Posted inଫୁରସତ

ଐତିହାସିକ ଗାଁ ଥୁଆବାରୀ

ଭାରତ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ତୀର୍ଥକ୍ଷେତ୍ର ଥୁଆବାରୀ ଗାଁ। ଦିନେ ଏହି ଗାଁର ସମସ୍ତ ପରିବାରରେ ଥିଲେ ସ୍ବାଧୀନତା ସଂଗ୍ରାମୀ। ନୟାଗଡ଼ ଜିଲାର ଆଦିବାସୀ ବହୁଳ ନୂଆଗାଁ ବ୍ଲକ ଅନ୍ତର୍ଗତ ଥୁଆବାରୀ ଗାଁ। ଜିଲା ସଦର ମହକୁମାଠାରୁ ଏହି ଗାଁଟି ପ୍ରାୟ୧୫ କମି ଦୂରରେ। ଗ୍ରାମର ୩ ପାର୍ଶ୍ୱରେ ପାହାଡ଼ ଥିବାବେଳେ ଡାହୁକା ନଦୀର ଦୁଇ ପାର୍ଶ୍ୱରେ ଚାଷଜମି ରହିଛି । ଦିନ ଥିଲା ଥୁଆବାରି ଗାଁ ମାଟିର ନଁା ଶୁଣିଲେ ରାଜ୍ୟବାସୀଙ୍କ ମନରେ ଅଭୂତପୂର୍ବ ଦେଶପ୍ରେମର ଶିହରଣ ସୃଷ୍ଟି ହେଉଥିଲା। କିନ୍ତୁ ଆଜିର ଏହି ଗାଁକୁ ଯେଉଁଭଳି ମାନ୍ୟତା ମିଳିବା କଥା ସେଭଳି ମିଳିପାରିନାହିଁ। ପ୍ରଶାସନିକ ଅବ୍ୟବସ୍ଥା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଗାଁର ବିକାଶ ଶୀତଳଭଣ୍ଡାରରେ ପଡି ରହିଛି । ଦିନଥିଲା ଯେବେ ଏହି ଗ୍ରାମର ପ୍ରାୟ ୬୦ ପରିବାର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ୧୯୪୩ ମସିହାରେ ଜେଲ ପରିସରରେ ନାନା ନିର୍ଯାତନା ପାଇ ୮୦ ବର୍ଷୀୟ କଣ୍ଡୁରୀ ପରିଡା, ୪୦ ବର୍ଷୀୟ ପୁଅ ବୁଦ୍ଧି, ୬୦ ବର୍ଷୀୟ ଦୟା ବେହେରା ପ୍ରମୁଖ ଶହୀଦ ହୋଇଥିଲେ। ଜେଲରେ ଥିବାବେଳେ ଲିଙ୍ଗା ନାୟକ ଚକ୍ଷୁହୀନ ଓ ହରି ସାହୁ ପାଗଳ ହୋଇଯାଇଥିଲେ। ପରେ ଏମାନେ କୁଆଡ଼େ ଗଲେ ଏଯାବତ ଖୋଜ ଖବର ନାହିଁ । ପୁଣି ଖତି ସାହୁଙ୍କୁ ରାଜତନ୍ତ୍ର କି ଦଣ୍ଡ ଦେଇଥିଲା ଏଯାବତ ତାହା ରହସ୍ୟ ଘେରରେ ରହିଛି । କିନ୍ତୁ ଖତି ସାହୁ ନିଖୋଜ ଅଛନ୍ତି। ଗ୍ରାମର ଆନନ୍ଦ ସ୍ବାଇଁ, ସୁଦର୍ଶନ ସ୍ବାଇଁ, ଅରକ୍ଷିତ ସାହୁ, ଦନେଇ ସାହୁ, ବୁଲା ସେଠୀ ପ୍ରମୁଖ ୩୫ଜଣ ଜେଲ ଦଣ୍ଡ ଭୋଗିଥିଲେ। ୭ଜଣ ଆତ୍ମଗୋପନ କରିଥିବାବେଳେ ୨୩ ଜଣ ବେତସଜା ପାଇଥିବାବେଳେ ଜରିମାନା ବି ଦେଇଥିଲେ। ୧୯ ଜଣ କେବଳ ଜରିମାନା ଓ ୩୫ ଜଣ ଅଣବନ୍ଦୀ ରୂପେ କାଳାତିପାତ କରିଥିଲେ ା ଜେଲରେ ଥିବା ବେଳେ ବେତ୍ରାଘାତ, ତତଲା ଲୁହାରେ ଚେଙ୍କ ଓ ମାଡ଼ଗାଳି ଖାଇ ଭାଗ୍ୟକୁ ଆଦରି ପଡି ରହିଥିଲେ ା ଥୁଆବାରୀ ଗଁାର ସଂଗ୍ରମୀଙ୍କ ଗୋଟିଚାଳନା ତତ୍କାଳୀନ ରାଜା ଓ ଇଂରେଜମାନଙ୍କର ନିଦ ହଜେଇ ଦେଇଥିଲା। ୧୯୪୨ରୁ ୬ମାସ କାଳ ଗାଁକୁ ସିପାହି ଜଗି ରହିଥିଲେ । ଗାଁ ପୂରା ପୁରୁଷ ଶୂନ୍ୟ ହୋଇପଡିଥିଲା । ଗାଁରେ ଚାଲିଥିଲା ଲୁଟତରାଜ ଓ ଅତ୍ୟାଚାର।ଗାଁର ମହିଳା ଓ ପିଲାମାନେ ଘର ବାହାରକୁ ବାହାରି ପାରୁ ନ ଥିଲେ। ବାରିପଟେ କିଛି ଲୋକ ଏକ ପ୍ରକାର ଜଙ୍ଗଲଜାତ ଖାଦ୍ୟ ସୋଡୁଅକୁ ସଂଗ୍ରହ କରି ଖାଦ୍ୟ ରୂପେ କଦଳୀପତ୍ରରେ ଖାଉଥିଲେ। ଖାଦ୍ୟ ଅଭାବରେ ୭ ଜଣ ପ୍ରାଣ ହରାଇଥିଲେ। ଗାଁ ଲୋକଙ୍କର ରୋଜଗାର ନ ଥିବାରୁ ଖଜଣା ଦେଇ ପାରି ନ ଥିଲେ । ଖଜଣା ନ ଦେବା ଯୋଗୁ ଅଧିକାଂଶଙ୍କର ଜମି ନିଲାମ ହୋଇଯାଇଥିଲା। ଅପରପକ୍ଷରେ ୧୯୪୨ରେ ନୂଆଗାଁ ଥାନା ଘେରାଉ ହେବା ବେଳେ ଦଳର ସଭାପତିଙ୍କୁ ରକ୍ଷା କରିବାକୁ ଯାଇ କୁଶବିଡାର ଆଦିବାସୀ କଷ୍ଟି ଡାକୁଆ ଶହୀଦ ହୋଇଥିଲେ। କଷ୍ଟି ଡାକୁଆଙ୍କ ଶହୀଦ ପରେ କୁଶବିଡା ପୁଣି ଚର୍ଚ୍ଚାରେ ରହିଲା। ଅନ୍ୟପକ୍ଷେ ସ୍ବାଧୀନତା ପରେ ଗାଁ ଲୋକ ସୁସ୍ଥ ଜୀବନଯାପନ କରିବାକୁ ଆରମ୍ଭ କରିଥିଲେ । ହେଲେ ଗାଁର ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କରେ କେହି ଜାଣି ପାରି ନ ଥିଲେ। ୧୯୫୫ରେ ଗୁମାନଈର ବନ୍ୟା ପୁଣି ଗାଁର ରୂପରେଖକୁ ବଦଳାଇ ଦେଲା । ଗାଁଟି ଜଳମଗ୍ନ ହେବାସହ ୩ଜଣ ପ୍ରାଣ ହରାଇଥିଲେ ା ଗାଁର ଘରଦ୍ୱାର ସବୁ ମାଟିରେ ମିଶି ନଦୀ ଗର୍ଭକୁ ଚାଲିଗଲା । ଗ୍ରାମବାସୀ ନିକଟସ୍ଥ ଡୁବୁରୀ ମୁଣ୍ଡିଆ ପାଦ ଦେଶରେ ବସତି ସ୍ଥାପନ କରିଥିଲେ। ବନ୍ୟା ପରେ ମୂଳ ଗ୍ରାମଟି ଚାଷଜମିରେ ପରିଣତ ହୋଇଥିଲା। ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ସ୍ମୃତି ସ୍ତମ୍ଭଟିଏ ଗତ ୧୭ବର୍ଷ ତଳେ ନିର୍ମାଣ କରିଥିଲେ, ଯାହା ପ୍ରାୟ ନଷ୍ଟ ହୋଇଯାଇଥିଲା । କିନ୍ତୁ ଗାଁ ଲୋକ ଏହାକୁ ପୁଣି ମରାମତି କରିଛନ୍ତି । ସ୍ମୃତି ରୋମନ୍ଥନ କରି ବୀରମାଟି ଥୁଆବାରୀରେ ପ୍ରତିବର୍ଷ ଅକ୍ଟୋବର ୧୦ରେ ପ୍ରଜାମଣ୍ଡଳ ଶହୀଦ ଦିବସ ପାଳନ କରୁଛନ୍ତି । ଥୁଆବାରୀ ଗାଁର ଗୋପୀ ନାୟକ କୁହନ୍ତି, ଏହି ଗାଁର ସମସ୍ୟା ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଅନେକ ବୁଝିନାହାନ୍ତି କି ଚିହ୍ନୁନାହାନ୍ତି । ଗଁାର ସ୍ବାଧୀନତା ସଂଗ୍ରାମୀଙ୍କୁ ଉଚିତ ସମ୍ମାନ ଦେବା ପାଇଁ ପ୍ରଶାସନ ତରଫରୁ କିଛି ବ୍ୟବସ୍ଥା ନାହିଁ । କେବଳ ଆଦର୍ଶ ଗଁା ନାମଫଳକରେ ଲେଖାଯାଇଥିଲେ ମଧ୍ୟ ଏହା ଅବହେଳିତ ହୋଇରହିଛି। ନୟାଗଡ଼ ଜିଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶ୍ରୀଧର ଦାଶଙ୍କ ଯୋଗୁ ଥୁଆବାରୀ ଗାଁରେ ଅକ୍ଟୋବର ୧୦ରେ ଶହୀଦ ଦିବସ ପାଳିତ ହେଉଛି । ଏହି ଗାଁର ସେଦିନର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାକୁ ଆମେ ଶହୀଦ ଦିବସ ପାଳିବା ବ୍ୟତୀତ ଆଉ କିଛି କରିପାରୁ ନାହୁଁ। ଏହିଭଳି ସଂଗ୍ରାମୀ ବ୍ୟକ୍ତିତ୍ୱଙ୍କ ସମ୍ମାନାର୍ଥେ ସରକାର ଶହୀଦମାନଙ୍କର ପ୍ରତିମୂର୍ତ୍ତି ବି ସ୍ଥାପନ କରିପାରି ନାହାନ୍ତି। କିନ୍ତୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସବୁବର୍ଷ ପରି ପୁଣି ଭୁଲି ଯାଇଛନ୍ତି। ଦେଶ ସ୍ବାଧୀନତା ହେବାର ପ୍ରାୟ ୭୫ ବର୍ଷ ପରେ ବି ଏହି ଗାଁ ପାଇ ପାରି ନାହିଁ ଐତିହାସିକ ପୀଠର ମାନ୍ୟତା। କେବଳ ଆଦର୍ଶ ଗାଁ ନାମଫଳକରେ ନାଁ ରହିଛି ।
-ଲୋକନାଥ ମିଶ୍ର, ନୟାଗଡ଼ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତା କରୁଛନ୍ତି ଘନଘନ ବୈଠକ

ପାଟ୍‌ନା,୩୦ା୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ବିଧାନସଭା ପରିଷଦରୁ ଇସ୍ତଫା ଦେବାର ସମ୍ଭାବନାକୁ ନେଇ ସୋମବାର ରାଜନୈତିକ ବାତାବରଣ ବେଶ୍‌ ସରଗରମ ରହିଛି। ଦଳର ବରିଷ୍ଠ…

ଟ୍ରମ୍ପଙ୍କ ମନ୍ତବ୍ୟ ପରେ, ନୂଆ ବୟାନ ଜାରି କଲେ ମୋଜତାବା ଖାମେନେଇ; ଜାଣନ୍ତୁ ସେ କାହାକୁ ଦେଲେ ଧନ୍ୟବାଦ

ତେହରାନ୍‌,୩୦।୩: ଏକ ଲିଖିତ ବାର୍ତ୍ତାରେ, ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ, ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧରେ ସମର୍ଥନ ପାଇଁ ଇରାକର ଜନସାଧାରଣଙ୍କ ପ୍ରତି…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

‘ପାକିସ୍ତାନ ଉପରେ ଆମେରିକା-ଇରାନର ଭରସା…,’ ବିବାଦ ମଧ୍ୟରେ ପାକିସ୍ତାନର ଆଶ୍ଚର୍ଯ୍ୟଜନକ ଦାବି

ଇସଲାମାବାଦ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ପାକିସ୍ତାନ କହିଛି ଯେ ଆମେରିକା ଏବଂ ଇରାନ ଉଭୟ ମଧ୍ୟସ୍ଥତା ଭାବରେ ଏହାର ଭୂମିକା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି।…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri