Posted inଫୁରସତ

ଅସୁରକୁମାରୀ

ନୟାଗଡ଼ ଜିଲା ରଣପୁର ବ୍ଲକ ଅଧିନ ବଜ୍ରକୋଟ ଅଞ୍ଚଳର ଏକ ସଂରକ୍ଷିତ ଜଙ୍ଗଲରେ ରହିଛି ମା’ ଅସୁରକୁମାରୀଙ୍କ ପବିତ୍ରପୀଠ। ଏହି ଜଙ୍ଗଲରେ ଶାଳ, ଶାଗୁଆନ, କେନ୍ଦୁ, କୋଚିଲା, ପିଆଶାଳ, ଅଶନ ଆଦି ବହୁ ଔଷଧୀୟ ବୃକ୍ଷଲତା ରହିଥିବା ବେଳେ ଏଠାକାର ପରିବେଶରେ ଉଡ଼ନ୍ତାମୂଷା, ମୟୂର, ଠେକୁଆ, ହରିଣ ଓ ନାନା ପ୍ରଜାତିର ଜଙ୍ଗଲି ପକ୍ଷୀ ଆଦି ଦେଖିବାକୁ ମିଳିଥାନ୍ତି। ଅନ୍ୟପକ୍ଷେ ଏଠାରେ ଥିବା ଗୁମ୍ଫା, ଖୋଲ, ଜଳପ୍ରପାତ ଓ ଝରଣାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୁଗ୍ଧ କରିଥାଏ। ଗଛ, ଡାଳପତ୍ର ଘେରା ପ୍ରସ୍ତର ଉପର ଦେଇ ପାହାଡ଼ ଚଢ଼ିବାରେ ଏଠାରେ ଥାଏ ନିଆରା ଆନନ୍ଦ। ଶୁଣାଯାଏ, ପୂର୍ବେ ଏହି ଜଙ୍ଗଲରେ କଲରାପତରିଆ ବାଘ ରହୁଥିଲେ କିନ୍ତୁ ଏବେ ଆଉ ଦେଖାଯାଉ ନାହାନ୍ତି। ହେଲେ ଏହି ଜଙ୍ଗଲରୁ ରଥଯାତ୍ରା ପାଇଁ ଧଉରା ଗଛର କାଠ ସଂଗ୍ରହ କରାଯାଉଥିବା ସୂଚନା ରହିଛି।
ନାମକରଣକୁ ନେଇ ଲୋକକଥା
ଏହି ସ୍ଥାନଟିର ଏପରି ନାମକରଣକୁ ନେଇ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। କେହି କେହି କୁହନ୍ତି, ବହୁବର୍ଷ ପୂର୍ବେ ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ସେତେବେଳେ ଏଠାରେ ଜଣେ ଅସୁର ରହୁଥିଲା। ସେ ଲୋକମାନଙ୍କୁ ନିପାତ କରୁଥିଲା। ତା’ ଡରରେ ଲୋକେ ତ୍ରାହି ତ୍ରାହି ଡାକୁଥିଲେ। ଲୋକଙ୍କ ଆକୁଳ ପ୍ରାର୍ଥନା ଶୁଣି ଦେବୀ ଅସୁରକୁ ନିଧନ କଲେ। ପରେ ସେହି ଗୁମ୍ଫା ମଧ୍ୟରେ ଦେବୀ କେଉଁଆଡେ ଅଦୃଶ୍ୟ ହୋଇଗଲେ। ଯେଉଁ ସ୍ଥାନରେ ଦେବୀ ଅସୁରକୁ ବଧ କରିଥିଲେ ସେଠାରେ ଏକ ପଥର ଉପରେ ଦେବୀଙ୍କ ଆଣ୍ଠୁଚିହ୍ନ ଥିବାରୁ କ୍ରମେ ଦେବୀଙ୍କ ନାମ ‘ଅସୁରକୁମାରୀ’ ହୋଇଥିଲା ବୋଲି ଅନେକେ ମତ ଦେଇଥାନ୍ତି। ଆଉ କେହି କେହି କୁହନ୍ତି, ଉକ୍ତ ଅସୁରର ଝିଅର ନାଁ ଥିଲା ଅସୁରକୁମାରୀ। ତା’ର ଶେଷ ଇଚ୍ଛା ଥିଲା, ମୃତ୍ୟୁ ପରେ ସେହି ସ୍ଥାନଟି ତା’ ଝିଅ ନାଁରେ ପରିଚିତ ହେଉ। ହୁଏତ ସେଥିପାଇଁ ଏହି ସ୍ଥାନଟିର ନାମ ଅସୁରକୁମାରୀ ହୋଇଛି।
ସ୍ଥାନଟିର ପ୍ରାକୃତିକ ଦୃଶ୍ୟ
ଏହି ସ୍ଥାନରେ ଥିବା ଦୁଇଟି ବଡ଼ ପଥରର ମଧ୍ୟ ସ୍ଥଳରେ ଏକ ଝରଣା ପ୍ରବାହିତ ହେଉଛି। ତା’ରି ଭିତରେ ଦେବୀଙ୍କର ଏକ ମୂର୍ତ୍ତି ଅସୁର ଉପରେ ଶୋଭା ପାଉଛି। ଜଳପ୍ରପାତର ପାଦଦେଶରେ ରହିଛି ଅସୁରକୁମାରୀ ଦେବୀଙ୍କ ମନ୍ଦିର। ନିକଟରେ ରହିଛି ଏକ ସ୍ନାନ କୁଣ୍ଡ। ଏହାକୁ ‘କାମନା ଦାୟିନୀ କୁଣ୍ଡ’ କୁହାଯାଏ। ଏଠାରେ ସ୍ନାନ କଲେ କୁଆଡ଼େ ପାଳିଜ୍ୱର ସମେତ ଅନ୍ୟ ସମସ୍ତ ପ୍ରକାର ଜ୍ୱରରୁ ଉପଶମ ମିଳିଥାଏ। କେବଳ ସେତିକି ନୁହେଁ, ଏହି କୁଣ୍ଡର ଜଳ ବନ୍ଧ୍ୟାଦୋଷ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ସେଥିପାଇଁ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଏହି କୁଣ୍ଡରେ ଗାଧୋଇବା ପାଇଁ ବଡ଼ି ଭୋରରୁ ବହୁ ସଂଖ୍ୟାରେ ମାନସିକଧାରୀ ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥାଏ। ତା’ଛଡ଼ା ଏହି କାମନା ଦାୟିନୀ କୁଣ୍ଡରୁ ଜଳ ନିର୍ଗତ ହୋଇ ପ୍ରବେଶ ପଥର ଦୁଇପାର୍ଶ୍ୱରେ ଥିବା ପୁଷ୍କରିଣୀରେ ମିଶିଥାଏ। ଏଥିସହିତ ନିକଟରେ ପ୍ରବାହିତ ହେଉଥିବା ମନ୍ଦାକିନୀ ନଦୀର ଜଳ ସ୍ଥାନୀୟ ଅଞ୍ଚଳର ଶସ୍ୟକ୍ଷେତ୍ରରେ ଜଳସେଚିତ ହୋଇଥାଏ।
ମା’ଙ୍କ ମହିମା
ଏଠାରେ ପୂଜା ପାଉଥିବା ଦେବୀ ଅସୁରକୁମାରୀ କୁଆଡ଼େ ଖୁବ୍‌ ପ୍ରତ୍ୟକ୍ଷ। ତାଙ୍କ ନିକଟରେ ମାନସିକ ରଖିଲେ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ତେଣୁ ମାନସିକଧାରୀମାନେ ଗୁଆ, ଅରୁଆ ଚାଉଳ, ସିନ୍ଦୂର, ଧୂପକାଠି ଧରି ମା’ଙ୍କ ପାଖରେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି। ପ୍ରତ୍ୟେକ ବର୍ଷ ମାଘମାସରେ ମା’ଙ୍କ ପୀଠରେ ଯଜ୍ଞୋତ୍ସବ ଓ ସ୍ବତନ୍ତ୍ର ପର୍ବ ପାଳନ କରାଯାଇଥାଏ। ଏହି ସମୟରେ ସ୍ଥାନୀୟ ବଜ୍ରକୋଟ ସମେତ ରଣପୁର ଗଡ଼ଜାତର ପଞ୍ଚୁପଲ୍ଲୀ ପ୍ରଗଣା ଅନ୍ତର୍ଗତ ସାନପଡ଼ା, ବାଉଁଶଗଡ଼, ଶ୍ରୀକୃଷ୍ଣପୁର, ଗୌଡ଼ିଆପଡ଼ା, ବିଲଗାଡ଼ିଆ, ଭେରୁପଡ଼ା, କ୍ଷତ୍ରିବରପୁର, ଶଙ୍ଖମୂଳ, ବରମୂଳ ଓ ଗୌରାଙ୍ଗପୁର ଆଦି ଗ୍ରାମବାସୀ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।
କେବେ ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ମୁଖ୍ୟତଃ ରବିବାର ତଥା ଛୁଟିଦିନମାନଙ୍କରେ ଏଠାରେ ଶ୍ରଦ୍ଧାଳୁମାନଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳେ। ବିଭିନ୍ନ ପର୍ବପର୍ବାଣୀ ସମୟରେ ହେଉ ଅଥବା ପିକ୍‌ନିକ୍‌ ଋତୁ ଆସିଲେ ଏହି ସ୍ଥାନଟି ବେଶ୍‌ ଚଳଚଞ୍ଚଳ ହୋଇ ଉଠେ। ତେବେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ମା’ଙ୍କ ଦର୍ଶନ ସାଙ୍ଗକୁ ଏଠାକାର ପ୍ରାକୃତିକ ଜଙ୍ଗଲ ପରିବେଶ ଓ ଜଳପ୍ରପାତର ଅପୂର୍ବ ଶୋଭାକୁ ବେଶ୍‌ ଉପଭୋଗ କରିଥାନ୍ତି। ଏଠାରେ ବଣଭୋଜିର ମଜା ମଧ୍ୟ ନେଇଥାନ୍ତି। ସେଥିପାଇଁ ଏହି ସ୍ଥାନଟିର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି। ତେବେ ସରକାରଙ୍କ ସହଯୋଗରେ ଯଦି ଏହି ପବିତ୍ର ସ୍ଥାନରେ ଯାତ୍ରୀନିବାସ ସହିତ ଆଉ କିଛିଟା ବିକାଶମୂଳକ କାର୍ଯ୍ୟ ହୋଇପାରନ୍ତା ତା’ହେଲେ ଉକ୍ତ ପର୍ଯ୍ୟଟନସ୍ଥଳୀଟିର ଖ୍ୟାତି ଅନେକାଂଶରେ ବଢି ପାରନ୍ତା।

-ସତ୍ୟବାଦୀ ବଳିଆରସିଂହ


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?