ପର୍‌ଭଣୀ। ଏହା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଠାରୁ ପ୍ରାୟ ୪୯୧ କି.ମି. ଏବଂ ଔରଙ୍ଗାବାଦ୍‌ଠାରୁ ପ୍ରାୟ ୨୦୦ କି.ମି. ଦୂରରେ ଅବସ୍ଥିତ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ ଏଠାରେ ରହିଛି ଅନେକ ଆକର୍ଷଣୀୟ ଦର୍ଶନୀୟସ୍ଥଳୀ। ବିଶେଷକରି ବହୁ ଦେବଦେବୀ ମନ୍ଦିର ଏଠାରେ ଦେଖିବାକୁ ମିଳିଥାଏ, ଯାହାକୁ ଦର୍ଶନ କରିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି।

ଇତିହାସ
ଇତିହାସ ପୃଷ୍ଠାରୁ ଯାହା ଜଣାଯାଏ, ପର୍‌ଭଣୀ ବହୁ ବର୍ଷ ଧରି ସୁଲତାନ୍‌, ମୋଗଲ ତଥା ନିଜାମମାନଙ୍କ ଶାସନାଧୀନ ରହିଥିଲା। ଆଉ ସେତେବେଳେ ଏହି ସ୍ଥାନର କୌଣସି ପ୍ରଗତି ହୋଇ ନ ଥିଲା। ହେଲେ ଯେତେବେଳେ ଏହା ମହାରାଷ୍ଟ୍ର ଅନ୍ତର୍ଭୁକ୍ତ ହେଲା, ଏହାର ଉନ୍ନତି ହେବାକୁ ଲାଗିଲା। ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ ତଥା ବ୍ୟବସାୟ କ୍ଷେତ୍ରରେ ବି ପର୍‌ଭଣୀର ଧୀରେ ଧୀରେ ନାଁ ହେବାକୁ ଲାଗିଲା।

ନାମକରଣକୁ ନେଇ ଚର୍ଚ୍ଚା
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ପର୍‌ଭଣୀ ପୂର୍ବେ ‘ପ୍ରଭାବତୀ ନଗରୀ’ ନାମରେ ବେଶ୍‌ ପରିଚିତ ଥିଲା। କାରଣ ସେତେବେଳେ ଦେବୀ ପ୍ରଭାବତୀଙ୍କର ଅନେକ ମନ୍ଦିର ଏଠାରେ ଦେଖିବାକୁ ମିଳୁଥିଲା। ସ୍ଥାନୀୟ ଲୋକେ ଦେବୀ ପ୍ରଭାବତୀ କହିଲେ ମାତା ଲକ୍ଷ୍ମୀ ଓ ମାତା ପାର୍ବତୀଙ୍କୁ ହିଁ ବୁଝୁଥିଲେ। ତେବେ ସମୟକ୍ରମେ ପ୍ରଭାବତୀ ନଗରୀ ଅପଭ୍ରଂଶ ହୋଇ ଲୋକମୁଖରେ ପର୍‌ଭଣୀ ନାମରେ ପରିଚିତ ହେବାକୁ ଲାଗିଲା ବୋଲି ଶୁଣିବାକୁ ମିଳିଥାଏ।

କେବେ ଓ କେମିତି ଯିବେ
ପର୍‌ଭଣୀକୁ ବର୍ଷର ଯେକୌଣସି ସମୟରେ ବୁଲି ଯାଇହେବ। କାରଣ ବର୍ଷସାରା ବୁଲାବୁଲି କରିବା ପାଇଁ ଏଠାକାର ପାଣିପାଗ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। ପର୍‌ଭଣୀ ଜଙ୍କଶନ୍‌ ରେଲ୍‌ଓ୍ବେ ଷ୍ଟେଶନ ଏଠାକାର ନିକଟତମ ଷ୍ଟେଶନ ହୋଇଥିବାବେଳେ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟର ନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏହାର ନିକଟବର୍ତ୍ତୀ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେମାନେ ସେଥିରେ ଯାଇ ଆରାମରେ ପର୍‌ଭଣୀରେ ପହଞ୍ଚତ୍ପାରିବେ।

କ’ଣ ଦେଖିବେ
ପ୍ରାକୃତିକ ସୌନ୍ଦର୍ଯ୍ୟରେଭରା ପର୍‌ଭଣୀରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଦର୍ଶନୀୟ ସ୍ଥାନ। ଖାସ୍‌ କରି ଏଠାରେ ଅନେକ ଦେବଦେବୀ ମନ୍ଦିର ଦେଖିବାକୁ ମିଳିଥାଏ। ଯେମିତିକି ଶ୍ରୀ ମୋଟା ମାରୁତି ମନ୍ଦିର, ଶ୍ରୀ ସୁପାରୀ ହନୁମାନ ମନ୍ଦିର, ଜବ୍ରେଶ୍ୱର, ଅଷ୍ଟଭୁଜ ମନ୍ଦିର, ପାରଦେଶ୍ୱର ମନ୍ଦିର, ବେଲେଶ୍ୱର ମନ୍ଦିର, ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର, ନାଗରାଜ ମନ୍ଦିର, ମାତା ହିଙ୍ଗୁଳା ଅମ୍ବିକା ମନ୍ଦିର, ମୁଦ୍‌ଗଲେଶ୍ୱର ମନ୍ଦିର, ପିଙ୍ଗଳେଶ୍ୱର ମନ୍ଦିର ଇତ୍ୟାଦି ଅନ୍ୟତମ। ଏସବୁ ବ୍ୟତୀତ ପର୍‌ଭଣୀର ଅନ୍ୟତମ ଆକର୍ଷଣ ହେଉଛି ତୁରବୁଲ ହକ୍‌ ଦର୍ଘା। ଏଠାରେ ପ୍ରତିବର୍ଷ ପାଳିତ ହେଉଥିବା ବାର୍ଷିକୋତ୍ସବ ଖୁବ୍‌ ମନୋମୁଗ୍ଧକର ହୋଇଥାଏ, ଯାହାକୁ ଦେଖିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ। ଏସବୁ ବ୍ୟତୀତ ପର୍‌ଭଣୀରେ ଅନେକ ଚର୍ଚ୍ଚ ବି ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri